ଜନ୍ମଦିନର ଦିନକ ପୂର୍ବରୁ ଦିବଙ୍ଗତ ପିତାଙ୍କୁ ଇନିଂସ୍ ଉତ୍ସର୍ଗ କଲେ କୃନାଲ୍
ପୁଣେ: ଭାରତ ଓ ଇଂଲଣ୍ଡ ମଧ୍ୟରେ ଖେଳାଯାଉଥିବା ପ୍ରଥମ ଦିନିକିଆରେ ଅପରାଜିତ ୫୮ ରନର ଇନିଂସ୍ ଖେଳିବା ପରେ ଖୁବ୍ ଇମୋସନାଲ୍ ହୋଇଥିଲେ କୃନାଲ୍ ପାଣ୍ଡ୍ୟା। ନିକଟରେ କୃନାଲ୍ ପାଣ୍ଡ୍ୟାଙ୍କ ପିତାଙ୍କର ଦେହାନ୍ତ ହୋଇଥିଲା। ଆସନ୍ତାକାଲି କୃନାଲ୍ ୩୦ ବର୍ଷରେ ପାଦ ଦେଲେ। ଏହାର ଦିନକ ପୂର୍ବରୁ କୃନାଲ୍ ନିଜର ଦମଦାର ଇନିଂସକୁ ନିଜ ପିତାଙ୍କୁ ଉତ୍ସର୍ଗ କରିଛନ୍ତି।
This is all heart 💙🫂
A teary moment for ODI debutant @krunalpandya24 post his brilliant quick-fire half-century💥💥@hardikpandya7 #TeamIndia #INDvENG @Paytm pic.twitter.com/w3x8pj18CD
— BCCI (@BCCI) March 23, 2021
ଡେବ୍ୟୁ ମ୍ୟାଚରେ ବିସ୍ଫୋରକ ଇନିଂସ୍ ଖେଳିବା ପରେ କୃନାଲ୍ ଯେତେବେଳେ ଇଣ୍ଟରଭ୍ୟୁ ପାଇଁ ପହଞ୍ଚିଲେ, ସେ ନିଜ ଲୁହକୁ ରୋକିପାରିନଥିଲେ ଏବଂ ନିଶବ୍ଦ ହୋଇଯାଇଥିଲେ। ପରେ ସାନ ଭାଇ ହାର୍ଦ୍ଦିକ ତାଙ୍କୁ କୁଣ୍ଢାଇ ସମ୍ଭାଳିଥିଲେ। ମ୍ୟାଚ୍ ଆରମ୍ଭ ହେବା ପୂର୍ବରୁ କୃନାଲଙ୍କୁ ତାଙ୍କ ସାନ ଭାଇ ହାର୍ଦ୍ଦିକ ଡେବ୍ୟୁ କ୍ୟାପ୍ ପ୍ରଦାନ କରିଥିଲେ। ସେହି ସମୟରେ କୃନାଲ୍ ଆକାଶକୁ ଚାହିଁ ନିଜ ପିତାଙ୍କୁ ମନେ ପକାଇଥିଲେ।
What a debut innings by Krunal Pandya. Emotions can't controlled by him🥺 #ENGvsIND #KrunalPandya pic.twitter.com/NTlX6pewkz
— Vipul Madkaikar (@the_vipul10) March 23, 2021
ଚଳିତ ବର୍ଷ ଜାନୁଆରୀ ମାସରେ କୃନାଲ୍ ଓ ହାର୍ଦ୍ଦିକଙ୍କ ପିତାଙ୍କର ହୃଦଘାତ କାରଣରୁ ୭୧ ବର୍ଷ ବୟସରେ ଦେହାନ୍ତ ହୋଇଥିଲା। କୃନାଲ୍ ସେହି ସମୟରେ ସୟଦ ମୁସ୍ତାକ ଅଲୀ ଟ୍ରଫିରେ ବରୋଦା ଟିମର ନେତୃତ୍ୱ ନେଉଥିଲେ। ସେ ଟୁର୍ଣ୍ଣାମେଣ୍ଟକୁ ଅଧାରୁ ଛାଡ଼ି ଘରକୁ ପଳାଇ ଆସିଥିଲେ। ଉଭୟ ହାର୍ଦ୍ଦିକ ଓ କୃନାଲଙ୍କ ସହ ତାଙ୍କ ପିତାଙ୍କର ଭଲ ବଣ୍ଡିଂ ଥିଲା। ପିତାଙ୍କର ଦେହାନ୍ତରେ ଦୁଇ ଭାଇ ଖୁବ୍ ଭାଙ୍ଗି ପଡ଼ିଥିଲେ।
କୃନାଲ୍ ଭାରତ ପକ୍ଷରୁ ୧୮ ଟି-୨୦ ମ୍ୟାଚରେ ୧୨୧ ରନ୍ କରିବା ସହ ୧୪ ୱିକେଟ୍ ନେଇଛନ୍ତି। ବିଜୟ ହଜାରେ ଟ୍ରଫିରେ କୃନାଲ୍ ୫ ଇନିଂସରେ ୩୮୮ ରନ୍ କରିଛନ୍ତି, ଯେଉଁଥିରେ ଦୁଇଟି ଶତକ ଓ ଦୁଇଟି ଅର୍ଦ୍ଧଶତକ ସାମିଲ୍ ଅଛି। ଏହି ପ୍ରଦର୍ଶନ ଆଧାରରେ ତାଙ୍କୁ ଦିନିକିଆ ସିରିଜ୍ ପାଇଁ ଚୟନ କରାଯାଇଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।