ଟସ୍‌ ଜିତି ଧୋନିଙ୍କ ବୋଲିଂ ନିଷ୍ପତ୍ତି, ଫେରିଲେ ୱାଟସନ

ଦୁବାଇ: ଆଇପିଏଲର ୪୯ତମ ମ୍ୟାଚ୍‌ରେ ମୁହାଁମୁହିଁ ହେଉଛନ୍ତି ମହେନ୍ଦ୍ର ସିଂହ ଧୋନିଙ୍କ ଚେନ୍ନାଇ ସୁପର କିଙ୍ଗସ ଓ ଇଓନ ମୋର୍ଗାନଙ୍କ କୋଲକାତା ନାଇଟ ରାଇଡର୍ସ। ଏହି ମ୍ୟାଚ୍‌ଟି ଚେନ୍ନାଇ ଅପେକ୍ଷା କୋଲକାତା ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ। କାରଣ ଚେନ୍ନାଇ ପ୍ଲେ-ଅଫରୁ ବାଦ ପଡ଼ିଛି। କିନ୍ତୁ କୋଲକାତାକୁ ପ୍ଲେ-ଅଫ ଖେଳିବାକୁ ହେଲେ ଏହି ମ୍ୟାଚ୍‌କୁ ଜିତିବାକୁ ପଡ଼ିବ। ଏହି ମ୍ୟାଚ୍‌ରେ ଧୋନି ଟସ୍‌ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛନ୍ତି। ଏହାର ଅର୍ଥ କୋଲକାତା ପ୍ରଥମେ ବ୍ୟାଟିଂ କରିବ। […]

dv

dv

Hemant Lenka
  • Published: Thursday, 29 October 2020
  • Updated: 29 October 2020, 07:09 PM IST

Sports

Latest News

ଦୁବାଇ: ଆଇପିଏଲର ୪୯ତମ ମ୍ୟାଚ୍‌ରେ ମୁହାଁମୁହିଁ ହେଉଛନ୍ତି ମହେନ୍ଦ୍ର ସିଂହ ଧୋନିଙ୍କ ଚେନ୍ନାଇ ସୁପର କିଙ୍ଗସ ଓ ଇଓନ ମୋର୍ଗାନଙ୍କ କୋଲକାତା ନାଇଟ ରାଇଡର୍ସ। ଏହି ମ୍ୟାଚ୍‌ଟି ଚେନ୍ନାଇ ଅପେକ୍ଷା କୋଲକାତା ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ। କାରଣ ଚେନ୍ନାଇ ପ୍ଲେ-ଅଫରୁ ବାଦ ପଡ଼ିଛି। କିନ୍ତୁ କୋଲକାତାକୁ ପ୍ଲେ-ଅଫ ଖେଳିବାକୁ ହେଲେ ଏହି ମ୍ୟାଚ୍‌କୁ ଜିତିବାକୁ ପଡ଼ିବ।

ଏହି ମ୍ୟାଚ୍‌ରେ ଧୋନି ଟସ୍‌ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛନ୍ତି। ଏହାର ଅର୍ଥ କୋଲକାତା ପ୍ରଥମେ ବ୍ୟାଟିଂ କରିବ। ଚେନ୍ନାଇ ତା’ ଚୂଡ଼ାନ୍ତ ଏକାଦଶରେ ୩ଟି ପରିବର୍ତ୍ତନ କରିଛି। ଫାଫ ଡୁପ୍ଲେସିସି, ମୋନୁ ସିଂହ ଓ ଇମ୍ରାନ ତାହିରଙ୍କ ବଦଳରେ ଲୁଙ୍ଗତ ଏନଗିଡି, ଶେନ ୱାଟସନ ଓ କରନ ଶର୍ମା ଦଳକୁ କମବ୍ୟାକ କରିଛନ୍ତି।

ସେହିପରି କୋଲକତା ଚୂଡ଼ାନ୍ତ ଏକାଦଶରେ ଗୋଟିଏ ପରିବର୍ତ୍ତନ କରିଛି। ପ୍ରସିଦ୍ଧ କ୍ରିଷ୍ଣାଙ୍କ ବଦଳରେ ରିଙ୍କୁ ସିଂହ ଆଜି ପଡ଼ିଆକୁ ଓହ୍ଲାଇବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos