ଆଜିଠାରୁ ଆଇସିସି ଚାମ୍ପିୟନ୍ସ ଟ୍ରଫି: ଉଦ୍‌ଘାଟନୀ ମ୍ୟାଚରେ ମୁହାଁମୁହିଁ ହେବେ ଇଂଲଣ୍ଡ-ବାଂଲାଦେଶ

ଲଣ୍ଡନ: ଆଜିଠାରୁ ଆରମ୍ଭ ହେଉଛି କ୍ରିକେଟର ମିନି ବିଶ୍ୱକପ୍ ‘ଆଇସିସି ଚାମ୍ପିୟନ୍ସ ଟ୍ରଫି’। ଉଦଘାଟନୀ ମ୍ୟାଚରେ ଇଂଲଣ୍ଡ ବାଂଲାଦେଶକୁ ଭେଟିବ। ଲଣ୍ଡନର ଦ ଓଭାଲ୍ ଷ୍ଟାଡିୟମରେ ଖେଳାଯିବ ଏହି ମ୍ୟାଚ୍‌। ବିଶ୍ୱର ଶ୍ରେଷ୍ଠ ୮ ଟି ଦଳକୁ ନେଇ ଆୟୋଜତ ହେଉଛି ଆଇସିସି ଚାମ୍ପିଅନ୍ସ ଟ୍ରଫି।

ଏଥିରେ ଡିଫେଣ୍ଡିଂ ଚମ୍ପିୟନ ଭାରତ ସହ ଅଷ୍ଟ୍ରେଲିଆା, ଦକ୍ଷିଣ ଆଫ୍ରିକା, ନ୍ୟୁଜିଲାଣ୍ଡ, ଶ୍ରୀଲଙ୍କା, ବାଂଲାଦେଶ, ପାକିସ୍ତାନ ଓ ଆୟୋଜକ ଇଂଲଣ୍ଡ ଭାଗ ନେଉଛନ୍ତି। ରିବନ୍ ରାଉଣ୍ଡ ଓ ନକ୍ ଆଉଟ୍ ଫର୍ମାଟ୍‌ରେ ଏହା ଖେଳା ଯାଉଛି।

୨୦୧୩ରେ ଚାମ୍ପିୟନ୍ସ ଟ୍ରଫିରେ ଇଂଲଣ୍ଡକୁ ହରାଇ ଭାରତ ଟ୍ରଫି ହାସଲ କରିଥିଲା। ଏଥର ବିରାଟ ବାହିନୀ ଗତ ଥରର ରେର୍କଡ ଦୋହରାଇବାକୁ ଆଶା ରଖିଛନ୍ତି। ଆସନ୍ତା ୪ ତାରିଖରେ ଭାରତ ପ୍ରଥମ ମ୍ୟାଚରେ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ଭେଟିବ।