ଜନ୍ମ ଦିନରେ ଟସ୍‌ ଜିତିଲେ ରୋହିତ ଶର୍ମା

ମୁମ୍ବାଇ: ଚଳିତ ଆଇପିଏଲରେ ୮ରୁ ୮ ମ୍ୟାଚ୍‌ରେ ହାରିଥିବା ମୁମ୍ବାଇ ଇଣ୍ଡିଆନ୍ସ ନିଜର ପ୍ରଥମ ବିଜୟ ସନ୍ଧାନରେ ରହିଛି। ଆଜି ଦଳ ଡିୱାଇ ପାଟିଲ ଷ୍ଟାଡିୟମରେ ନିଜର ୯ମ ମ୍ୟାଚ୍‌ ଖେଳିବାକୁ ପଏଣ୍ଟ ଟେବୁଲର ଦ୍ୱିତୀୟ ସ୍ଥାନରେ ରାଜସ୍ଥାନ ରୟାଲ୍ସ ବିପକ୍ଷରେ ମୈଦାନକୁ ଓହ୍ଲାଇଛି। ଆଜି ହେଉଛି ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକ ରୋହିତ ଶର୍ମାଙ୍କ ୩୫ତମ ଜନ୍ମଦିନ। ଆଉ ଏହି ମ୍ୟାଚ୍‌ରେ ସେ ଟସ୍‌ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛନ୍ତି। ଏହାର ଅର୍ଥ ରାଜସ୍ଥାନ ପ୍ରଥମେ ବ୍ୟାଟିଂ କରିବ।

ରାଜସ୍ଥାନ ଏଯାଏ ୮ଟି ମ୍ୟାଚ ଖେଳିବା ସହ ୬ଟିରେ ଜିତିଛି। ଦଳ ତା’ର ଶେଷ ୩ଟି ଯାକ ମ୍ୟାଚ୍‌ ଜିତି ନିଜ ଦବଦବା ମଧ୍ୟ ଦେଖାଇଛି। ମୁମ୍ବାଇ ଓ ରାଜସ୍ଥାନ ଚଳିତ ଆଇପିଏଲରେ ପରସ୍ପରକୁ ଦ୍ୱିତୀୟ ଥର ପାଇଁ ଆଜି ଭେଟୁଛନ୍ତି। ଚଳିତ ସଜିନର ପ୍ରଥମ ମୁକାବିଲାରେ ରାଜସ୍ଥାନ ୨୩ରେ ମୁମ୍ବାଇକୁ ହରାଇଥିଲା। ତେଣୁ ମୁମ୍ବାଇ ଏହାର ପ୍ରତିଶୋଧ ନେବା ସହ ଚଳିତ ଆଇପିଏଲରେ ପ୍ରଥମ ବିଜୟ ଲକ୍ଷ୍ୟରେ ଆଜି ପଡ଼ିଆକୁ ଓହ୍ଲାଇଛି।

ଏହି ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍‌ରେ ମୁମ୍ବାଇ ଦୁଇଟି ପରିବର୍ତ୍ତନ କରିଛି। କୁମାର କାର୍ତ୍ତିକେୟ ସିଂହ ଓ ଟିମ୍‌ ଡାଭିଡ୍‌ ଚୂଡ଼ାନ୍ତ ଏକାଦଶରରେ ସ୍ଥାନ ପାଇଛନ୍ତି। ବ୍ରେଭିସ ଓ ଜୟଦେବ ଉନାଦକତଙ୍କ ସ୍ଥାନରେ ଉଭୟଙ୍କୁ ସୁଯୋଗ ମିଳିଛି। କୁମାର କାର୍ତ୍ତିକେୟ ସିଂହ ଆଜି ଆଇପିଏଲରେ ଡେବ୍ୟୁ କରୁଛନ୍ତି। ସେ ମଧ୍ୟପ୍ରଦେଶର ଜଣେ ଦ୍ରୁତ ବୋଲର।

ଅନ୍ୟପକ୍ଷରେ ରାଜସ୍ଥାନ ରୟାଲ୍ସ ତା’ର ଚୂଡ଼ାନ୍ତ ଏକାଦଶରେ କୌଣସି ପରିବର୍ତ୍ତନ କରିନାହିଁ।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।