କରୋନା ପାଇଁ ସବୁ ବୟସ ବର୍ଗର କ୍ରିକେଟ ଟୁର୍ଣ୍ଣାମେଣ୍ଟ ବାତିଲ କଲା ବିସିସିଆଇ

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ବଢ଼ୁଥିବାରୁ ଆଜି ବିସିସିଆଇ ବଡ଼ ପଦକ୍ଷେପ ନେଇଛି। ଦେଶରେ ବିସିସିଆଇ ତରଫରୁ ଖେଳା ଯାଉଥିବା କିମ୍ବା ଆଗକୁ ଖେଳା ଯିବାକୁ ଥିବା ସବୁ ବର୍ଗର କ୍ରିକେଟ ଟୁର୍ଣ୍ଣାମେଣ୍ଟକୁ ବାତିଲ କରାଯାଇଛି। ଏ ସମ୍ପର୍କରେ ବିସିସିଆଇ ସମ୍ପାଦକ ଜୟ ଶାହ ସବୁ ରାଜ୍ୟର କ୍ରିକେଟ ଆସୋସିଏସନକୁ ଚିଠି ଲେଖିଛନ୍ତି।

ହଠାତ୍‌ ସବୁ ବୟସ ବର୍ଗର ଟୁର୍ଣ୍ଣାମେଣ୍ଟ ବିସିସିଆଇ ବାତିଲ କରିଥିବାରୁ ଏପ୍ରିଲ ୯ରୁ ଆରମ୍ଭ ହେବାକୁ ଥିବା ଆଇପିଏଲର ଭବିଷ୍ୟତକୁ ନେଇ ଅନିଶ୍ଚିତତା ପ୍ରକାଶ ପାଇଛି। ୨୦୨୦ରେ କରୋନା ଯୋଗୁ ଆଇପିଏଲ ଦୁବାଇରେ ଖେଳା ଯାଇଥିଲା।

ଏବେ ବିଭିନ୍ନ ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ପାଉଛି। ସେହିପରି ଖେଳାଳିଙ୍କୁ ଟୁର୍ଣ୍ଣାମେଣ୍ଟ ଖେଳିବା ପାଇଁ ବାହାର ରାଜ୍ୟକୁ ଯିବାକୁ ପଡ଼ିବ। ବାଓ ବବଲ୍ସ ମଧ୍ୟରେ ରହିବାକୁ ପଡ଼ିବ। ତେଣୁ ବିସିସିଆଇ ସବୁ ବୟସ ବର୍ଗର ଟୁର୍ଣ୍ଣାମେଣ୍ଟକୁ ବାତିଲ କାରିବାକୁ ନିଷ୍ପତ୍ତି ନେଇଛି। କରୋନା ସଂକ୍ରମଣ ଭିତରେ ଭାରତକୁ କ୍ରିକେଟ ଫେରିଥିଲା। ବିସିସିଆଇ ସଫଳତାର ସହ ସୟଦ ମୁସ୍ତାକ ଅଲୀ ଓ ବିଜୟ ହଜାରେ ଟ୍ରଫି ଆୟୋଜନ କରିଥିଲା।

ଭାରତ ଓ ଇଂଲଣ୍ଡ ମଧ୍ୟରେ ଅନ୍ତର୍ଜାତୀୟ ମଧ୍ୟ ଖେଳାଯାଉଛି। ଏସବୁ ଭିତରେ ହଠାତ ବିସିସିଆଇର ଏପରି ନିଷ୍ପତ୍ତି ସମସ୍ତଙ୍କୁ ଚକିତ କରିଛି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।