ଆଇପିଏଲ୍ ସ୍ପଟ୍ ଫିକ୍ସିଂ: ଚାଣ୍ଡେଲା ଆଜୀବନ ଓ ହିକେନ ଶାହ ୫ ବର୍ଷ ପାଇଁ ବାସନ୍ଦ

ନୂଆଦିଲ୍ଲୀ: ରାଜସ୍ଥାନର ପୂର୍ବତନ ସ୍ପିନର ଅଜିତ ଚାଣ୍ଡେଲା ଓ ମୁମ୍ବାଇର କ୍ରିକେଟର ହିକେନ ଶାହଙ୍କ ପାଇଁ ମହାଙ୍ଗା ପଡିଛି ଆଇପିଏଲ୍ ସ୍ପଟ୍ ଫିକ୍ସିଂ। ୨୦୧୩ ଆଇପିଏଲ୍ ସ୍ପଟ୍ ଫିକ୍ସିଂ ମାମଲାରେ ଅଜିତ ଚାଣ୍ଡେଲାଙ୍କୁ ଆଜୀବନ ବାସନ୍ଦ କରିଛି ବିସିସିଆଇ। ସେହିଭଳି ହିକେନ ଶାହଙ୍କୁ ୫ ବର୍ଷ ପାଇଁ ବାସନ୍ଦ କରାଯାଇଛି। ଚାଣ୍ଡେଲା ଆଉ ବିସିସିଆଇ ସହିତ ଜଡ଼ିତ କୌଣସି କ୍ରିକେଟରେ ଭାଗ ନେଇ ପାରିବେ ନାହିଁ। ଶାହଙ୍କ ପାଇଁ ଏହି କଟକଣା ୫ ବର୍ଷ ଯାଏଁ ରହିବ।

ବିସିସିଆଇର ତିନି ଜଣିଆ ଶୃଙ୍ଖଳା କମିଟି ଏହି ନିଷ୍ପତ୍ତି ନେଇଛି। ଏହି କମିଟିରେ ବିସିସିଆଇ ସଭାପତି ଶଶାଙ୍କ ମନୋହର, ଜ୍ୟୋତିରାଦିତ୍ୟ ସିନ୍ଧିଆ ଓ ନିରଞ୍ଜନ ଶାହ ରହିଥିଲେ।