୬ ମାରି ଭାରତକୁ ୭ମ ଥର ଏସିଆ କପ ଦେଲେ ମନ୍ଧାନା

ଢାକା: ଏସିଆ କପ ଜିତିଛି ଭାରତୀୟ ମହିଳା ଦଳ। ୬ ମାରି ଭାରତକୁ ଆଜି ଫାଇନାଲ ମ୍ୟାଚ୍‌ରେ ଚାମ୍ପିୟନ କରିଛନ୍ତି ଭାରତୀୟ ଟିମ୍‌ର ଓପନର ସ୍ମୃତି ମନ୍ଧାନା। ଏହାକୁ ମିଶାଇ ଭାରତ ୭ମ ଥର ପାଇଁ ଏସିଆ କପ ଜିତିବାର ରେକର୍ଡ କରିଛି। ବାଂଲାଦେଶରେ ଚଳିତ ଥର ଟି-୨୦ ଫର୍ମାଟରେ ମହିଳା ଏସିଆ କପ ଆୟୋଜନ କରାଯାଇଥିଲା।

ଭାରତ ଆଜି ଫାଇନାଲରେ ଶ୍ରୀଲଙ୍କାକୁ ଏକତରଫା ଭାବେ ୮ ୱିକେଟରେ ହରାଇ ଟ୍ରଫି କବଜା କରିଛି। ମନ୍ଧାନାଙ୍କ ପୂର୍ବରୁ ବୋଲିଂରେ ରେଣୁକା ସିଂହ ଠାକୁର ଦମଦାର ପ୍ରଦର୍ଶନ କରିଥିଲେ। ତାଙ୍କ ଘାତକ ବୋଲିଂ ଯୋଗୁ ଶ୍ରୀଲଙ୍କା ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୯ ୱିକେଟ ହରାଇ ମାତ୍ର ୬୫ ରନ କରିଥିଲା।

Members of the Indian team celebrate after their win, India vs Sri Lanka, Final, Women's Asia Cup, Sylhet, October 15, 2022

ଏହାର ଜବାବରେ ଭାରତ ୬୯ ବଲ ପୂର୍ବରୁ ବିଜୟ ହାସଲ କରି ନେଇଛି। ଜିତିବା ପାଇଁ ୭୦ ବଲରେ ୧ ରନ ଦରକାର ଥିବା ବେଳେ ମନ୍ଧାନା ବିଶାଳ ଛକା ମାରି ମ୍ୟାଚ୍‌ ଶେଷ କରିଛନ୍ତି। ଏହି ଛକା ସହ ସେ ଅର୍ଦ୍ଧଶତକ ମଧ୍ୟ ହାସଲ କରିଛନ୍ତି। ମନ୍ଧାନା ଶେଷ ଯାଏ ୨୫ ବଲରେ ୫୧ ରନ କରି ଅପରାଜିତ ରହିଥିଲେ। ତେବେ ବୋଲିଂରେ ୩ ଓଭରରେ ୫ ରନ ଦେଇ ୩ ୱିକେଟ ନେଇଥିବା ରେଣୁକା ସିଂହ ଠାକୁର ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଛନ୍ତି। ସେହିପରି ଏସିଆ କପରେ ମୋଟ ୧୩ ୱିକେଟ ସହ ୯୪ ରନ କରିଥିବା ଭାରତ ଦୀପ୍ତି ଶର୍ମାଙ୍କୁ ସିରିଜର ଶ୍ରେଷ୍ଠ ଖେଳାଳି ପୁରସ୍କାର ମିଳିଛି।

ଏଯାଏ ମହିଳା ଏସିଆ କପର ୮ଟି ସଂସ୍କରଣ ଅନୁଷ୍ଠିତ ହୋଇଛି। ୮ଟି ଯାକ ସଂସ୍କରଣରେ ଭାରତୀୟ ମହିଳା ଦଳ ଫାଇନାଲକୁ ଯାଇଛି ଓ ୭ଥର ଚାମ୍ପିୟନ ହୋଇଛି। ୨୦୧୮ରେ ଦଳ ଫାଇନାଲକୁ ଯାଇଥିଲେ ମଧ୍ୟ ବାଂଲାଦେଶ ଠାରୁ ହାରି ଯାଇଥିଲା। ଏହାବାଦ ଦଳ ଆଉ କେବେ ବି ଏସିଆ କପ ଫାଇନାଲରେ ହାରି ନାହିଁ। ଚଳିତ ବର୍ଷ ଭାରତୀୟ ମହିଳା ଟିମ୍‌ ଗୋଟିଏ ଲିଗ୍‌ ମ୍ୟାଚ୍‌କୁ ଛାଡ଼ି ଆଉ ସବୁଥିରେ ଜିତିଛି। ଏହି ମ୍ୟାଚ୍‌ଟି ଭାରତ ପ୍ରତିପକ୍ଷ ପାକିସ୍ତାନ ମହିଳା ଟିମ୍‌ ଠାରୁ ହାରିଥିଲା। ୮ଟି ମ୍ୟାଚ୍‌ ଖେଳି ହରମନପ୍ରୀତ କୌରଙ୍କ ଟିମ୍‌ ଇଣ୍ଡିଆ ୭ଟିରେ ବାଜିମାତ କରିଛି।

Smriti Mandhana took India off to a flyer,

ଆଜିର ମ୍ୟାଚ୍‌ କଥା ବିଚାରକୁ ନେଲେ, ପାକିସ୍ତାନକୁ ନାଟକୀୟ ୧ ରନରେ ହରାଇ ଫାଇନାଲରେ ପ୍ରବେଶ କରିଥିବା ଶ୍ରୀଲଙ୍କା ଆଜି ଆଦୌ ଭାରତ ଆଗରେ ତିଷ୍ଟି ପାରି ନଥିଲା। ଓଶାଡି ରଣସିଂହ(୧୩) ଓ ଶେଷ ଭାଗରେ ଇନୋକା ରାଣାବୀରା(୧୮)ଙ୍କୁ ଛାଡ଼ି ଦେଲେ ଆଉ କୌଣସି ଶ୍ରୀଲଙ୍କା ଖେଳାଳି ଦୁଇ ଅଙ୍କ ଛୁଇଁ ପାରି ନଥିଲେ।

ଶେଷରେ ପୂରା ଟିମ୍‌ ୨୦ ଓଭର୍‌ରେ ୯ ୱିକେଟ ହରାଇ ୬୫ ରନରେ ଅଟକି ଯାଇଥିଲା। ଭାରତ ପକ୍ଷରୁ ରେଣୁକା ସର୍ବାଧିକ ୩ ୱିକେଟ ନେଇଥିବା ବେଳେ ରାଜେଶ୍ୱରୀ ଗାଏକ୍ୱାଡ ଓ ସ୍ନେହ ରାଣା ୨ଟି ଲେଖାଏ ସଫଳତା ପାଇଛନ୍ତି। ବାକି ୨ ୱିକେଟ ରନ ଆଉଟ ରୂପେ ଭାରତକୁ ମିଳିଥିଲା।

୬୬ ରନର ଟାର୍ଗେଟ ପିଛା କରୁଥିବା ଭାରତ ଦଳୀୟ ସ୍କୋର ୩୨ ଥିବା ବେଳେ ଶେଫାଳି ବର୍ମା(୫)ଙ୍କୁ ହରାଇଥିଲା। ଜେମିମା ମଧ୍ୟ କେବଳ ୨ ରନ କରି ଆଉଟ ହୋଇଯାଇଥିଲେ।

Renuka Singh struck thrice inside the powerplay, India vs Sri Lanka, Final, Women's T20 Asia Cup, Sylhet, October 15, 2022

କିନ୍ତୁ ମନ୍ଧାନା ଅଧିନାୟକ ହରମନପ୍ରୀତ କୌରଙ୍କୁ ସାଥୀ କରି ଦଳୀୟ ସ୍କୋରକୁ ଆଗକୁ ନେଇଥିଲେ। ଏଥିସହ ୬୯ ବଲ ପୂର୍ବରୁ ଭାରତକୁ ବିଜୟ ଭେଟି ଦେଇଥିଲେ। ମନ୍ଧାନା ତାଙ୍କ ବିସ୍ଫୋରକ ୫୧ ରନର ଇନିଂସରେ ୬ଟି ଚୌକା ଓ ୩ଟି ଛକା ମାରିଛନ୍ତି। ସେହିପରି କୌର ୧୪ ବଲରେ ୧୧ ରନ କରି ଶେଷ ଯାଏ ଅପରାଜିତ ରହିଥିଲେ।

Harmanpreet Kaur and Chamari Athapaththu pose with the Asia Cup trophy ahead of the final, India vs Sri Lanka, Final, Women's T20 Asia Cup, Sylhet, October 14, 2022

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।