ଟି-୨୦ ସିରିଜ୍ କବଜା କଲା ଟିମ୍ ଇଣ୍ଡିଆ

ଅହମଦାବାଦ: ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଚାଲିଥିବା ୫ ମ୍ୟାଚ୍ ବିଶିଷ୍ଟ ସିରିଜକୁ ୩-୨ରେ ଜିତିଲା ଭାରତ। ପଞ୍ଚମ ତଥା ଅନ୍ତିମ ଟି-୨୦ ମ୍ୟାଚରେ ଭାରତ ଇଂଲଣ୍ଡକୁ ୩୬ ରନରେ ଇଂଲଣ୍ଡକୁ ହରାଇଛି।  ଭାରତ ପ୍ରଥମେ ବ୍ୟାଟିଂ କରି ଟିମ୍ ଇଣ୍ଡିଆ ଇଂଲଣ୍ଡ ଆଗରେ ୨୨୫ ରନ୍‌ର ବଡ଼ ଟାର୍ଗେଟ ରଖିଥିଲା। କିନ୍ତୁ ଇଂଲଣ୍ଡ ଟିମ୍ ନିର୍ଦ୍ଧାରିତ ଓଭରରେ ୧୮୮ ରନ କରିବାକୁ ସକ୍ଷମ ହୋଇଥିଲା। ଏହାସହ ବଟଲର୍ ଓ ମାଲନଙ୍କ ଅର୍ଦ୍ଧଶତକ ବେକାର ଯାଇଛି। ଭୁବନେଶ୍ୱର କୁମାର ଓ ସର୍ଦ୍ଦୁଲଙ୍କୁ ୨ଟି ଲେଖାଏଁ ଓ୍ୱିକେଟ ମିଳିଛି।

ଇଂଲଣ୍ଡ ବିପକ୍ଷ ଟି -୨୦ ସିରିଜର ପଞ୍ଚମ ତଥା ଅନ୍ତିମ ମ୍ୟାଚରେ ଭାରତ ପ୍ରଥମେ ବ୍ୟାଟିଂ କରି ୨୨୪ ରନ୍ ସ୍କୋର କରିଥିଲା। ସିରିଜ ଆରମ୍ଭ ହେବା ପୂର୍ବରୁ ଆକ୍ରମଣାତ୍ମକ ବ୍ୟାଟିଂ ବାବଦରେ କହିଥିବା ଟିମ୍ ଇଣ୍ଡିଆର ଅଧିନାୟକ ବିରାଟ କୋହଲି ସିରିଜର ଶେଷ ମ୍ୟାଚରେ ଆକ୍ରମଣାତ୍ମକ ଶୈଳୀରେ ବ୍ୟାଟିଂ କରିଥିଲେ। ଆଉ କୋହଲିଙ୍କୁ ସାଥ୍ ଦେଇଥିଲେ ରୋହିତ ଶର୍ମା। ଓପ୍ନିଙ୍ଗ ଯୋଡ଼ିରେ ରୋହିତ ଶର୍ମା ଓ ବିରାଟ କୋହଲିଙ୍କ ମଧ୍ୟରେ ୯୪ ରନ୍‌ର ପାର୍ଟନରସିପ୍ ହୋଇଥିଲା। ୯ ଓଭର ୪ଟି ବଲ୍‌ରେ ଭାରତ ୧୦୦ ରନ୍ ଛୁଇଁଥିଲା।

ରୋହିତ ଶର୍ମା ୬୪, ବିରାଟ କୋହଲି ଅପରାଜିତ ୮୦, ସୂର୍ଯ୍ୟା ୩୨ ଏବଂ ହାର୍ଦ୍ଦିକ ପାଣ୍ଡ୍ୟା ୩୯ ରନ ସ୍କୋର କରିଥିଲେ। ସମସ୍ତ ଇଂଲଣ୍ଡ ବୋଲରମାନେ ଓଭର ପିଛା ହାରାହାରି ୮ ରନ ଦେଇଥିଲେ।

ଅନ୍ତିମ ମ୍ୟାଚ ଯିଏ ଜିତିବ ସିଏ ସିରିଜ ବିଜୟୀ ହେବ। ତେଣୁ ଉଭୟ ଭାରତ ଏବଂ ଇଂଲଣ୍ଡ ପାଇଁ କର ବା ମର ସ୍ଥିତି ଥିଲା। ଏହି ମ୍ୟାଚରେ ଭାରତ କେ.ଏଲ୍ ରାହୁଲଙ୍କ ସ୍ଥାନରେ ବୋଲର ଟି ନଟରାଜନଙ୍କୁ ଦଳରେ ସାମିଲ କରିଥିଲା।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।