ଟସ୍ ଜିତିଲା ଭାରତ; ପୁଣି ରୋହିତଙ୍କୁ ବିଶ୍ରାମ, ଡେବ୍ୟୁ କରିବେ ଇଶାନ୍ ଓ ସୂର୍ଯ୍ୟକୁମାର
ଅହମ୍ମଦାବାଦ: ଭାରତ ଓ ଇଂଲଣ୍ଡ ମଧ୍ୟରେ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ପାଞ୍ଚମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜର ଦ୍ୱିତୀୟ ମ୍ୟାଚ୍ ଖେଳାଯାଉଛି। ଏହି ମ୍ୟାଚରେ ଟିମ୍ ଇଣ୍ଡିଆ କ୍ୟାପଟେନ୍ ବିରାଟ୍ କୋହଲି ଟସ୍ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଅର୍ଥାତ୍ ଇଂଲଣ୍ଡ ଟିମ୍ ପ୍ରଥମେ ବ୍ୟାଟିଂ କରିବ।
ମ୍ୟାଚରେ ଉଭୟ ଦଳରେ କିଛି ପରିବର୍ତ୍ତନ କରାଯାଇଛି। ଭାରତୀୟ ଦଳରୁ ଶିଖର ଧୱନ୍ ଓ ଅକ୍ଷର ପଟେଲ୍ ବାଦ୍ ପଡ଼ିଥିବା ବେଳେ ଇଶାନ୍ କିଶନ ଓ ସୂର୍ଯ୍ୟକୁମାର ଯାଦବଙ୍କୁ ସାମିଲ୍ କରାଯାଇଛି। ଉଭୟ ଇଶାନ୍ କିଶନ ଓ ସୂର୍ଯ୍ୟକୁମାର ଡେବ୍ୟୁ କରିବେ। ତେବେ ରୋହିତ୍ ଶର୍ମାଙ୍କୁ ପୁଣିଥରେ ବିଶ୍ରାମ ଦିଆଯାଇଛି।
ଇଂଲଣ୍ଡ୍ ଟିମରେ ମାର୍କ ଉଡଙ୍କ ସ୍ଥାନରେ ଟମ୍ କୁରାନଙ୍କୁ ସୁଯୋଗ ମିଳିଛି। ସୂଚନାଯୋଗ୍ୟ, ପ୍ରଥମ ଟି-୨୦ରେ ଇଂଲଣ୍ଡ ୮ ୱିକେଟରେ ଭାରତକୁ ହରାଇଥିଲା। ଏହି ବିଜୟ ସହ ଇଂଲଣ୍ଡ ସିରିଜରେ ୧-୦ରେ ଆଗୁଆ ରହିଛି। ଆଜିର ମ୍ୟାଚକୁ ଜିତି ଭାରତ ସିରିଜକୁ କମବ୍ୟାକ୍ କରିବାକୁ ଲକ୍ଷ୍ୟ ରଖିଛି।
ଭାରତ: ଲୋକେଶ ରାହୁଲ୍, ଇଶାନ୍ କିଶନ, ବିରାଟ୍ କୋହଲି (କ୍ୟାପଟେନ୍), ଶ୍ରେୟସ ଆୟର୍, ଋଷଭ ପନ୍ତ (ୱିକେଟକିପର), ହାର୍ଦ୍ଦିକ ପାଣ୍ଡ୍ୟା, ସୂର୍ଯ୍ୟକୁମାର ଯାଦବ, ୱାଶିଂଟନ୍ ସୁନ୍ଦର, ଶାର୍ଦ୍ଦୁଲ ଠାକୁର, ଭୁବନେଶ୍ୱର କୁମାର, ୟୁଜବେନ୍ଦ୍ର ଚହଲ୍।
ଇଂଲଣ୍ଡ: ଜେସନ୍ ରୟ, ଜୋସ୍ ବଟଲର, ଡେୱିଡ୍ ମଲାନ୍, ଜନ୍ନି ବେୟାରଷ୍ଟୋ, ବେନ୍ ଷ୍ଟୋକ୍ସ, ଇଅନ୍ ମୋର୍ଗାନ୍ (କ୍ୟାପଟେନ୍), ସାମ୍ କୁରାନ୍, ଜୋଫ୍ରା ଆର୍ଚର, କ୍ରିସ୍ ଜୋର୍ଡାନ୍, ଆଦିଲ୍ ରଶିଦ୍, ଟମ କୁରାନ୍।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।