ଫେବୃଆରୀ ୫ରୁ ଭାରତ-ଇଂଲଣ୍ଡ ଟେଷ୍ଟ ସିରିଜ୍‌, ମାର୍ଚ୍ଚ ୨୮ରେ ଶେଷ ଦିନିକିଆ

ନୂଆଦିଲ୍ଲୀ: କରୋନା ମହାମାରୀ ଭିତରେ କ୍ରିକେଟ ଫ୍ୟାନଙ୍କୁ ମିଳିଛି ଖୁସି ଖବର। ଆସନ୍ତା ବର୍ଷ ଆରମ୍ଭରୁ ଭାରତରେ ପୁଣିଥରେ ଆରମ୍ଭ ହେବ ଅନ୍ତର୍ଜାତୀୟ କ୍ରିକେଟ ମ୍ୟାଚ୍‌। ୪ଟି ଟେଷ୍ଟ, ୫ ଟି-୨୦ ଓ ୩ଟି ଦିନିକିଆ ମ୍ୟାଚ୍‌ ଖେଳିବାକୁ ଭାରତ ଗସ୍ତରେ ଆସିବ ଇଂଲଣ୍ଡ। ଏହି ଲମ୍ବା ଗସ୍ତ ବେଳେ ଭାରତ ଓ ଇଂଲଣ୍ଡ ମଧ୍ୟରେ ବିଶ୍ୱର ସବୁଠାରୁ ବଡ଼ ମୋଟେରା ଷ୍ଟାଡିୟମରେ ଐତିହାସିକ ଦିବାରାତ୍ର ଟେଷ୍ଟ ଖେଳାଯିବ। ମାର୍ଚ୍ଚ ୨୪ରେ ଅହମଦାବାଦରେ ଏହି ମ୍ୟାଚ୍‌ ଖେଳାଯିବ। […]

gg

gg

Hemant Lenka
  • Published: Thursday, 10 December 2020
  • Updated: 10 December 2020, 10:23 PM IST

Sports

Latest News

ନୂଆଦିଲ୍ଲୀ: କରୋନା ମହାମାରୀ ଭିତରେ କ୍ରିକେଟ ଫ୍ୟାନଙ୍କୁ ମିଳିଛି ଖୁସି ଖବର। ଆସନ୍ତା ବର୍ଷ ଆରମ୍ଭରୁ ଭାରତରେ ପୁଣିଥରେ ଆରମ୍ଭ ହେବ ଅନ୍ତର୍ଜାତୀୟ କ୍ରିକେଟ ମ୍ୟାଚ୍‌। ୪ଟି ଟେଷ୍ଟ, ୫ ଟି-୨୦ ଓ ୩ଟି ଦିନିକିଆ ମ୍ୟାଚ୍‌ ଖେଳିବାକୁ ଭାରତ ଗସ୍ତରେ ଆସିବ ଇଂଲଣ୍ଡ। ଏହି ଲମ୍ବା ଗସ୍ତ ବେଳେ ଭାରତ ଓ ଇଂଲଣ୍ଡ ମଧ୍ୟରେ ବିଶ୍ୱର ସବୁଠାରୁ ବଡ଼ ମୋଟେରା ଷ୍ଟାଡିୟମରେ ଐତିହାସିକ ଦିବାରାତ୍ର ଟେଷ୍ଟ ଖେଳାଯିବ। ମାର୍ଚ୍ଚ ୨୪ରେ ଅହମଦାବାଦରେ ଏହି ମ୍ୟାଚ୍‌ ଖେଳାଯିବ। ଆଜି ଏ ସମ୍ପର୍କରେ ବିସିସିଆଇ ଓ ଇସିବି ପକ୍ଷରୁ ଘୋଷଣା କରାଯାଇଛି।

ଘୋଷଣା ଅନୁଯାୟୀ, ଭାରତ ଗସ୍ତରେ ଆସିବାକୁ ଥିବା ଇଂଲଣ୍ଡ ପ୍ରଥମେ ଟେଷ୍ଟ, ପରେ ଟି-୨୦ ଓ ଶେଷରେ ଦିନିକିଆ ସିରିଜ ଖେଳିବ। ପ୍ରଥମ ଟେଷ୍ଟ ଚେନ୍ନାଇରେ ଫେବୃଆରୀ ୫ରୁ ଆରମ୍ଭ ହେବ। ଦ୍ୱିତୀୟ ଟେଷ୍ଟ(୧୩ରୁ ୧୭ ଫେବୃଆରୀ) ମଧ୍ୟ ଚେନ୍ନାଇରେ ଖେଳାଯିବ। ଏହାପରେ ସିରିଜ୍‌ର ଶେଷ ଦୁଇଟି ଟେଷ୍ଟ ମ୍ୟାଚ୍‌ ଅହମଦାବାଦରେ ଖେଳାଯିବ।

ତୃତୀୟ ଟେଷ୍ଟ ଦିବାରାତ୍ର ହେବ। ଏହି ଐତିହାସିକ ମ୍ୟାଚ୍‌ ଫେବୃଆରୀ ୨୪ରୁ ଆରମ୍ଭ ହୋଇ ୨୮ ଯାଏ ଚାଲିବ। ଶେଷ ଟେଷ୍ଟଟି ମାର୍ଚ୍ଚ ୪ରୁ ୮ ଯାଏ ଖେଳାଯିବ।

ଏହାପରେ ସେହି ଅହମଦାବାଦର ମୋଟେରା ଷ୍ଟାଡିୟମରେ ୫ଟି ଯାକ ଟି-୨୦ ମ୍ୟାଚ୍‌ ଖେଳାଯିବ। ପ୍ରଥମ ଟି-୨୦ ମାର୍ଚ୍ଚ ୧୨ରେ ଖେଳାଯିବ। ଏହାପରେ ୧୪, ୧୬, ୧୮ ଓ ୨୦ ତାରିଖରେ ବାକି ୪ଟି ଯାକ ମ୍ୟାଚ୍‌ ଖେଳାଯିବ।

ଦିନିକିଆ ସିରିଜ୍‌ର ୩ଟି ଯାକ ମ୍ୟାଚ ପୁଣେରେ ଖେଳାଯିବ। ଏହି ସିରିଜ୍‌ର ପ୍ରଥମ ମ୍ୟାଚ ମାର୍ଚ୍ଚ ୨୨, ଦ୍ୱିତୀୟ ମ୍ୟାଚ୍‌ ମାର୍ଚ୍ଚ ୨୬ ଓ ଶେଷ ମ୍ୟାଚ୍‌ଟି ୨୮ ମାର୍ଚ୍ଚରେ ଖେଳାଯିବ। ଏହି ଲମ୍ବା ସିରିଜରେ ଖେଳାଳିଙ୍କ ସ୍ୱାସ୍ଥ୍ୟ ଓ ସୁରକ୍ଷାକୁ ଅଧିକ ଗୁରୁତ୍ୱ ଦିଆଯିବ। ଦରକାର ପଡ଼ିଲେ ବାୟୋବବଲ ମଧ୍ୟରେ ଖେଳାଳିଙ୍କୁ ରଖାଯିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story