କାହିଁକି ଡ୍ରେସିଂ ରୁମ୍ରେ ପିତାଙ୍କ ବ୍ୟାଗ୍ ଆଣି ରଖିଥିଲେ କୃନାଲ?
ପୁଣେ: ଭାରତୀୟ ଅଲରାଉଣ୍ଡର କୃନାଲ୍ ପାଣ୍ଡ୍ୟା ନିଜର ଇଂଲଣ୍ଡ ବିପକ୍ଷ ନିଜର ଡେବ୍ୟୁ ଦିନିକିଆରେ ଦ୍ରୁତ ଅର୍ଦ୍ଧଶତକ ମାରି ବିଶ୍ୱ ରେକର୍ଡ ସ୍ଥାପନ କରିଥିଲେ। ଏହି ମ୍ୟାଚରେ କୃନାଲ୍ ୩୧ ବଲରେ ୫୮ ରନ୍ ଓ ୧ ୱିକେଟ୍ ହାସଲ କରିଛନ୍ତି। ମ୍ୟାଚ୍ ସମୟରେ କୃନାଲ୍ ନିଜର ଦିବଙ୍ଗତ ପିତା ହିମାଂଶୁ ପାଣ୍ଡ୍ୟାଙ୍କୁ ମନେ ପକାଇ ଅନେକଥର ଭାବବିହ୍ୱଳ ହୋଇଥିଲେ। ଏହି ଐତିହାସିକ ପ୍ରଦର୍ଶନକୁ କୃନାଲ୍ ନିଜ ପିତାଙ୍କୁ ସମର୍ପିତ କରିଛନ୍ତି।
ପିତାଙ୍କ ଉପସ୍ଥିତି କିପରି ଅନୁଭୂତ ନହେବ, ସେଥିପାଇଁ ଉଭୟ କୃନାଲ୍ ଓ ତାଙ୍କ ଭାଇ ହାର୍ଦ୍ଦିକ ଡ୍ରେସିଂ ରୁମରେ ପିତାଙ୍କର ବ୍ୟାଗ୍ ରଖଥିଲେ। ମ୍ୟାଚ୍ ପରେ ବିସିସିଆଇ କୃନାଲ୍ ଓ ହାର୍ଦ୍ଦିକଙ୍କ କଥାବାର୍ତ୍ତାର ଏକ ଭିଡିଓ ଟ୍ୱିଟ୍ କରିଛି, ଯେଉଁଥିରେ ହାର୍ଦ୍ଦିକ ନିଜ ବଡ଼ ଭାଇ କୃନାଲଙ୍କ ଇଣ୍ଟରଭ୍ୟୁ ନେଉଥିଲେ।
View this post on Instagram
କୃନାଲ୍ କହିଛନ୍ତି ସେ ତାଙ୍କର ସ୍ୱପ୍ନ ପୂରଣ ହୋଇଛି। ଏହି ସ୍ଥାନରେ ପହଞ୍ଚିବା ପାଇଁ ସେ କଠିନ ପରିଶ୍ରମ କରିଛନ୍ତି। ବିଶେଷକରି ଗତ ଦେଢ଼ ମାସ ଧରି କେବଳ କ୍ରିକେଟ୍ ନୁହେଁ ପ୍ରତିଟି ଜିନିଷ ପାଇଁ ପରିଶ୍ରମ କରିଛନ୍ତି। ଏସବୁ କିଛି ପିତାଙ୍କ ଆଶୀର୍ବାଦ ଦ୍ୱାରା ସମ୍ଭବ ହୋଇଛି।
କୃନାଲ୍ ନିଜ ପିତାଙ୍କ କଥା ମନେ ପକାଇ କହିଛନ୍ତି, ଜାନୁଆରୀ ୧୬ ତାରିଖରେ ତାଙ୍କର ଦେହାନ୍ତ ହେଲା ଏବଂ ସେହି ସମୟରେ ମୁଁ ସୟଦ ମୁସ୍ତାକ ଅଲୀ ଟ୍ରଫି ଖେଳୁଥିଲି। ମୋ ବାପା ସର୍ବଦା ନିଜ କପଡା ବ୍ୟାଗକୁ ରାତିରୁ ହିଁ ପ୍ରସ୍ତୁତ ରଖୁଥିଲେ। ତାଙ୍କର ଜୋତା, ଟ୍ରାଉଜର, ଶାର୍ଟ ଏବଂ ଟୋପି ସବୁକିଛି ଆଗୁଆ ପ୍ରସ୍ତୁତ ରଖୁଥିଲେ।
💬 Our father was with us in dressing room: Pandya brothers @hardikpandya7 interviews @krunalpandya24 post his emotional knock on ODI debut. This has all our heart 💙- By @RajalArora #TeamIndia #INDvENG @Paytm
Watch the full interview 🎥 👇https://t.co/yoDGXVi2aK pic.twitter.com/4JrsxtejgC
— BCCI (@BCCI) March 24, 2021
କୃନାଲ୍ ଆହୁରି କହିଛନ୍ତି, ମ୍ୟାଚ୍ ପୂର୍ବରୁ ମୁଁ ଠିକ୍ ସେୟା କଲି। ମୁଁ ବରୋଦାରୁ ତାଙ୍କର ବ୍ୟାଗ୍ ଏଠାକୁ ସାଥିରେ ନେଇ ଆସିଥିଲି। ମୁଁ ଜାଣିଛି ଯେ ସେ ଆମ ସହ ନାହାନ୍ତି, କିନ୍ତୁ ସେ ସେହି ମ୍ୟାଚରେ (ଇଂଲଣ୍ଡ ବିପକ୍ଷ ପ୍ରଥମ ଦିନିକିଆ) ନିଶ୍ଚୟ ଏହି କପଡ଼ା ପିନ୍ଧିଥାନ୍ତେ। ସେଥିପାଇଁ ମୁଁ ସେହି ବ୍ୟାଗକୁ ନିଜ ଡ୍ରେସିଂ ରୁମରେ ରଖିଥିଲି।
ସୂଚନାଯୋଗ୍ୟ, ଚଳିତ ବର୍ଷ ଜାନୁଆରୀ ୧୬ ତାରିଖରେ ହୃଦଘାତ କାରଣରୁ ହାର୍ଦ୍ଦିକ ଓ କୃନାଲଙ୍କର ପିତାଙ୍କର ଦେହାନ୍ତ ହୋଇଥିଲା। ଦୁଇ ଭାଇ ନିଜ ପିତାଙ୍କୁ ବହୁତ ମିସ୍ କରୁଛନ୍ତି। ଏହି କାରଣରୁ କୃନାଲ୍ ଓ ହାର୍ଦ୍ଦିକ ଅଧିକ ଭାବବିହ୍ୱଳ ହୋଇଛନ୍ତି। ହାର୍ଦ୍ଦିକ ଓ କୃନାଲଙ୍କୁ କ୍ରିକେଟର୍ କରିବାରେ ସେମାନଙ୍କର ପିତାଙ୍କର ବହୁତ ବଡ଼ ଭୂମିକା ରହିଛି। ନିଜ ପୁଅଙ୍କୁ କ୍ରିକେଟର୍ କରାଇବା ପାଇଁ ହିମାଂଶୁ ସହର ବଦଳାଇ ଦେଇଥିଲେ। ଏପରିକି ନିଜ ପୁଅଙ୍କୁ କ୍ରିକେଟର୍ କରାଇବା ପାଇଁ ହିମାଂଶୁ ପାଣ୍ଡ୍ୟା ନିଜର ବିଜନେସ୍ ବନ୍ଦ କରିଦେଇଥିଲେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।