ମୋଦି ଷ୍ଟାଡିୟମରେ ରୋହିତ-କୋହଲି ଝଡ଼

ଅହମ୍ମଦାବାଦ: ଇଂଲଣ୍ଡ ବିପକ୍ଷ ଟି -୨୦ ସିରିଜର ପଞ୍ଚମ ତଥା ଅନ୍ତିମ ମ୍ୟାଚରେ ଭାରତ ପ୍ରଥମେ ବ୍ୟାଟିଂ କରି ୨୨୪ ରନ୍ ସ୍କୋର କରିଛି। ସିରିଜ ଆରମ୍ଭ ହେବା ପୂର୍ବରୁ ଆକ୍ରମଣାତ୍ମକ ବ୍ୟାଟିଂ ବାବଦରେ କହିଥିବା ଟିମ୍ ଇଣ୍ଡିଆର ଅଧିନାୟକ ବିରାଟ କୋହଲି ସିରିଜର ଶେଷ ମ୍ୟାଚରେ ଆକ୍ରମଣାତ୍ମକ ଶୈଳୀରେ ବ୍ୟାଟିଂ କରିଛନ୍ତି। ଆଉ କୋହଲିଙ୍କୁ ସାଥ୍ ଦେଇଛନ୍ତି ରୋହିତ ଶର୍ମା।

ରୋହିତ ଶର୍ମା ୬୪, ବିରାଟ କୋହଲି ଅପରାଜିତ ୮୦, ସୂର୍ଯ୍ୟା ୩୨ ଏବଂ ହାର୍ଦ୍ଦିକ ପାଣ୍ଡ୍ୟା ୩୯ ରନ ସ୍କୋର କରିଥିଲେ। ସମସ୍ତ ଇଂଲଣ୍ଡ ବୋଲରମାନେ ଓଭର ପିଛା ହାରାହାରି ୮ ରନ ଦେଇଛନ୍ତି।

ଅନ୍ତିମ ମ୍ୟାଚ ଯିଏ ଜିତିବ ସିଏ ସିରିଜ ବିଜୟୀ ହେବ। ତେଣୁ ଉଭୟ ଭାରତ ଏବଂ ଇଂଲଣ୍ଡ ପାଇଁ କର ବା ମର ସ୍ଥିତି ଥିଲା। ହେଲେ ଭାରତ ପ୍ରଥମେ ବ୍ୟାଟିଂ ଆରମ୍ଭ କରି ଜବରଦସ୍ତ ଇନିଂସ ଖେଳିଛି। ଏହି ମ୍ୟାଚରେ ଭାରତ କେବଳ ଗୋଟିଏ ପରିବର୍ତ୍ତନ କରିଛି। କେ.ଏଲ୍ ରାହୁଲଙ୍କ ସ୍ଥାନରେ ବୋଲର ଟି ନଟରାଜନଙ୍କୁ ଦଳରେ ସାମିଲ କରିଛି। ଏଭଳି ପରିସ୍ଥିତିରେ ରୋହିତ ଶର୍ମାଙ୍କ ସହ କୋହଲି ନିଜେ ଓପନିଂକୁ ଆସିବାକୁ ନିଷ୍ପତ୍ତି ନେଇଥିଲେ। ଆଉ ଇଂଲଣ୍ଡ ବୋଲରଙ୍କୁ କଡ଼ା ଜବାବ ଦେଇଥିଲେ। ମୁଖ୍ୟତଃ ରୋହିତ ଶର୍ମା ଶେଷ ଦୁଇଟି ଇନିଂରେ ତାଙ୍କର ବ୍ୟାଟିଂ ପ୍ରଦର୍ଶନ ଦେଖାଇପାରିନଥିଲେ। ହେଲେ ଏହି ମ୍ୟାଚରେ ସେ ତାଙ୍କର ଦୁଇଟି ମ୍ୟାଚର ଅବଶୋଷ ପୂରଣ କରିଥିବା ଦେଖିବାକୁ ମିଳିଛି।

କୋହଲି ଦ୍ୱିତୀୟ ଓଭରରେ ଜୋଫ୍ରା ଆର୍ଚରରେ ଚାରି ଓଭର କଭରରୁ ଆରମ୍ଭ କରିଥିଲେ, କିନ୍ତୁ ଏହା ପରେ ରୋହିତ ଇଂଲିଶ ବୋଲରଙ୍କୁ ଧୋଇବା ଆରମ୍ଭ କରିଥିଲେ। ରୋହିତ ଶର୍ମା ମାର୍କ ବୁଡଙ୍କୁ ଲଗାତାର ୨ଟି ଛକା ମାରିଥିଲେ। ଆଉ ଷ୍ଟୋକ୍ସଙ୍କୁ ଲଗାତାର ଛକା ଚୌକା ମାରିଥିଲେ। ରୋହିତଙ୍କ ବ୍ୟାଟିଂ ଏଭଳି ବିଧ୍ୱଂସ ଥିଲା ଯେ ଭାରତ ପାୱାରପ୍ଲେ ନେଇ ୬ ଓଭରରେ ୬୦ ରନ୍ ପୂରଣ କରିଥିଲା।

 

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।