ପୁଣି ଟସ୍ ହାରିଲେ କୋହଲି, ଚହଲ ଓ ଈଶାନ୍ ଆଉଟ୍

ଅହମଦାବାଦ: ଭାରତ ଓ ଇଂଲଣ୍ଡ ମଧ୍ୟରେ ଚାଲିଥିବା ପାଞ୍ଚମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜର ଚତୁର୍ଥ ମ୍ୟାଚରେ ଭ୍ରଣମକାରୀ ଦଳର କ୍ୟାପଟେନ୍ ଇଅନ୍ ମୋର୍ଗାନ୍ ଟସ୍ ଜିତି ପ୍ରଥମେ ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଫଳରେ ଭାରତ ଟିମ୍ ପ୍ରଥମେ ବ୍ୟାଟିଂ କରିବ। ଆଜି ମ୍ୟାଚରେ ଭାରତୀୟ ଦଳରେ ପୁଣି ପରିବର୍ତ୍ତନ କରିଛନ୍ତି କ୍ୟାପଟେନ୍ କୋହଲି।

କ୍ରମାଗତ ତିନୋଟି ମ୍ୟାଚରେ ଫେଲ୍ ମାରିଥିବା ଓପ୍ନର ଲୋକେଶ ରାହୁଲଙ୍କ ଉପରେ ପୁଣି ଭରସା ଦେଖାଇଛନ୍ତି କୋହଲି। ଅର୍ଥାତ ଆଜି ମଧ୍ୟ ରୋହିତ୍ ଶର୍ମା ଓ ରାହୁଲ୍ ଇନିଂସ୍ ଓପନ୍ କରିବେ। ତେବେ ଗ୍ରୋଇନ୍ ଇଞ୍ଜୁରୀ କାରଣରୁ ଈଶାନ୍ କିଶନ ଚୂଡ଼ାନ୍ତ ଏକାଦଶରୁ ବାଦ୍ ପଡ଼ିଛନ୍ତି। ତାଙ୍କ ସ୍ଥାନରେ ସୂର୍ଯ୍ୟକୁମାର ଯାଦବଙ୍କୁ ସାମିଲ କରାଯାଇଛି। ୟୁଜବେନ୍ଦ୍ର ଚହଲଙ୍କ ସ୍ଥାନରେ ରାହୁଲ୍ ଚହରଙ୍କୁ ସୁଯୋଗ ମିଳିଛି। ଇଂଲଣ୍ଡ ଦଳ ଅପରିବର୍ତ୍ତିତ ରହିଛି।

ପାଞ୍ଚମ୍ୟାଚ୍ ବିଶିଷ୍ଟ ସିରିଜରେ ଇଂଲଣ୍ଡ ୨-୧ରେ ଆଗୁଆ ରହିଛି। ଭାରତ ପ୍ରଥମ ମ୍ୟାଚରେ ୮ ୱିକେଟରେ ପରାସ୍ତ ହୋଇଥିବା ବେଳେ ଦ୍ୱିତୀୟ ମ୍ୟାଚରେ ଇଂଲଣ୍ଡ ୭ୱିକେଟରେ ହାରିଯାଇଥିଲା। ତୃତୀୟ ମ୍ୟାଚରେ ଇଂଲଣ୍ଡ ୮ ୱିକେଟରେ ବିଜୟ ହାସଲ କରି ସିରିଜରେ ଆଗୁଆ ରହିଛି। ଚତୁର୍ଥ ମ୍ୟାଚ୍ ଭାରତ ପାଇଁ କର ବା ମର ପରିସ୍ଥିତି ସୃଷ୍ଟି କରିଛି।

ଭାରତ: ରୋହିତ୍ ଶର୍ମା, ଲୋକେଶ ରାହୁଲ୍, ବିରାଟ କୋହଲି (କ୍ୟାପଟେନ୍), ଶ୍ରେୟସ ଆୟର, ସୂର୍ଯ୍ୟକୁମାର ଯାଦବ, ଋଷଭ ପନ୍ତ, ହାର୍ଦ୍ଦିକ ପାଣ୍ଡ୍ୟା, ୱାଶିଂଟନ୍ ସୁନ୍ଦର, ରାହୁଲ ଚହର୍, ଭୁବନେଶ୍ୱର କୁମାର, ଶାର୍ଦ୍ଦୁଲ ଠାକୁର।

ଇଂଲଣ୍ଡ: ଜେସନ୍ ରୟ, ଜୋସ୍ ବଟଲର, ଡେୱିଡ୍ ମଲାନ୍, ଜନ୍ନି ବେୟାରଷ୍ଟୋ, ବେନ୍ ଷ୍ଟୋକ୍ସ, ଇଅନ୍ ମୋର୍ଗାନ୍ (କ୍ୟାପଟେନ୍), ସାମ୍ କୁରାନ୍, ଜୋଫ୍ରା ଆର୍ଚର, କ୍ରିସ୍ ଜୋର୍ଡାନ୍, ଆଦିଲ୍ ରଶିଦ୍, ମାର୍କ ଉଡ୍‌।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।