ଶେଷରେ ଇଂଲଣ୍ଡ ପାଇଁ ମୁଣ୍ଡି ମାରିଲେ ବିଦେଶୀ ଖେଳାଳି

ଲଣ୍ଡନ: କ୍ରିକେଟ୍ ଜଗତକୁ ମିଳିଛି ନୂଆ ବିଜେତା। ଇଂଲଣ୍ଡ ଓ ନ୍ୟୁଜିଲ୍ୟାଣ୍ଡ୍ ମଧ୍ୟରେ ଖେଳାଯାଇଥିବା ହାଇଭୋଲଟେଜ୍ ଫାଇନାଲ୍ ସୁପର୍ ଓଭରକୁ ଯାଇଥିଲା। ସୁପର ଓଭରରେ ମଧ୍ୟ ମ୍ୟାଚ୍ ଟାଇ ରହିଥିଲା, ଯାହା ପରେ ବାଉଣ୍ଡ୍ରୀ ଗଣନା ଆଧାରରେ ଆୟୋଜକ ଇଂଲଣ୍ଡ ବିଶ୍ୱ ଚାମ୍ପିଅନ୍ ହୋଇଛି। କ୍ରିକେଟର ଜନ୍ମଦାତା କୁହାଯାଉଥିବା ଇଂଲଣ୍ଡକୁ ବିଶ୍ୱର ଏହି ମୁକୁଟ ପିନ୍ଧିବା ପାଇଁ ୪୪ ବର୍ଷ ସମୟ ଲାଗିଗଲା। ଏହି ଲମ୍ବା ସମୟ ମଧ୍ୟରେ ଇଂଲଣ୍ଡ ପାଇଁ ଅନେକ କ୍ୟାପଟେନ୍ ସଂଘର୍ଷ କରିଥିଲେ […]

england

england

Hemant Lenka
  • Published: Monday, 15 July 2019
  • Updated: 15 July 2019, 10:25 PM IST

ଲଣ୍ଡନ: କ୍ରିକେଟ୍ ଜଗତକୁ ମିଳିଛି ନୂଆ ବିଜେତା। ଇଂଲଣ୍ଡ ଓ ନ୍ୟୁଜିଲ୍ୟାଣ୍ଡ୍ ମଧ୍ୟରେ ଖେଳାଯାଇଥିବା ହାଇଭୋଲଟେଜ୍ ଫାଇନାଲ୍ ସୁପର୍ ଓଭରକୁ ଯାଇଥିଲା। ସୁପର ଓଭରରେ ମଧ୍ୟ ମ୍ୟାଚ୍ ଟାଇ ରହିଥିଲା, ଯାହା ପରେ ବାଉଣ୍ଡ୍ରୀ ଗଣନା ଆଧାରରେ ଆୟୋଜକ ଇଂଲଣ୍ଡ ବିଶ୍ୱ ଚାମ୍ପିଅନ୍ ହୋଇଛି। କ୍ରିକେଟର ଜନ୍ମଦାତା କୁହାଯାଉଥିବା ଇଂଲଣ୍ଡକୁ ବିଶ୍ୱର ଏହି ମୁକୁଟ ପିନ୍ଧିବା ପାଇଁ ୪୪ ବର୍ଷ ସମୟ ଲାଗିଗଲା। ଏହି ଲମ୍ବା ସମୟ ମଧ୍ୟରେ ଇଂଲଣ୍ଡ ପାଇଁ ଅନେକ କ୍ୟାପଟେନ୍ ସଂଘର୍ଷ କରିଥିଲେ ହେଁ, ଟିମକୁ ବିଶ୍ୱ ଚାମ୍ପିଅନ୍ ହେବାର ସ୍ୱାଦ ଚଖାଇ ପାରିନଥିଲେ। କିନ୍ତୁ ଦ୍ୱାଦଶ ସଂସ୍କରଣରେ ଇଂଲଣ୍ଡକୁ ବିଶ୍ୱ ବିଜେତା କରାଇବା ପଛରେ ଇଂଲିଶ ଖେଳାଳି ନୁହେଁ, ବରଂ ବିଦେଶୀ ଖେଳାଳିଙ୍କ ଭୂମିକା ପ୍ରମୁଖ ରହିଛି।

ଇଂଲଣ୍ଡ ଦଳ ଭାବିନଥିବେ ଯେ ସେମାନେ ଏଭଳି ଉପାୟରେ ଟାଇଟଲ୍ ଜିତିବେ। ଟିମର ଏହି ଅଭିଯାନରେ ଅନ୍ୟ ଦେଶର ସେହି ୫ଜଣ ଖେଳାଳି ପ୍ରମୁଖ ଭୂମିକା ବହନ କରିଛନ୍ତି, ଯେଉଁମାନଙ୍କ ସହଯୋଗରେ ଇଂଲଣ୍ଡ ଆଜି ଟାଇଟଲ୍ ଜିତିପାରିଛି। ଇଂଲଣ୍ଡ ଟିମରେ ୫ଜଣ ଖେଳାଳି ଅଛନ୍ତି, ଯାହାଙ୍କ ଜନ୍ମ ବାହାର ଦେଶରେ ହୋଇଛି। ଏଥିରୁ ଚାରିଜଣ ଇଂଲଣ୍ଡକୁ ଫାଇନାଲରେ ପହଞ୍ଚାଇବାରେ ପ୍ରମୁଖ ଯୋଗଦାନ କରିଛନ୍ତି। ଆସନ୍ତୁ ଜାଣିବା ସେହି ଖେଳାଳିଙ୍କ ସମ୍ବନ୍ଧରେ, ଯାହାଙ୍କ ଜନ୍ମ ଦକ୍ଷିଣ ଆଫ୍ରିକା, ୱେଷ୍ଟଇଣ୍ଡିଜ୍ ଭଳି ଦେଶରେ ହୋଇଛି, କିନ୍ତୁ ସେମାନେ କ୍ରିକେଟ୍ ଇଂଲଣ୍ଡ ପକ୍ଷରୁ ଖେଳୁଛନ୍ତି।

ଇଅନ୍ ମୋର୍ଗାନ୍: ମୋର୍ଗାନ୍ କ୍ୟାପଟେନ୍ ହେବା ପରେ ଇଂଲଣ୍ଡର ଭାଗ୍ୟ ବଦଳିଛି। ତେବେ ମୋର୍ଗାନଙ୍କ ଜନ୍ମ ଇଂଲଣ୍ଡରେ ନୁହେଁ, ବରଂ ଆୟର୍ଲ୍ୟାଣ୍ଡରେ ହୋଇଛି। ସେ ମଧ୍ୟ ଆୟର୍ଲ୍ୟାଣ୍ଡ୍ ଜାତୀୟ ଦଳ ପକ୍ଷରୁ କ୍ରିକେଟ୍ ଖେଳିସାରିଛନ୍ତି। ଦ୍ୱାଦଶ ବିଶ୍ୱକପରେ ମୋର୍ଗାନ୍ ଇଂଲଣ୍ଡ ବିଜୟରେ ପ୍ରମୁଖ ଯୋଗଦାନ କରିଛନ୍ତି। ସେ ମୋଟ ୩୭୧ ରନ୍ କରିଛନ୍ତି। ୩୨ ବର୍ଷୀୟ ମୋର୍ଗାନଙ୍କ ଜନ୍ମ ଡବଲିନରେ ହୋଇଥିଲା। ସେ ଆୟର୍ଲ୍ୟାଣ୍ଡ୍ ପକ୍ଷରୁ ୨୩ ଦିନିକିଆ ଖେଳି ୭୪୪ ରନ୍ କରିଛନ୍ତି। ୨୦୦୬ରେ ସେ ନିଜର ପ୍ରଥମ ଦିନିକିଆରେ ହିଁ ୯୯ ରନର ଇନିଂସ୍ ଖେଳିଥିଲେ। ୨୭ ମେ'ରେ ସେ ଇଂଲଣ୍ଡ ପକ୍ଷରୁ ଟେଷ୍ଟ ପଦାର୍ପଣ କରିଥିଲେ।

ବିଶ୍ୱକପ୍ ପ୍ରଦର୍ଶନ: ୧୧ ମ୍ୟାଚ୍, ୩୭୧ ରନ୍, ୧୪୮ ସର୍ବଶ୍ରେଷ୍ଠ, ୪୧.୧୧ ଆଭରେଜ୍, ୧୧୧.୦୭ ଷ୍ଟ୍ରାଇକରେଟ୍, ୧ ଶତକ, ୧ ଅର୍ଦ୍ଧଶତକ

ବେନ୍ ଷ୍ଟୋକ୍ସ: ଇଂଲଣ୍ଡ ଟିମର ସର୍ବକାଳୀନ ଶ୍ରେଷ୍ଠ ଅଲରାଉଣ୍ଡଙ୍କ ନାଁ ଯଦି ନିଆଯିବ, ସେଥିରେ ଇଆନ୍ ବୋଥାମ ଓ ଆଣ୍୍ୟୁ୍ଟ ଫ୍ଲିଣ୍ଟଫଙ୍କ ନାମ ଆଗ ଆସିବ। ତେବେ ଏହି ଦୁଇ ଶ୍ରେଷ୍ଠ ଅଲରାଉଣ୍ଡରଙ୍କ ସ୍ଥାନ ଷ୍ଟୋକ୍ସ କିଛି ମାତ୍ରାରେ ପୂରଣ କରିଛନ୍ତି। ଷ୍ଟୋକ୍ସ ବ୍ୟାଟିଂ ଓ ବୋଲିଂ ଦ୍ୱାରା ଟିମକୁ ମ୍ୟାଚ୍ ଜିତାଇବାର ଦକ୍ଷତା ରଖିଛନ୍ତି। ସେ ଏହି ଦକ୍ଷତା ବିଶ୍ୱକପ୍ ଟାଇଟଲ୍ ମୁକାବିଲାରେ ମଧ୍ୟ ଦେଖାଇଥିଲେ। ଷ୍ଟୋକ୍ସ ଶେଷ ପର୍ଯ୍ୟନ୍ତ ସଂଘର୍ଷ କରିଚାଲିଥିଲେ ଏବଂ ପ୍ରଥମେ ମ୍ୟାଚକୁ ଟାଇ କରାଇଥିଲେ। ଷ୍ଟୋକ୍ସ ଅପରାଜିତ ୮୪ ରନ କରିଥିଲେ । କିନ୍ତୁ ବହୁତ କମ୍ ଲୋକ ଜାଣିଛନ୍ତି ଯେ, ତାଙ୍କ ଜନ୍ମ ନ୍ୟୁଜିଲ୍ୟାଣ୍ଡରେ ହୋଇଥିଲା। ଷ୍ଟୋକ୍ସଙ୍କ ପିଚା ଜଣେ ରଗବୀ କୋଚ୍ ଏବଂ ସେ କମ୍ ବୟସରୁ ହିଁ ନିଜ ପିତାଙ୍କ ସହ ବ୍ରିଟେନ୍ ଆସି ବସବାସ କରିଥିଲେ। ଏହି ବିଶ୍ୱକପରେ ଷ୍ଟୋକ୍ସ ବୋଲିଂରେ ୭ ୱିକେଟ୍ ଏବଂ ବ୍ୟାଟିଂରେ ୪୬୫ ରନ୍ କରିଛନ୍ତି।

ବିଶ୍ୱକପ୍ ପ୍ରଦର୍ଶନ: ୧୧ ମ୍ୟାଚ୍, ୪୬୫ ରନ୍, ୮୯ ସର୍ବଶ୍ରେଷ୍ଠ, ୬୬.୮୫ ଆଭରେଜ୍, ୯୩.୬୦ ଷ୍ଟ୍ରାଇକରେଟ୍, ୫ ଅର୍ଦ୍ଧଶତକ

ଜେସନ୍ ରୟ: ରୟ ନିଜର ଦମଦାର ପ୍ରଦର୍ଶନ ଦ୍ୱାରା ଇଂଲଣ୍ଡକୁ ଫାଇନାଲରେ ପହଞ୍ଚାଇଥିଲେ। ତେବେ ସେ ଫାଇନାଲରେ ମାତ୍ର ୧୭ ରନ୍ କରିଥିଲେ । ରୟ ୧୦ ବର୍ଷର ହୋଇଥିଲା ବେଳେ ତାଙ୍କ ପରିବାର ବ୍ରିନେଟରେ ବାସ କରିଥିଲା। ତେବେ ରୟଙ୍କ ଜନ୍ମ ଦକ୍ଷିଣ ଆଫ୍ରିକାରେ ହୋଇଥିଲା। ଏହି ବିଶ୍ୱକପରେ ସେ ୪୪୩ ରନ୍ କରିଛନ୍ତି। ଏହା ମଧ୍ୟରେ ସେ ଅଷ୍ଟ୍ରେଲିଆ ବିପକ୍ଷ ସେମିଫାଇନାଲାରେ ବିସ୍ଫୋରକ ଅର୍ଦ୍ଧଶତକୀୟ ଇନିଂସ୍ ଖେଳିଥିଲ।

ବିଶ୍ୱକପ୍ ପ୍ରଦର୍ଶନ: ୮ ମ୍ୟାଚ୍, ୪୪୩ ରନ୍, ୧୫୩ ସର୍ବଶ୍ରେଷ୍ଠ, ୬୩.୨୮ ଆଭରେଜ୍, ୧୧୫.୩୬ ଷ୍ଟ୍ରାଇକରେଟ୍, ୧ ଶତକ, ୪ ଅର୍ଦ୍ଧଶତକ

ଜୋଫ୍ରା ଆର୍ଚର୍: ଯଦି ଏହି ବୋଲର ନଥାନ୍ତେ, ତାହେଲେ ଇଂଲଣ୍ଡ ହୁଏତ ବିଶ୍ୱ ଚାମ୍ପିଅନ୍ ହୋଇପାରିନଥାନ୍ତା। ସବୁଠାରୁ ଆଶ୍ଚର୍ଯ୍ୟକର କଥା ହେଉଛି, ଆର୍ଚରଙ୍କୁ ବିଶ୍ୱକପ୍ ପାଇଁ ଇଂଲଣ୍ଡ ଟିମର ସମ୍ଭାବ୍ୟ ତାଲିକାରେ ସାମିଲ୍ କରାଯାଇନଥିଲା। କିନ୍ତୁ ଆଇପିଏଲରେ ପ୍ରଭାବୀ ପ୍ରଦର୍ଶନ ପରେ ତାଙ୍କୁ ଇଂଲିଶ ବିଶ୍ୱକପ୍ ଟିମରେ ଚୟନ କରାଯାଇଥିଲା। ଆର୍ଚରଙ୍କ ଜନ୍ମ ୱେଷ୍ଟଇଣ୍ଡିଜର ବାର୍ବାଡୋସରେ ହୋଇଥିଲା। ସେ ୱିଣ୍ଡିଜ୍ ପକ୍ଷରୁ ୨୦୧୪ରେ ଅଣ୍ଡର୍-୧୯ କ୍ରିକେଟ୍ ଖେଳିସାରିଛନ୍ତି। ଆର୍ଚରଙ୍କୁ ସାମିଲ୍ କରିବା ପାଇଁ ଇଂଲଣ୍ଡ ଏତେ ମାତ୍ରାରେ ବ୍ୟଗ୍ର ହୋଇପଡ଼ିଥିଲା ଯେ, ଶେଷରେ ଟିମ୍ ତା'ର ନିୟମରେ ପରିବର୍ତ୍ତନ କରିଥିଲା। ଇଂଲଣ୍ଡର ଏହି ବାଜି ମଧ୍ୟ ସଠିକ୍ କାମ ଦେଇଥିଲା। ଆର୍ଚର ଏହି ବିଶ୍ୱକପରେ ୨୦ ୱିକେଟ୍ ନେଇଛନ୍ତି।

ବିଶ୍ୱକପ୍ ପ୍ରଦର୍ଶନ: ୧୧ ମ୍ୟାଚ୍, ୨୦ ୱିକେଟ୍, ୩/୨୭ ସର୍ବଶ୍ରେଷ୍ଠ ପ୍ରଦର୍ଶନ, ୪.୫୭ ଇକୋନମି ରେଟ୍

ଟମ୍ କୁରାନ୍: ଇଂଲଣ୍ଡର ୨୪ ବର୍ଷୀୟ ଏହି ଯୁବ ଖେଳାଳିଙ୍କ କାହାଣୀ ବେଶ୍ ରୋଚକ। କୁରାନ୍ ଦକ୍ଷିଣ ଆଫ୍ରିକାର ବାସିନ୍ଦା ଏବଂ ତାଙ୍କ ପିତା କେଭିନ୍ କୁରାନ୍ ଜିମ୍ବାୱେ ପକ୍ଷରୁ ଅନ୍ତର୍ଜାତୀୟ କ୍ରିକେଟ୍ ଖେଳିସାରିଛନ୍ତି। ଟମଙ୍କ ଅଧ୍ୟୟନ ଜିମ୍ବାୱେରେ ହୋଇଥିଲା ଏବଂ ପରେ ସେ କ୍ରିକେଟ୍ ଖେଳିବା ପାଇଁ ଇଂଲଣ୍ଡକୁ ଚାଲିଆସିଥିଲେ। ତେବେ ଟମଙ୍କୁ ଏହି ବିଶ୍ୱକପରେ ଗୋଟିଏ ବି ମ୍ୟାଚ୍ ଖେଳିବାକୁ ମିଳିନାହିଁ।

ସେହିପରି ଇଂଲଣ୍ଡର ଅଭିଜ୍ଞ ଅଲରାଉଣ୍ଡର ମୋଇନ୍ ଅଲୀ ଓ ଆଦିଲ ରଶିଦଙ୍କ ଜନ୍ମ ହୁଏତ ଇଂଲଣ୍ଡରେ ହୋଇଛି, କିନ୍ତୁ ଦୁହେଁ ପାକିସ୍ତାନର। ମୋଇନଙ୍କ ପିତା ମୁଳରୂପରେ ମୀରପୁରରେ ରହୁଥିଲେ। ଅନ୍ୟପକ୍ଷରେ ରଶିଦଙ୍କ ପିତା ୧୯୬୭ରେ ପାକିସ୍ତାନ ଛାଡ଼ି ଇଂଲଣ୍ଡରେ ରହିବା ଆରମ୍ଭ କରିଥିଲେ। ମୋଇନ୍ ଏହି ବିଶ୍ୱକପରେ ୫ ମ୍ୟାଚରେ ୫ ୱିକେଟ୍ ଏବଂ ୭୫ ରନ୍ କରିଛନ୍ତି। ରଶିଦ୍ ୧୦ ମ୍ୟାଚରେ ୧୧ ୱିକେଟ୍ ନେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos