ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଲା ଚେନ୍ନାଇ

ଅବୁଧାବି: ଆଇପିଏଲର ୩୭ତମ ମ୍ୟାଚ୍‌ରେ ଆଜି ଚେନ୍ନାଇ ସୁପର କିଙ୍ଗସ ଓ ରାଜସ୍ଥାନ ରୟାଲ୍ସ ମୁହାଁମୁହିଁ ହେଉଛନ୍ତି। ଏହି ମ୍ୟାଚ୍‌ରେ ଚେନ୍ନାଇ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଛନ୍ତି। ଏହାର ଅର୍ଥ ରାଜସ୍ଥାନ ପ୍ରଥମେ ବୋଲିଂ କରିବ। ଚେନ୍ନାଇ ତା’ର ଚୂଡ଼ାନ୍ତ ଏକାଦଶରେ ଦୁଇଟି ପରିବର୍ତ୍ତନ କରିଛି। ଆହତ ଯୋଗୁ ଡ୍ୱେନ ବ୍ରାଭୋ ଆଜିର ମ୍ୟାଚ୍‌ ଖେଳୁନାହାନ୍ତି। ତାଙ୍କ ବଦଳରେ ଜୋଶ ହେଜେଲଉଡ୍‌ଙ୍କୁ ସୁଯୋଗ ମିଳିଛି। ସେହିପରି କରନ ଶର୍ମାଙ୍କ […]

df

df

Hemant Lenka
  • Published: Monday, 19 October 2020
  • Updated: 19 October 2020, 07:10 PM IST

Sports

Latest News

ଅବୁଧାବି: ଆଇପିଏଲର ୩୭ତମ ମ୍ୟାଚ୍‌ରେ ଆଜି ଚେନ୍ନାଇ ସୁପର କିଙ୍ଗସ ଓ ରାଜସ୍ଥାନ ରୟାଲ୍ସ ମୁହାଁମୁହିଁ ହେଉଛନ୍ତି। ଏହି ମ୍ୟାଚ୍‌ରେ ଚେନ୍ନାଇ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଛନ୍ତି। ଏହାର ଅର୍ଥ ରାଜସ୍ଥାନ ପ୍ରଥମେ ବୋଲିଂ କରିବ।

ଚେନ୍ନାଇ ତା’ର ଚୂଡ଼ାନ୍ତ ଏକାଦଶରେ ଦୁଇଟି ପରିବର୍ତ୍ତନ କରିଛି। ଆହତ ଯୋଗୁ ଡ୍ୱେନ ବ୍ରାଭୋ ଆଜିର ମ୍ୟାଚ୍‌ ଖେଳୁନାହାନ୍ତି। ତାଙ୍କ ବଦଳରେ ଜୋଶ ହେଜେଲଉଡ୍‌ଙ୍କୁ ସୁଯୋଗ ମିଳିଛି। ସେହିପରି କରନ ଶର୍ମାଙ୍କ ବଦଳରେ ପୀୟୂଷ ଚାୱଲାଙ୍କୁ ପୁଣି ଚୂଡ଼ାନ୍ତ ଏକାଦଶରେ ସାମିଲ କରାଯାଇଛି।

ଅନ୍ୟପକ୍ଷରେ ରାଜସ୍ଥାନ ଗୋଟିଏ ପରିବର୍ତ୍ତନ କରିଛି। ଜୟଦେବ ଉନାଦକତଙ୍କ ବଦଳରେ ଚୂଡ଼ାନ୍ତ ଏକାଦଶରେ ଅଙ୍କିତ ରାଜପୁତଙ୍କୁ ସାମିଲ କରାଯାଇଛି।

ବର୍ତ୍ତମାନ ଚେନ୍ନାଇ ପଏଣ୍ଟ ଟେବୁଲର ୭ମ ସ୍ଥାନରେ ଥିବା ବେଳେ ରାଜସ୍ଥାନ ୮ମ ସ୍ଥାନରେ ରହିଛି। ସେହିପରି ପୂର୍ବ ମ୍ୟାଚରେ ଉଭୟ ଟିମ୍ ସେମାନଙ୍କ ପ୍ରତିପକ୍ଷଙ୍କ ଠାରୁ ପରାସ୍ତ ହୋଇଥିଲେ। ତେଣୁ ଏହି ମ୍ୟାଚ୍ ଉଭୟଙ୍କ ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos