ଏହି ରେକର୍ଡ ଠାରୁ ୨ଟି ଛକା ଦୂରରେ ଗେଲ୍‌

ଚଣ୍ଡିଗଡ଼: ୱେଷ୍ଟଇଣ୍ଡିଜର ବିସ୍ଫୋରକ ବ୍ୟାଟସମ୍ୟାନ କ୍ରିସ୍ ଗେଲ୍ ଆଇପିଏଲରେ ଆଉ ଏକ ବୃହତ ରେକର୍ଡ କରିବା ଠାରୁ ମାତ୍ର ୨ଟି ଛକା ଦୂରରେ ରହିଛନ୍ତି। ଆଜି ଆଇପିଏଲ୍ ୨୦୧୯ର ଏକ ମ୍ୟାଚରେ କିଙ୍ଗସ ଏକାଦଶ ପଞ୍ଜାବ ଓ ମୁମ୍ବାଇ ଇଣ୍ଡିଆନ୍ସ ମୁହାଁମୁହିଁ ହେବେ। ଏହି ମ୍ୟାଚ୍‌ରେ ପଞ୍ଜାବ ପକ୍ଷରୁ ଆଇପିଏଲ୍ ଖେଳୁଥିବା ଗେଲଙ୍କ ପାଖରେ ରେକର୍ଡ କରିବାର ସୁଯୋଗ ରହିବ। ସେ ଯଦି ଆଜିର ମ୍ୟାଚରେ ୨ଟି ଛକା ମାରି ନିଅନ୍ତି, ତା’ହେଲେ ସେ ଆଇପିଏଲରେ ୩୦୦ଟି […]

g

g

Hemant Lenka
  • Published: Saturday, 30 March 2019
  • Updated: 30 March 2019, 10:12 AM IST

Sports

Latest News

ଚଣ୍ଡିଗଡ଼: ୱେଷ୍ଟଇଣ୍ଡିଜର ବିସ୍ଫୋରକ ବ୍ୟାଟସମ୍ୟାନ କ୍ରିସ୍ ଗେଲ୍ ଆଇପିଏଲରେ ଆଉ ଏକ ବୃହତ ରେକର୍ଡ କରିବା ଠାରୁ ମାତ୍ର ୨ଟି ଛକା ଦୂରରେ ରହିଛନ୍ତି। ଆଜି ଆଇପିଏଲ୍ ୨୦୧୯ର ଏକ ମ୍ୟାଚରେ କିଙ୍ଗସ ଏକାଦଶ ପଞ୍ଜାବ ଓ ମୁମ୍ବାଇ ଇଣ୍ଡିଆନ୍ସ ମୁହାଁମୁହିଁ ହେବେ।

ଏହି ମ୍ୟାଚ୍‌ରେ ପଞ୍ଜାବ ପକ୍ଷରୁ ଆଇପିଏଲ୍ ଖେଳୁଥିବା ଗେଲଙ୍କ ପାଖରେ ରେକର୍ଡ କରିବାର ସୁଯୋଗ ରହିବ। ସେ ଯଦି ଆଜିର ମ୍ୟାଚରେ ୨ଟି ଛକା ମାରି ନିଅନ୍ତି, ତା’ହେଲେ ସେ ଆଇପିଏଲରେ ୩୦୦ଟି ଛକା ମାରିବାର ରେକର୍ଡ ନିଜ ନାଁରେ କରିନେବେ। ଆଜି ଯାଏ ଆଇପିଏଲରେ ୩୦୦ଟି ଛକା କେହି ମାରିନାହାନ୍ତି।

ଗେଲଙ୍କ ସହ ବର୍ତ୍ତମାନ ୨୯୮ଟି ଛକା ସହ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁର ମିଷ୍ଟର ୩୬୦ ଏବି ଡିଭିଲିୟର୍ସ ରହିଛନ୍ତି। ଡିଭିଲିୟର୍ସଙ୍କୁ ପଛରେ ପକାଇବାକୁ ଗେଲ୍ ଆଜି ନିଶ୍ଚିତ ଚେଷ୍ଟା କରିବେ।

ଗେଲ୍ ଆପିଏଲରେ ଏଯାଏ ୧୧୪ଟି ମ୍ୟାଚ୍ ଖେଳିଥିବା ବେଳେ ୪୧.୩୪ ହାରରେ ୪୦୯୩ ରନ୍ କରିଛନ୍ତି। ଏଥିରେ ୬ଟି ଶତକ ଓ ୨୫ଟି ଅର୍ଦ୍ଧଶତକ ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos