ଗିଲ୍‌ଙ୍କ ଦମଦାର ବ୍ୟାଟିଂ, ବିଜୟ ଅଭିଯାନ ଆରମ୍ଭ କଲା କୋଲକାତା

ଅବୁଧାବି: ଯୁବ ତାରକା ତଥା ଓପନର ଶୁବମାନ ଗିଲଙ୍କ ଦମଦାର ୭୦ ଓ ଇଓନ ମୋର୍ଗାନଙ୍କ ବିସ୍ଫୋରକ ୪୨ ରନ୍‌ ବଳରେ କୋଲକାତା ନାଇଟ ରାଇଡର୍ସର ଚଳିତ ଆଇପିଏଲରେ ପ୍ରଥମ ବିଜୟ ହାସଲ କରିଛି। ଦଳ ଆଜିର ମ୍ୟାଚ୍‌ରେ ସନ ରାଇଜର୍ସ ହାଇଦ୍ରାବାଦକୁ ୭ ୱିକେଟରେ ପରାସ୍ତ କରିଛି। ଏହା ହାଇଦ୍ରାବାଦର କ୍ରମାଗତ ଦ୍ୱିତୀୟ ପରାଜୟ। ପ୍ରଥମେ ବ୍ୟାଟିଂ କରି ହାଇଦ୍ରାବାଦ ୪ ୱିକେଟ ହରାଇ ୧୪୨ ରନ୍‌ କରିଥିଲା। ଏହାର ଜବାବରେ କୋଲକାତା ୧୮ ଓଭରରେ […]

fv

fv

Hemant Lenka
  • Published: Saturday, 26 September 2020
  • Updated: 26 September 2020, 11:15 PM IST

Sports

Latest News

ଅବୁଧାବି: ଯୁବ ତାରକା ତଥା ଓପନର ଶୁବମାନ ଗିଲଙ୍କ ଦମଦାର ୭୦ ଓ ଇଓନ ମୋର୍ଗାନଙ୍କ ବିସ୍ଫୋରକ ୪୨ ରନ୍‌ ବଳରେ କୋଲକାତା ନାଇଟ ରାଇଡର୍ସର ଚଳିତ ଆଇପିଏଲରେ ପ୍ରଥମ ବିଜୟ ହାସଲ କରିଛି। ଦଳ ଆଜିର ମ୍ୟାଚ୍‌ରେ ସନ ରାଇଜର୍ସ ହାଇଦ୍ରାବାଦକୁ ୭ ୱିକେଟରେ ପରାସ୍ତ କରିଛି। ଏହା ହାଇଦ୍ରାବାଦର କ୍ରମାଗତ ଦ୍ୱିତୀୟ ପରାଜୟ।

ପ୍ରଥମେ ବ୍ୟାଟିଂ କରି ହାଇଦ୍ରାବାଦ ୪ ୱିକେଟ ହରାଇ ୧୪୨ ରନ୍‌ କରିଥିଲା। ଏହାର ଜବାବରେ କୋଲକାତା ୧୮ ଓଭରରେ ୩ ୱିକେଟ ହରାଇ ଧାର୍ଯ୍ୟ ଟାର୍ଗେଟକୁ ହାସଲ କରି ନେଇଛି।

ହାଇଦ୍ରାବାଦ ଦେଇଥିବା ୧୪୩ ରନର ଟାର୍ଗେଟକୁ ପିଛା କରୁଥିବା କୋଲକାତା ଆରମ୍ଭରୁ ସୁନୀଲ ନାରିନଙ୍କୁ ହରାଇଥିଲା। ସେ ଖାତା ଖୋଲିବା ପୂର୍ବରୁ ଖଲୀଲ ଅହମ୍ମଦଙ୍କ ଶିକାର ବନିଥିଲେ। ଏହାପରେ ନୀତୀଶ ରାଣା ଓ ଗିଲ ସ୍ଥିତି ସମ୍ଭାଳିବା ସହ ଦଳୀୟ ସ୍କୋରକୁ ୪୩ରେ ପହଞ୍ଚାଇଥିଲେ। ଏହି ସମୟରେ ଟି ନଟରାଜନ ୨୬ ରନ୍‌ କରିଥିବା ରାଣାଙ୍କୁ ଆଉଟ କରି ଦେଇଥିଲେ।

ଅଧିନାୟକ ଦୀନେଶ କାର୍ତ୍ତିକ ଖାତା ଖୋଲିବା ପୂର୍ବରୁ ରସିଦ ଖାନଙ୍କ ବଲରେ ପ୍ୟାଭିଲିୟନ ଫେରିଥିଲେ। କୋଲକାତାକୁ ଏହି ସଙ୍କଟମୟ ସ୍ଥିତିରେ ମୋର୍ଗାନ ଓ ଗିଲ ଯୋଡ଼ି ଉଦ୍ଧାର କରିଥିଲେ। ଉଭୟ ବେଶ ଆକର୍ଷଣୀୟ ଶଟ୍‌ ଖେଳି ଦଳୀୟ ସ୍କୋରକୁ ଆଗକୁ ନେଇଥିଲେ। ଗିଲ ମଧ୍ୟ ଚଳିତ ଆଇପିଏଲରେ ନିଜର ପ୍ରଥମ ଅର୍ଦ୍ଧଶତକ ହାସଲ କରିଥିଲେ। ଶେଷ ଯାଏ ଗିଲ ୭୦ ଓ ମୋର୍ଗାନ ୪୨ ରନ୍‌ କରି ଅପରାଜିତ ରହିବା ଦଳକୁ ୭ ୱିକେଟରେ ବିଜୟୀ କରାଇଥିଲେ।

ଏହାପୂର୍ବରୁ ମନୀଷ ପାଣ୍ତେଙ୍କ ୫୧ ଓ ୱାର୍ଣ୍ଣରଙ୍କ ୩୬ ରନ୍‌ ବଲରେ ହାଇଦ୍ରାବାଦ ୪ ୱିକେଟ ହରାଇ ମାତ୍ର ୧୪୨ ରନ୍‌ କରିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos