ପରଲୋକରେ ପୋଲାର୍ଡଙ୍କ ପିତା, ସଚିନ୍ ଜଣାଇଲେ ସମବେଦନା

ନୂଆଦିଲ୍ଲୀ: ୱେଷ୍ଟଇଣ୍ଡିଜ୍ କ୍ରିକେଟ୍ ଟିମର ବିସ୍ଫୋରକ ବ୍ୟାଟ୍ସମ୍ୟାନ୍ କାଇରନ୍ ପୋଲାର୍ଡଙ୍କ ପିତାଙ୍କର ପରଲୋକ ହୋଇଯାଇଛି। ପୋଲାର୍ଡ ସୋଶାଲ ମିଡିଆରେ ଏହାର ସୂଚନା ଦେଇଛନ୍ତି। ପୋଲାର୍ଡ ନିଜ ପିତାଙ୍କର ଏକ ଫଟୋ ଶେଆର୍ କରି ଲେଖିଛନ୍ତି, ମୁଁ ଜାଣିଛି, ଆପଣ ଯେଉଁଠି ବି ଅଛନ୍ତି, ନିଶ୍ଚୟ କୌଣସି ଏକ ସ୍ଥାନରେ ଥିବେ। ଆପଣ ବହୁତ ଲୋକଙ୍କର ହୃଦୟକୁ ଛୁଇଁଛନ୍ତି।

ପୋଲାର୍ଡଙ୍କର ଏଭଳି ଦୁଃଖଦ ସମୟରେ ଭାରତୀୟ କ୍ରିକେଟ୍ ଟିମର କିମ୍ବଦନ୍ତୀ ଖେଳାଳି ସଚିନ୍ ତେନ୍ଦୁଲକର ମଧ୍ୟ ସମବେଦନା ଜଣାଇଛନ୍ତି। ସଚିନ୍ ଟ୍ୱିଟ୍ କରି ଲେଖିଛନ୍ତି, ମୁଁ ଏବେ ଜାଣିବାକୁ ପାଇଲି ଯେ ଆପଣଙ୍କ ପିତା ଆଉ ଏହି ଦୁନିଆରେ ନାହାନ୍ତି। ଏଭଳି ଦୁଃଖ ସମୟରେ ଆପଣ ଏବଂ ଆପଣଙ୍କ ପରିବାରର ସମସ୍ତ ସଦସ୍ୟଙ୍କ ପ୍ରତି ମୋର ଗଭୀର ସମବେଦନା। ଭଗବାନ ଆପଣଙ୍କୁ ଏହି ବଡ଼ କ୍ଷତିରୁ ବାହାରିବା ପାଇଁ ଶକ୍ତି ପ୍ରଦାନ କରନ୍ତୁ।

 

View this post on Instagram

 

A post shared by Kieron Pollard (@kieron.pollard55)

ସଚିନଙ୍କ ବ୍ୟତୀତ ଭାରତୀୟ କ୍ରିକେଟର୍ ତଥା ପୋଲାର୍ଡଙ୍କ ମୁମ୍ବାଇ ଇଣ୍ଡିଆନ୍ସ ସାଥୀ ଖେଳାଳି ସୂର୍ଯ୍ୟକୁମାର ଯାଦବ, ଦକ୍ଷିଣ ଆଫ୍ରିକାର ପୂର୍ବତନ କ୍ରିକେଟର୍ ଜେପି ଡୁମିନି, ୱେଷ୍ଟଇଣ୍ଡିଜର ଶାଇ ହୋପ୍, ଖାରେ ପିଏରୀ ମଧ୍ୟ ପୋଲାର୍ଡଙ୍କ ପିତୃ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି।

ପୋଲାର୍ଡ ବର୍ତ୍ତମାନ ୱେଷ୍ଟଇଣ୍ଡିଜ୍ କ୍ରିକେଟ୍ ଟିମର ସୀମିତ ଓଭର କ୍ୟାପଟେନ୍ ଅଛନ୍ତି। ନିକଟରେ ତାଙ୍କ ନେତୃତ୍ୱରେ ୱେଷ୍ଟଇଣ୍ଡିଜ୍ ଶ୍ରୀଲଙ୍କା ବିପକ୍ଷ ଦିନିକିଆ ଓ ଟି-୨୦ ସିରିଜ୍ ଜିତିଥିଲା। ସେହିପରି ପୋଲାର୍ଡ କିଛି ଦିନ ତଳେ ଶ୍ରୀଲଙ୍କା ବିପକ୍ଷ ଟି-୨୦ ମ୍ୟାଚରେ ଗୋଟିଏ ଓଭରରେ ୬ ଛକା ମାରି ବିଶ୍ୱ ରେକର୍ଡର ଅଧିକାରୀ ହୋଇଥିଲେ।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।