କୋହଲିଙ୍କୁ ‘ରାଗୀ’ ଓ ରୋହିତଙ୍କୁ ’ଲୋଭୀ’ କହିଲେ ଧୋନି

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଟିମର ପୂର୍ବତନ କ୍ୟାପଟେନ୍ ମହେନ୍ଦ୍ର ସିଂ ଧୋନିଙ୍କର ବୌଦ୍ଧ ଭିକ୍ଷୁକ ଲୁକ ଏବେ ଖୁବ୍ ଚର୍ଚ୍ଚା ସାଉଁଣ୍ଟୁଛି। ଫ୍ୟାନଙ୍କ ଠାରୁ ଆରମ୍ଭ କରି ପୂର୍ବତନ କ୍ରିକେଟର୍ ଧୋନିଙ୍କ ଏହି ଲୁକକୁ ବହୁତ ପସନ୍ଦ କରୁଛନ୍ତି। ଷ୍ଟାର୍ ସ୍ପୋର୍ଟ୍ସ ଦିନକ ତଳେ ତା’ର ଅଫିସିଆଲ୍ ଟ୍ୱିଟର୍ ଆକାଉଣ୍ଟରେ ଧୋନିଙ୍କର ଏହି ଫଟୋ ଶେଆର୍ କରିଥିଲା। ତେବେ ଏହି ଫଟୋ ପଛର କାହାଣୀ ପ୍ରଥମେ ଜଣାପଡ଼ୁନଥିଲା। କିନ୍ତୁ ଏହା ସହ ଜଡ଼ିତ ବିଜ୍ଞାପନ ଯେତେବେଳେ ସାମ୍ନାକୁ ଆସିଲା, ସେତେବେଳେ ସବୁ କିଛି ସ୍ପଷ୍ଟ ହୋଇଗଲା।

ଆଇପିଏଲର ପରବର୍ତ୍ତୀ ସଂସ୍କରଣର ପ୍ରମୋସନ ପାଇଁ ଧୋନି ଏହି ନୂଆ ଅବତାର ଧାରଣ କରିଛନ୍ତି। ଷ୍ଟାର୍ ସ୍ପୋର୍ଟ୍ସ ଧୋନିଙ୍କର ୯ ସେକେଣ୍ଡର ଏକ ପ୍ରୋମୋ ଶେଆର୍ କରିଛି, ଯେଉଁଥିରେ ସେ କହୁଛନ୍ତି ଯେ ଶୀଘ୍ର ତାଙ୍କର ଏହି ଅବତାର ପଛର ମନ୍ତ୍ର ଜଣାପଡ଼ିବ। ଷ୍ଟାର୍ ସ୍ପୋର୍ଟ୍ସ ଏହି ପ୍ରୋମୋ ବ୍ୟତୀତ ଆଇପିଏଲ-୨୦୨୧ ସମ୍ବନ୍ଧିତ ଦୁଇଟି ବିଜ୍ଞାପନ ଶେଆର୍ କରିଛି। ପ୍ରଥମ ବିଜ୍ଞାପନରେ ଧୋନି ରୋହିତ୍ ଶର୍ମାଙ୍କୁ ’ଲୋଭୀ’ କହୁଥିବା ବେଳେ ଅନ୍ୟଏକ ବିଜ୍ଞାପନରେ ବିରାଟ କୋହଲିଙ୍କୁ ’ରାଗୀ’ କହୁଛନ୍ତି।

ଧୋନି ଏହି ଭିଡିଓରେ କିଛି ପିଲାଙ୍କୁ ବିରାଟ କୋହଲିଙ୍କ କାହାଣୀ କହୁଛନ୍ତି। ଧୋନି ପଚାରୁଛନ୍ତି ବିବେକ କେଉଁଠି ଅଛି? ଏହା ଉପରେ ପିଲା ଜବାବ ଦେଉଛନ୍ତି, ସାର୍ ବିବେକ ମିଳୁ ନାହିଁ। ସକାଳେ ବହୁତ ରାଗିକି ଥିଲା। ସାର୍ ବିବେକ ସର୍ବଦା ରାଗରେ ବିଭୋର ହୋଇଯାଆନ୍ତି। ଏହା ପରେ ପିଲାମାନେ ଜୋରରେ ହସନ୍ତି। ଏହି ସମୟରେ ଧୋନି ସବୁ ପିଲାଙ୍କୁ ଏକ କାହାଣୀ ଶୁଣାଇଛନ୍ତି।

ଧୋନି କହୁଛନ୍ତି, କାହାଣ ଏକ ବିରାଟ ଖେଳାଳିଙ୍କର ଉପରେ ଆଧାରିତ, ଯିଏ ନିଜ ରାଗ ବଳରେ ବଡ଼ ବଡ଼ ଟିମକୁ ଧୂଳି ଚଟାଇଛନ୍ତି ଏବଂ କିଙ୍ଗର ଟ୍ରଫି ହାସଲ କରିଛନ୍ତି। ଯଦି କେହି ରାଗିକି ବିଜୟ ହାସଲ କରେ, ତାହେଲେ ଏହି ରାଗ ଆଦୌ ଖରାପ ନୁହେଁ। ଏହା ପରେ ଧୋନିଙ୍କୁ ପିଲାମାନେ ପଚାରୁଛନ୍ତି, କ’ଣ ଏଥର କିଙ୍ଗକୁ କ୍ରାଉନ୍ ମିଳିବ? ଜବାବରେ ଧୋନି କହୁଛନ୍ତି ଏହା ସମୟ କହିବ।

ଆଉଏକ ଭିଡିଓରେ ଧୋନି ବୌଦ୍ଧ ଭିକ୍ଷୁକ ଅବତାରରେ ରହି ମୁମ୍ବାଇ ଇଣ୍ଡିଆନ୍ସ କ୍ୟାପଟେନ୍ ରୋହିତଙ୍କୁ ’ଲୋଭୀ’ କହୁଛନ୍ତି। ଧୋନି ପିଲାମାନଙ୍କୁ କହୁଛନ୍ତି, ଏହା ହିଟମ୍ୟାନ୍ ରୋହିତଙ୍କ କାହାଣୀ। ଥରେ ବାଘ ମୁହଁରେ ରକ୍ତ ଲାଗିଗଲା। ପାଞ୍ଚଥର ଟାଇଟଲ ଜିତିବା ପରେ ମଧ୍ୟ ତା’ ପେଟ ପୂରିଲା ନାହିଁ। ଆଇପିଏଲର ନୂଆ ମନ୍ତ୍ର ହେଉଛି, ଯଦି ’ଲୋଭ’ ଦ୍ୱାରା ଭୋକ ବଢ଼ୁଛି, ତାହେଲେ ’ଲୋଭ’ କୁଲ୍ ଅଟେ।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।