ଏଲଇଟି କ୍ଲବରେ ପୂଜାରା

ରାଜକୋଟ: ଟିମ୍‌ ଇଣ୍ଡିଆର ଟେଷ୍ଟ ସ୍ପେଶାଲିଷ୍ଟ ତଥା ସୌରାଷ୍ଟ୍ର ପକ୍ଷରୁ ପ୍ରଥମ ଶ୍ରେଣୀ ମ୍ୟାଚ୍‌ ଖେଳୁଥିବା ଚେତେଶ୍ୱର ପୂଜାରା ଆଜି ଏକ ବିରଳ ରେକର୍ଡ କରିଛନ୍ତି। ସେ ଆଜି ତାଙ୍କ ପ୍ରଥମ ଶ୍ରେଣୀ କ୍ୟାରିୟରର ୫୦ତମ ଶତକ ହାସଲ କରିଛନ୍ତି। ଏଭଳି କରି ପୂଜାରା କିମ୍ବଦନ୍ତୀ କ୍ରିକେଟର ସଚିନ ତେନ୍ଦୁଲକର, ସୁନୀଲ ଗାଭାସ୍କର ଓ ରାହୁଲ ଡ୍ରାଭିଡ୍‌ଙ୍କ ଭଳି ଏଲଇଟି କ୍ଲବରେ ସାମିଲ ହୋଇଥିଲେ। ମାଧବରାଓ ସିନ୍ଧିଆ କ୍ରିକେଟ ଗ୍ରାଉଣ୍ଡରେ ସୌରାଷ୍ଟ୍ର ଓ କର୍ଣ୍ଣାଟକା ମଧ୍ୟରେ ଚାଲିଥିବା […]

ui

ui

Hemant Lenka
  • Published: Saturday, 11 January 2020
  • Updated: 11 January 2020, 07:04 PM IST

Sports

Latest News

ରାଜକୋଟ: ଟିମ୍‌ ଇଣ୍ଡିଆର ଟେଷ୍ଟ ସ୍ପେଶାଲିଷ୍ଟ ତଥା ସୌରାଷ୍ଟ୍ର ପକ୍ଷରୁ ପ୍ରଥମ ଶ୍ରେଣୀ ମ୍ୟାଚ୍‌ ଖେଳୁଥିବା ଚେତେଶ୍ୱର ପୂଜାରା ଆଜି ଏକ ବିରଳ ରେକର୍ଡ କରିଛନ୍ତି। ସେ ଆଜି ତାଙ୍କ ପ୍ରଥମ ଶ୍ରେଣୀ କ୍ୟାରିୟରର ୫୦ତମ ଶତକ ହାସଲ କରିଛନ୍ତି।

ଏଭଳି କରି ପୂଜାରା କିମ୍ବଦନ୍ତୀ କ୍ରିକେଟର ସଚିନ ତେନ୍ଦୁଲକର, ସୁନୀଲ ଗାଭାସ୍କର ଓ ରାହୁଲ ଡ୍ରାଭିଡ୍‌ଙ୍କ ଭଳି ଏଲଇଟି କ୍ଲବରେ ସାମିଲ ହୋଇଥିଲେ। ମାଧବରାଓ ସିନ୍ଧିଆ କ୍ରିକେଟ ଗ୍ରାଉଣ୍ଡରେ ସୌରାଷ୍ଟ୍ର ଓ କର୍ଣ୍ଣାଟକା ମଧ୍ୟରେ ଚାଲିଥିବା ରଣଜୀ ମୁକାବିଲାରେ ପୂଜାରା ଏହୀ କୀର୍ତ୍ତିମାନ ସ୍ଥାପନ କରିଛନ୍ତି।

ସଚିନ ଓ ଗାଭାସ୍କର ପ୍ରଥମ ଶ୍ରେଣୀ ମ୍ୟାଚ୍‌ରେ ୮୧ଟି ଲେଖାଏ ଶତକ ହାସଲ କରିଥିବା ବେଳେ ଡ୍ରାଭିଡ ୬୮ଟି ଶତକ ମାରିଛନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ ପ୍ରଥମ ଶ୍ରେଣୀ କ୍ରିକେଟ ଖେଳୁଥିବା ଖେଳାଳିଙ୍କ ମଧ୍ୟରେ ପୂଜାରା ୪ର୍ଥ ଖେଳାଳି ଭାବେ ଏଲଇଟି ଗ୍ରୁପ୍‌ରେ ସାମିଲ ହୋଇଛନ୍ତି। ପୂଜାରାଙ୍କ ବ୍ୟତୀତ ଅନ୍ୟ ୩ ଖେଳାଳି ହେଲେ ଆଲିଷ୍ଟର କୁକ(୬୫), ୱାସିମ ଜାଫର(୫୭) ଓ ହାସିମ ଅମଲା(୫୨) ରହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos