କୋହଲି ଓ ସ୍ମିଥ୍‌ଙ୍କ ପାଇଁ ବଡ ଚ୍ୟାଲେଞ୍ଜ

ରାଞ୍ଚି: ଗୁରୁବାର ଠାରୁ ଆରମ୍ଭ ହେବାକୁ ଯାଉଛି ଅଷ୍ଟ୍ରେଲିଆ ଓ ଭାରତ ମଧ୍ୟରେ ତୃତୀୟ ଟେଷ୍ଟ। ବିଶେଷ କରି ଏହି ଟେଷ୍ଟ ଉଭୟ ବିରାଟ୍ କୋହଲି ଓ ଷ୍ଟିଭେନ୍‌ ସ୍ମିଥ୍‌ ପାଇଁ ଏକ ବଡ ଚ୍ୟାଲେଞ୍ଜ। ବାଙ୍ଗାଲୋର ଟେଷ୍ଟରେ ଡିଆର୍‌ଏସ୍‌ ଘଟଣାରେ ଅଷ୍ଟ୍ରେଲିଆ ଅଧିନାୟକ ସ୍ମିଥ୍‌ଙ୍କୁ ସମାଲୋଚନା କରାଯାଇଥିବା ବେଳେ ଭାରତ କମବ୍ୟାକ୍‌ କରି ମ୍ୟାଚ ଜିତି ନେଇଥିଲା। ଏଭଳି ସ୍ଥିତିରେ ରାଞ୍ଚି ମ୍ୟାଚ୍‌ ବେଶ ରୋମାଞ୍ଚକର ହେବ ବୋଲି ଆଶା କରାଯାଉଛି। ପଛକଥା ଭୁଲି ଏହି […]

CRICKET-MATCH

CRICKET-MATCH

Rakesh Mallick
  • Published: Wednesday, 15 March 2017
  • Updated: 15 March 2017, 11:04 PM IST

Sports

Latest News

ରାଞ୍ଚି: ଗୁରୁବାର ଠାରୁ ଆରମ୍ଭ ହେବାକୁ ଯାଉଛି ଅଷ୍ଟ୍ରେଲିଆ ଓ ଭାରତ ମଧ୍ୟରେ ତୃତୀୟ ଟେଷ୍ଟ। ବିଶେଷ କରି ଏହି ଟେଷ୍ଟ ଉଭୟ ବିରାଟ୍ କୋହଲି ଓ ଷ୍ଟିଭେନ୍‌ ସ୍ମିଥ୍‌ ପାଇଁ ଏକ ବଡ ଚ୍ୟାଲେଞ୍ଜ। ବାଙ୍ଗାଲୋର ଟେଷ୍ଟରେ ଡିଆର୍‌ଏସ୍‌ ଘଟଣାରେ ଅଷ୍ଟ୍ରେଲିଆ ଅଧିନାୟକ ସ୍ମିଥ୍‌ଙ୍କୁ ସମାଲୋଚନା କରାଯାଇଥିବା ବେଳେ ଭାରତ କମବ୍ୟାକ୍‌ କରି ମ୍ୟାଚ ଜିତି ନେଇଥିଲା। ଏଭଳି ସ୍ଥିତିରେ ରାଞ୍ଚି ମ୍ୟାଚ୍‌ ବେଶ ରୋମାଞ୍ଚକର ହେବ ବୋଲି ଆଶା କରାଯାଉଛି।

ପଛକଥା ଭୁଲି ଏହି ଟେଷ୍ଟରେ କିଭଳି ସଫଳ ରୂପାୟନ କରି ପାରିବେ ଉଭୟ ଭାରତ ଓ ଅଷ୍ଟ୍ରେଲିଆ ପାଇଁ ବଡ ଆହ୍ୱାନ। ଉଭୟ ଦଳର ଖେଳାଳି ଟାହି ଟାପରା ବା ତାଚ୍ଛଲ୍ୟ କରିବା ପରିବର୍ତ୍ତେ ପରସ୍ପରକୁ କିଭଳି ସମ୍ମାନ ଜଣାଇବେ ଏଥିପାଇଁ ଅଷ୍ଟ୍ରେଲିଆ ଓ ଭାରତର କ୍ରିକେଟ ସଂଘ ଚେଷ୍ଟା କରିଛିନ୍ତି। ରାଞ୍ଚିରେ ପ୍ରଥମ ଥର ପାଇଁ ଟେଷ୍ଟ ମ୍ୟାଚ ଖେଳାଯାଉଥିବା ବେଳେ ଏଠାରେ କିପରି ବିନା କୌଣସି ସମସ୍ୟରେ ଏହା ସଫଳ ହେବ ସେଥିପାଇଁ ବିସିସିଆଇ ଓ ଝାଡଖଣ୍ଡ କ୍ରିକେଟ ସଂଘ ସମସ୍ତ ପ୍ରକାର ଉଦ୍ୟମ କରୁଛନ୍ତି।

୪ଟିକିଆ ଟେଷ୍ଟ ସିରିଜରୁ ଭାରତ ଓ ଅଷ୍ଟ୍ରେଲିଆ ଗୋଟିଏ ଲେଖାଏଁ ମ୍ୟାଚ ଜିତି ସମ୍ମାନ ସ୍ଥିତିରେ ରହିଥିବା ବେଳେ ରାଞ୍ଚିରେ ଉଭୟ ଟିମ୍‌ ମ୍ୟାଚ୍‌କୁ ନିଜ କବଜାକୁ ନେବାକୁ ସ୍ୱତନ୍ତ୍ର ରଣକୌଶଳରେ ପଡିବାକୁ ଓହ୍ଲାଇବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos