ଟସ୍ ହାରିଲା ଭାରତ, ଖେଳିବେନି ରୋହିତ୍

ଅହମ୍ମଦାବାଦ: ଭାରତ ଓ ଇଂଲଣ୍ଡ ମଧ୍ୟରେ ଟି-୨୦ ସିରିଜର ପ୍ରଥମ ମୁକାବିଲା ଟସ୍ ଜିତିଛି ଭ୍ରମଣକାରୀ ଟିମ୍। ଟସ୍ ଜିତି ପ୍ରଥମେ ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଛି ଇଂଲଣ୍ଡ। ଫଳରେ ଭାରତ ପ୍ରଥମେ ବ୍ୟାଟିଂ କରିବ। ମ୍ୟାଚରେ ଭାରତ ଓ ଇଂଲଣ୍ଡ ଦଳରେ ଅନେକ ପରିବର୍ତ୍ତନ କରାଯାଇଛି।

ରୋହିତ୍ ଶର୍ମାଙ୍କୁ ଚୂଡ଼ାନ୍ତ ଏକାଦଶରୁ ବିଶ୍ରାମ ଦିଆଯାଇଥିବା ବେଳେ ଶିଖର ଧୱନଙ୍କ ସହ ଲୋକେଶ ରାହୁଲ୍ ଓପନ୍ କରିବେ। ସେହିପରି ମିଡଲ୍ ଅର୍ଡରରେ ବିରାଟ୍ କୋହଲି, ଶ୍ରେୟସ ଆୟର୍, ହାର୍ଦ୍ଦିକ ପାଣ୍ଡ୍ୟା ଓ ଋଷଭ ପନ୍ତ ରହିଛନ୍ତି। ଦଳରେ ତିନିଜଣ ସ୍ପିନରଙ୍କୁ ସ୍ଥାନ ମିଳିଛି। ୱାଶିଂଟନ୍ ସୁନ୍ଦର, ୟୁଜବେନ୍ଦ୍ର ଚହଲ୍ ଓ ଅକ୍ଷର ପଟେଲ ଚୂଡ଼ାନ୍ତ ଏକାଦଶରେ ସାମିଲ୍‌ ହୋଇଛନ୍ତି।  ସେହିପରି ପେସ୍ ବିଭାଗରେ ଭୁବନେଶ୍ୱର କୁମାର ଓ ଶାର୍ଦ୍ଦୁଲ ଠାକୁର ରହିଛନ୍ତି। ଇଂଲଣ୍ଡ ଦଳରେ ଜୋଫ୍ରା ଆର୍ଚର୍, ମାର୍କ ଉଡ୍ ଓ କ୍ରିସ୍ ଜୋର୍ଡାନ୍ ଭଳି ପେସ୍ ବୋଲରଙ୍କୁ ସାମିଲ୍‌ କରାଯାଇଛି।

ଭାରତ: ଲୋକେଶ ରାହୁଲ୍, ଶିଖର ଧୱନ୍, ବିରାଟ୍‌ କୋହଲି (କ୍ୟାପଟେନ୍), ଶ୍ରେୟସ ଆୟର୍, ଋଷଭ ପନ୍ତ (ୱିକେଟକିପର), ହାର୍ଦ୍ଦିକ ପାଣ୍ଡ୍ୟା, ଅକ୍ଷର ପଟେଲ୍, ୱାଶିଂଟନ୍ ସୁନ୍ଦର, ଶାର୍ଦ୍ଦୁଲ ଠାକୁର, ଭୁବନେଶ୍ୱର କୁମାର, ୟୁଜବେନ୍ଦ୍ର ଚହଲ୍‌।

ଇଂଲଣ୍ଡ: ଜେସନ୍ ରୟ, ଜୋସ୍ ବଟଲର, ଡେୱିଡ୍ ମଲାନ୍, ଜନ୍ନି ବେୟାରଷ୍ଟୋ, ବେନ୍ ଷ୍ଟୋକ୍ସ, ଇଅନ୍ ମୋର୍ଗାନ୍ (କ୍ୟାପଟେନ୍), ସାମ୍ କୁରାନ୍, ଜୋଫ୍ରା ଆର୍ଚର, କ୍ରିସ୍ ଜୋର୍ଡାନ୍, ଆଦିଲ୍ ରଶିଦ୍, ମାର୍କ ଉଡ୍।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।