ପୁଣି ବାପା ହେବେ ହରଭଜନ ସିଂହ
ନୂଆଦିଲ୍ଲୀ: ଅଭିଜ୍ଞ ସ୍ପିନର ହରଭଜନ ସିଂହ ଦ୍ୱିତୀୟଥର ବାପା ହେବାକୁ ଯାଉଛନ୍ତି। ହରଭଜନଙ୍କ ପତ୍ନୀ ତଥା ଅଭିନେତ୍ରୀ ଗୀତା ବସ୍ରା ନିଜର ଜନ୍ମଦିନର ଦିନକ ପରେ ଏହି ଖୁସି ଖବର ଦେଇଛନ୍ତି। ଗୀତା ନିଜ ଝିଅ ଓ ସ୍ୱାମୀ ହରଭଜନଙ୍କ ସହ ଫଟୋ ଶେଆର୍ କରି ଏହି ଖୁସି ଖବର ଘୋଷଣା କରିଛନ୍ତି। ଗୀତା ଜୁଲାଇ ୨୭, ୨୦୧୬ରେ କନ୍ୟା ସନ୍ତାନକୁ ଜନ୍ମ ଦେଇଥିଲେ। ତାଙ୍କର ଝିଅର ନାଁ ହିନାୟା ରଖାଯାଇଛି।
ଏବେ ଦ୍ୱିତୀୟଥର ମା’ ହେବାକୁ ଯାଉଥିବା ଗୀତା ଜୁଲାଇରେ ଡେଲିଭରୀ ହେବ ବୋଲି ଟ୍ୱିଟ୍ କରି ସୂଚନା ଦେଇଛନ୍ତି। ହରଭଜନ ଓ ଗୀତାଙ୍କର ବିବାହ ୨୯ ଅକ୍ଟୋବର, ୨୦୧୫ରେ ହୋଇଥିଲା। ଶନିବାର ଅର୍ଥାତ୍ ମାର୍ଚ୍ଚ ୧୩ ତାରିଖରେ ଗୀତା ନିଜର ୩୭ତମ ଜନ୍ମଦିନ ପାଳନ କରିଥିଲେ। ଏହି ଅବସରରେ ଭଜି ସୋଶାଲ ମିଡିଆରେ ଗୀତାଙ୍କୁ ବଧେଇ ଜଣାଇଥିଲେ। ହରଭଜନ ନିଜର ଅଫିସିଆଲ୍ ଟ୍ୱିଟର୍ ଆକାଉଣ୍ଟ ହ୍ୟାଣ୍ଡଲରେ ଗୀତାଙ୍କୁ ଟ୍ୟାଗ୍ କରି ତାଙ୍କର ଏକ ଭିଡିଓ ଅପଲୋଡ୍ କରିଥିଲେ, ଯେଉଁଥିଣେ ଭଜି ଓ ଗୀତାଙ୍କର ସୁନ୍ଦର ଫଟୋ ରହିଛି।
Coming soon.. July 2021 ❤️ pic.twitter.com/LmCVs3qIy9
— Geeta Basra (@Geeta_Basra) March 14, 2021
ଭିଡିଓର ବ୍ୟାକଗ୍ରାଉଣ୍ଡରେ ହାପି ବାର୍ଥ ଡେ’ ଗୀତା ବାଜୁଛି। ହରଭଜନ କ୍ୟାପସନରେ ଲେଖିଛନ୍ତି, ହାପି ବାର୍ଥ ଡେ’ ମାଇଁ ଲଭ୍। ଏହାବ୍ୟତୀତ ୫ଟି ଲଭ୍ ଥିବା ଇମୋଜୀ ମଧ୍ୟ ଦେଇଥିଲେ। ସୂଚନାଯୋଗ୍ୟ, ଭାରତୀୟ ବଂଶୋଦ୍ଭବର ବ୍ରିଟିଶ ଅଭିନେତ୍ରୀ ଗୀତା ୨୦୦୬ରେ ‘ଦିଲ୍ ଦିୟା ହୈ’ ଫିଲ୍ମ ଜରିଆରେ ବଲିଉଡରେ ଏଣ୍ଟ୍ରୀ କରିଥିଲେ। ତାଙ୍କର ଦ୍ୱିତୀୟ ଫିଲ୍ମ ‘ଦି ଟ୍ରେନ୍’ ଥିଲା। ହରଭଜନ ଏବେ ସାଉଥ୍ ଇଣ୍ଡିଆ ଫିଲ୍ମରେ ହିରୋ ଭୂମିକାରେ ନଜର ଆସିବେ। ତାଙ୍କର ତାମିଲ୍ ଫିଲ୍ମ ‘ଫ୍ରେଣ୍ଡଶିପ୍’ର ଟିଜର ନିକଟରେ ରିଲିଜ୍ ହୋଇଥିଲା, ଯେଉଁ ହରଭଜନଙ୍କୁ ଆକ୍ସନ୍ ଓ କ୍ରିକେଟ୍ ମଇଦାନରେ ଦେଖିବାକୁ ମିଳିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।