ସୂର୍ଯ୍ୟକୁମାର ଆଉଟ୍ ଥିଲେ ନା ନଟଆଉଟ୍, ରାଗି ଗଲେ କୋହଲି
ଅହମଦାବାଦ: ଭାରତ ଓ ଇଂଲଣ୍ଡ ମଧ୍ୟରେ ଏଠାରେ ଖେଳାଯାଇଥିବା ଚତୁର୍ଥ ଟି-୨୦ ମ୍ୟାଚରେ ଘରୋଇ ଦଳର ବ୍ୟାଟ୍ସମ୍ୟାନ୍ ସୂର୍ଯ୍ୟକୁମାର ଯାଦବଙ୍କ ଆଉଟକୁ ନେଇ ବିବାଦ ଦେଖା ଦେଇଛି। ମ୍ୟାଚରେ ଜବରଦସ୍ତ ବ୍ୟାଟିଂ କରି ସୂର୍ଯ୍ୟକୁମାର ୩୧ ବଲରେ ୫୭ ରନ୍ କରିଛ୍ତି। ତେବେ ସୂର୍ଯ୍ୟ କୁମାରଙ୍କ ଇନିଂସର ଅନ୍ତ ବିବାଦୀୟ ଢଙ୍ଗରେ ହୋଇଛି।
ଇଂଲିଶ ଟିମର ବାମହାତୀ ବୋଲର ସାମ୍ କୁରାନଙ୍କ ବଲରେ ଛକା ମାରିବା ପ୍ରୟାସରେ ସୂର୍ଯ୍ୟକୁମାର ବାଉଣ୍ଡ୍ରୀରେ ଡେୱିଡ୍ ମଲାନଙ୍କ ଦ୍ୱାରା ଧରା ପଡ଼ିଥିଲେ। ଏହି କ୍ୟାଚକୁ ନେଇ ବିବାଦ ଦେଖା ଦେଇଛି, କାରଣ ରିପ୍ଲେରେ ସ୍ପଷ୍ଟ ଭାବେ ଦେଖିବାକୁ ମିଳିଛି ଯେ ବଲଟି ମାଟିକୁ ଛୁଇଁଥିଲା। ଏହା ସତ୍ତ୍ୱେ ଥାର୍ଡ ଅମ୍ପାୟାର ସୂର୍ଯ୍ୟକୁମାରଙ୍କୁ ଆଉଟ୍ ଦେଇଥିଲେ।
How come this is given out!? 🙄🤷🏻♀️ Poor Decision!! #INDvsENG #suryakumaryadav #sky #notout #poordecision #57notout pic.twitter.com/VTiRrbK39M
— Priyaa (@Priyaa022) March 18, 2021
ରିପ୍ଲେରେ ତୃତୀୟ ଅମ୍ପାୟାର ନିଷ୍ପତ୍ତି ନେଇପାରିଲେ ନାହିଁ ଯେ ବଲ ହାତରେ ଥିଲା କି ମାଟିରେ ଲାଗିଥିଲା। ତେବେ ଫିଲ୍ଡ ଅମ୍ପାୟାର ଏହାକୁ ଆଉଟ୍ ଘୋଷିତ କରିଥିଲେ। ତୃତୀୟ ଅମ୍ପାୟାରଙ୍କଠାରୁ ସହାୟତା ମାଗିବା ପୂର୍ବରୁ ଫିଲ୍ଡ ଅମ୍ପାୟାର ସୂର୍ଯ୍ୟକୁମାରଙ୍କୁ ସଫ୍ଟ ସିଗନାଲ ଆଧାରରେ ଆଉଟ୍ ଦେଇଥିଲେ। ଏହି କାରଣରୁ ତୃତୀୟ ଅମ୍ପାୟାରଙ୍କୁ କ୍ୟାଚର ସଠିକ୍ ପ୍ରମାଣ ନମିଳିବା କାରଣରୁ ସୂର୍ଯ୍ୟକୁମାରଙ୍କୁ ଆଉଟ୍ ଦେବାକୁ ପଡ଼ିଥିଲା।
ଅମ୍ପାୟାରଙ୍କ ଏହି ନିଷ୍ପତ୍ତିରେ ବହୁତ ନିରାଶ ହୋଇଥିଲେ କ୍ୟାପଟେନ୍ ବିରାଟ କୋହଲିତ। କୋହଲିଙ୍କୁ ଟିମ୍ ଇଣ୍ଡିଆର ଡଗ୍ ଆଉଟରେ ଖୁବ୍ ରାଗିଥିବାର ଦେଖିବାକୁ ମିଳିଥିଲା। ସେହିପରି କମେଣ୍ଟ୍ରୀ କରୁଥିବା ପୂର୍ବତନ କ୍ରିକେଟର୍ ଭିଭିଏସ୍ ଲକ୍ଷ୍ମଣ ଅମ୍ପାୟାରଙ୍କ ନିଷ୍ପତ୍ତିକୁ ପ୍ରଶ୍ନ ଉଠାଇଥିଲେ। ସେ ସଫ୍ଟ ସିଗନାଲ ନିଷ୍ପତ୍ତିକୁ ହଟାଇବାକୁ କହିଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।