ଫାଇନାଲ୍‌ ପାଇଁ ଚେନ୍ନାଇକୁ ୧୪୮ ରନ୍‌ର ଟାର୍ଗେଟ୍‌

ହାଇଦ୍ରବାଦ୍‌: ଆଇପିଏଲ୍‌ ୨୦୧୯ ଫାଇନାଲ୍‌ରେ ପ୍ରବେଶ କରିବା ପାଇଁ ମହେନ୍ଦ୍ର ସିଂହ ଧୋନିଙ୍କ ଚେନ୍ନାଇ ସୁପରକିଙ୍ଗସ୍‌କୁ ୧୪୮ ରନ୍‌ର ଟାର୍ଗେଟ ମିଳିଛି। ଆଜି ଖେଳାଯାଇଥିବା ଦ୍ୱିତୀୟ କ୍ୱାଲିଫାୟର୍‌ରେ ଦିଲ୍ଲୀ କ୍ୟାପିଟାଲ୍ସ ନିର୍ଦ୍ଧାରିତ ୨୦ ଓଭର୍‌ରେ ୯ ୱିକେଟ୍‌ ହରାଇ ମାତ୍ର ୧୪୭ ରନ୍‌ କରିଛି। ଦଳ ପକ୍ଷରୁ ବିସ୍ଫୋରକ ରିଷଭ ପନ୍ତ ସର୍ବାଧିକ ୩୮ ରନ୍‌ କରି କରିଛନ୍ତି। ଏହି ମ୍ୟାଚ୍‌ଟି ଯେଉଁ ଦଳ ଜିତିବ, ସେ ରବିବାର ମୁମ୍ବାଇ ସହ ଫାଇନାଲ ମ୍ୟାଚ୍‌ ଖେଳିବ। ଆଜି ଟସ୍‌ […]

ses

ses

Hemant Lenka
  • Published: Friday, 10 May 2019
  • Updated: 11 May 2019, 09:07 AM IST

ହାଇଦ୍ରବାଦ୍‌: ଆଇପିଏଲ୍‌ ୨୦୧୯ ଫାଇନାଲ୍‌ରେ ପ୍ରବେଶ କରିବା ପାଇଁ ମହେନ୍ଦ୍ର ସିଂହ ଧୋନିଙ୍କ ଚେନ୍ନାଇ ସୁପରକିଙ୍ଗସ୍‌କୁ ୧୪୮ ରନ୍‌ର ଟାର୍ଗେଟ ମିଳିଛି। ଆଜି ଖେଳାଯାଇଥିବା ଦ୍ୱିତୀୟ କ୍ୱାଲିଫାୟର୍‌ରେ ଦିଲ୍ଲୀ କ୍ୟାପିଟାଲ୍ସ ନିର୍ଦ୍ଧାରିତ ୨୦ ଓଭର୍‌ରେ ୯ ୱିକେଟ୍‌ ହରାଇ ମାତ୍ର ୧୪୭ ରନ୍‌ କରିଛି। ଦଳ ପକ୍ଷରୁ ବିସ୍ଫୋରକ ରିଷଭ ପନ୍ତ ସର୍ବାଧିକ ୩୮ ରନ୍‌ କରି କରିଛନ୍ତି। ଏହି ମ୍ୟାଚ୍‌ଟି ଯେଉଁ ଦଳ ଜିତିବ, ସେ ରବିବାର ମୁମ୍ବାଇ ସହ ଫାଇନାଲ ମ୍ୟାଚ୍‌ ଖେଳିବ।

ଆଜି ଟସ୍‌ ଜିତି ମହେନ୍ଦ୍ର ସିଂହ ଧୋନି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲେ। ଏହାକୁ ଦ୍ରୁତ ବୋଲର ଦୀପକ ଚହର ସଠିକ୍‌ ସାବ୍ୟସ୍ତ କରି ଓପନର ପୃଥ୍ୱୀ ଶ’(୫)ଙ୍କୁ ସଅଳ ପ୍ୟାଭିଲିୟନ୍‌ ପଠାଇ ଦେଇଥିଲେ। ଏହାପରେ ଇନ୍‌ଫର୍ମ ଶିଖର ଧୱନ୍‌ ମାତ୍ର ୧୮ ରନ୍‌ କରି ହରଭଜନ ସିଂହଙ୍କ ବଲ୍‌ରେ ଆଉଟ୍‌ ହୋଇଯାଇଥିଲେ।

କଲିନ୍‌ ମନରୋ(୨୭) ଓ ଅଧିନାୟକ ଶ୍ରେୟସ ଆୟର(୧୩) କିଛି ସମୟ ପାଇଁ ସ୍ଥିତ ସମ୍ଭାଳିଥିଲେ ହେଁ ଏହାକୁ ବଡ଼ ସ୍କୋରରେ ପରିଣତ କରି ପାରି ନଥିଲେ। ୫ ନଂ ସ୍ଥାନରେ ବ୍ୟାଟିଂ କରିବାକୁ ଆସିଥିବା ପନ୍ତ ନିଜର ଚିରାଚରିତ ବିସ୍ଫୋରକ ଢଙ୍ଗରେ ବ୍ୟାଟିଂ କରିଥିଲେ। ସେ ଗୋଟିଏ ପଟେ ଛିଡ଼ା ହୋଇଥିଲ ହେଁ ଅନ୍ୟ ବ୍ୟାଟସ୍‌ମ୍ୟାନ୍‌ମାନେ ତାଙ୍କୁ ସହଯୋଗ କରି ନଥିଲେ।

ଅକ୍ସର ପଟେଲ ୩, ରଥରଫୋର୍ଡ ୧୦, କେମୋ ପଲ୍‌ ୩, ଅମିତ ମିଶ୍ରା ୬ ଓ ଟ୍ରେଣ୍ଟ ବୋଲ୍ଟ ମାତ୍ର ୬ ରନ୍‌ କରିବାକୁ ସକ୍ଷମ ହୋଇଥିଲେ। ଦିଲ୍ଲୀର ୮ମ ୱିକେଟ୍‌ ଭାବେ ପନ୍ତ ୨୫ ବଲ୍‌ରେ ୩୮ ରନ୍‌ କରି ପ୍ୟାଭିଲିୟନ୍‌ ଫେରିଥିଲେ।

ଚେନ୍ନାଇ ପକ୍ଷରୁ ହରଭଜନ ସିଂହ, ଡ୍ୱେନ୍‌ ବ୍ରାଭୋ, ରବୀନ୍ଦ୍ର ଜାଡେଜା ଓ ଦୀପକ ଚହର ୨ଟି ଲେଖାଏ ୱିକେଟ୍‌ ନେଇଥିବା ବେଳେ ଇମ୍ରାନ୍‌ ତାହିର ଗୋଟିଏ ୱିକେଟ୍‌ ପାଇଛନ୍ତି।

ଦିଲ୍ଲୀ ୨୦୧୨ ପରେ ପ୍ରଥମଥର ଆଇପିଏଲ୍‌ରେ ନକ୍‌ଆଉଟ୍‌ ମ୍ୟାଚ୍‌ ଖେଳୁଛି। ଆଜି ଯାଏ ଦଳ କେବେ ହେଲେ ଫାଇନାଲ୍‌ ଖେଳିବାର ଗୌରବ ଅର୍ଜନ କରିନାହିଁ। ଆଜିର ମ୍ୟାଚ୍‌ ଜିତିଲେ ଦଳ ଆଇପିଏଲ୍‌ରେ ଏକ ରେକର୍ଡ କରିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story