ମ୍ୟାଚ୍‌ ପୂର୍ବରୁ ପାକିସ୍ତାନର ପରାଜୟ ସ୍ୱୀକାର: ଆଫ୍ରିଦିଙ୍କ ଚାଞ୍ଚଲ୍ୟକର ବୟାନ

ମୁମ୍ବାଇ: ରାତି ପାହିଲେ ଚାମ୍ପିୟନ୍ସ ଟ୍ରଫିର ହାଇଭୋଲଟେଜ୍‌ ଭାରତ-ପକିସ୍ତାନ ମ୍ୟାଚ୍‌। ଏହି ମ୍ୟାଚ୍‌କୁ ନେଇ କ୍ରିକେଟ୍‌ ପ୍ରେମୀ ବେଶ ଉତ୍ସାହିତ। ଏହା କେବଳ କ୍ରିକେଟ୍‌ ମ୍ୟାଚ୍‌ ନୁହେଁ ଏଥିରେ ଉଭୟ ଦେଶର ଭାବନା ମଧ୍ୟ ଜଡ଼ିତ। ସର୍ବଦା ଭାରତ-ପାକିସ୍ତାନ ମ୍ୟାଚ୍‌ ଏତେ ସଂଘର୍ଷପୂର୍ଣ୍ଣ ହୋଇଥାଏ ଯେ ଏହି ମ୍ୟାଚ୍‌କୁ ସାରା ବିଶ୍ୱ ଦେଖିବା ପାଇଁ ଯେମିତି ବ୍ୟାକୁଳ ହୋଇଥାଏ। ଚଳିତ ଚାମ୍ପିୟନ୍ସ ଟ୍ରଫିରେ ଭାରତ ତାର ପ୍ରଥମ ମ୍ୟାଚ୍‌ରେ ପାକିସ୍ତାନକୁ ଭେଟିବ। ଏନେଇ ଉଭୟ ଟିମ୍‌ ନିଜ […]

virat

virat

Rakesh Mallick
  • Published: Saturday, 03 June 2017
  • Updated: 03 June 2017, 05:39 PM IST

Sports

Latest News

ମୁମ୍ବାଇ: ରାତି ପାହିଲେ ଚାମ୍ପିୟନ୍ସ ଟ୍ରଫିର ହାଇଭୋଲଟେଜ୍‌ ଭାରତ-ପକିସ୍ତାନ ମ୍ୟାଚ୍‌। ଏହି ମ୍ୟାଚ୍‌କୁ ନେଇ କ୍ରିକେଟ୍‌ ପ୍ରେମୀ ବେଶ ଉତ୍ସାହିତ। ଏହା କେବଳ କ୍ରିକେଟ୍‌ ମ୍ୟାଚ୍‌ ନୁହେଁ ଏଥିରେ ଉଭୟ ଦେଶର ଭାବନା ମଧ୍ୟ ଜଡ଼ିତ। ସର୍ବଦା ଭାରତ-ପାକିସ୍ତାନ ମ୍ୟାଚ୍‌ ଏତେ ସଂଘର୍ଷପୂର୍ଣ୍ଣ ହୋଇଥାଏ ଯେ ଏହି ମ୍ୟାଚ୍‌କୁ ସାରା ବିଶ୍ୱ ଦେଖିବା ପାଇଁ ଯେମିତି ବ୍ୟାକୁଳ ହୋଇଥାଏ। ଚଳିତ ଚାମ୍ପିୟନ୍ସ ଟ୍ରଫିରେ ଭାରତ ତାର ପ୍ରଥମ ମ୍ୟାଚ୍‌ରେ ପାକିସ୍ତାନକୁ ଭେଟିବ। ଏନେଇ ଉଭୟ ଟିମ୍‌ ନିଜ ନିଜ ରଣକୌଶଳ ତିଆରି କରିସାରିଛନ୍ତି।

ଅନ୍ୟପଟେ ମ୍ୟାଚ୍ ପୂର୍ବରୁ ପାକିସ୍ତାନ ଯେପରି ହାର ମାନିଯାଇଥିବା ମନେ ହେଉଛି। ପାକିସ୍ତାନର ପୂର୍ବତନ ଅଧିନାୟକ ତଥା ଜଣାଶୁଣା କ୍ରିକେଟର ସାହିଦ ଆଫ୍ରିଦିଙ୍କ ବୟାନକୁ ନେଇ ଏବେ ଚାରିଆଡେ ଚର୍ଚ୍ଚା। ଯାହାକୁ ନେଇ ପାକିସ୍ତାନ ଦଳ ଏବେ ଅଡୁଆରେ। ସେ କହିଛନ୍ତି ଯେ ଭାରତ-ପାକିସ୍ତାନ ମ୍ୟାଚ୍‌ରେ ଭାରତର ପଲ୍ଲା ଭାରି ଅଛି।  ବ୍ୟାଟିଂ, ବୋଲିଂ ଓ ଫିଲ୍ଡିଂ ସବୁ କ୍ଷେତ୍ରରେ ଭାରତ, ପାକିସ୍ତାନ ଠାରୁ ବେଶ ଶକ୍ତିଶାଳୀ ମନେ ହେଉଛି।

ଯଦି ଭାରତ-ପାକିସ୍ତାନର ପୂର୍ବ ରେକର୍ଡକୁ ଲକ୍ଷ୍ୟ କରିବା ତେବେ ଆଜି ପର୍ଯ୍ୟନ୍ତ ଉଭୟ ଟିମ୍‌ ମଧ୍ୟରେ  ୧୨୭ଟି ଦିନିକିଆ ମ୍ୟାଚ୍‌ ଖେଳାଯାଇଛି। ଯେଉଁଥିରେ ପାକିସ୍ତାନ ସର୍ବାଧିକ ୭୨ଥର ବିଜୟୀ ହୋଇଥିବା ବେଳେ ଭାରତ ମାତ୍ର ୫୧ଟି ମ୍ୟାଚ୍‌ରେ ବିଜୟୀ ହୋଇଛି। ତେବେ ଆଇସିସି ଟୁର୍ଣ୍ଣମେଣ୍ଟରେ କିନ୍ତୁ ଭାରତର ପଲ୍ଲା ସବୁବେଳେ ଭାର ରହି ଆସିଛି। ଫଳରେ ଆସନ୍ତା କାଲି ମ୍ୟାଚ୍‌ ଭାରତ ସପକ୍ଷରେ ଯିବ ବୋଲି ଅନେକ ଆଶାବାଦୀ ଅଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos