ଶ୍ରୀଲଙ୍କା ଛାଡ଼ି ଇଂଲଣ୍ଡ ଯିବେ ପୃଥ୍ୱୀ ଶ’!

ନୂଆଦିଲ୍ଲୀ: ଯୁବ ଓପନିଂ ବ୍ୟାଟ୍ସମ୍ୟାନ୍ ପୃଥ୍ୱୀ ଶ’ ଇଂଲଣ୍ଡ ଗସ୍ତ କରିପାରନ୍ତି । ବର୍ତ୍ତମାନ ସେ ଶ୍ରୀଲଙ୍କାରେ ଅଛନ୍ତି, ଯେଉଁଠାରେ ଟିମ୍ ଇଣ୍ଡିଆ ଜୁଲାଇ ୧୩ ତାରିଖରୁ ଧଳା ବଲ୍ ସିରିଜ୍ ଖେଳିବ । କିନ୍ତୁ ତାଙ୍କୁ ଏହି ଗସ୍ତ ଅଧାରୁ ଛାଡ଼ିବାକୁ ପଡ଼ିପାରେ । ଟାଇମ୍ସ ଅଫ୍ ଇଣ୍ଡିଆର ରିପୋର୍ଟ ମୁତାବକ, ଇଂଲଣ୍ଡରେ ଥିବା ଭାରତୀୟ ଟିମକୁ ଟେଷ୍ଟ ଓପ୍ନର ସ୍ପେଶାଲିଷ୍ଟ ଭାବେ ପୃଥ୍ୱୀଙ୍କ ଆବଶ୍ୟକ ପଡ଼ିପାରେ । ଶୁବମନ୍ ଗିଲଙ୍କ ଆଘାତ କରେ ଭାରତକୁ […]

prithvi-shaw

prithvi-shaw

Ranjit Kumar Jena
  • Published: Saturday, 03 July 2021
  • Updated: 03 July 2021, 04:48 PM IST

ନୂଆଦିଲ୍ଲୀ: ଯୁବ ଓପନିଂ ବ୍ୟାଟ୍ସମ୍ୟାନ୍ ପୃଥ୍ୱୀ ଶ’ ଇଂଲଣ୍ଡ ଗସ୍ତ କରିପାରନ୍ତି । ବର୍ତ୍ତମାନ ସେ ଶ୍ରୀଲଙ୍କାରେ ଅଛନ୍ତି, ଯେଉଁଠାରେ ଟିମ୍ ଇଣ୍ଡିଆ ଜୁଲାଇ ୧୩ ତାରିଖରୁ ଧଳା ବଲ୍ ସିରିଜ୍ ଖେଳିବ । କିନ୍ତୁ ତାଙ୍କୁ ଏହି ଗସ୍ତ ଅଧାରୁ ଛାଡ଼ିବାକୁ ପଡ଼ିପାରେ । ଟାଇମ୍ସ ଅଫ୍ ଇଣ୍ଡିଆର ରିପୋର୍ଟ ମୁତାବକ, ଇଂଲଣ୍ଡରେ ଥିବା ଭାରତୀୟ ଟିମକୁ ଟେଷ୍ଟ ଓପ୍ନର ସ୍ପେଶାଲିଷ୍ଟ ଭାବେ ପୃଥ୍ୱୀଙ୍କ ଆବଶ୍ୟକ ପଡ଼ିପାରେ । ଶୁବମନ୍ ଗିଲଙ୍କ ଆଘାତ କରେ ଭାରତକୁ ଆଉଜଣେ ଓପ୍ନରଙ୍କ ଆବଶ୍ୟକ ହେଉଛି ।

ଗିଲ୍ ଆହତ ଅଛନ୍ତି । ଟ୍ରେନିଂ ବେଳେ ତାଙ୍କୁ ଆଘାତ ଲାଗିଥିାଲା । ଆହତ କାରଣରୁ ଗିଲଙ୍କୁ ୬ରୁ ୮ ସପ୍ତାହ କ୍ରିକେଟରୁ ଦୂରେଇ ରହିବାକୁ ପଡ଼ିପାରେ। ଏଭଳି ସ୍ଥିତିରେ ବିରାଟ୍ ଆଣ୍ଡ କୋ. ଖୁବଶୀଘ୍ର ପୃଥ୍ୱୀ ଶ’ଙ୍କୁ ଇଂଲଣ୍ଡ ଡକାଇ ପାରନ୍ତି । ଏହାକୁ ନେଇ ଇଂଲଣ୍ଡରେ ଥିବା ଭାରତୀୟ ଟିମ୍ ବିସିସିଆଇକୁ ନିବେଦନ କରିପାରେ।

ହେଲେ ଟିମରେ ମୟଙ୍କ ଅଗ୍ରୱାଲ୍ ଓ ଅଭିମନ୍ୟୁ ଈଶ୍ୱରନ୍ ବ୍ୟାକଅପ୍ ଓପ୍ନର ଭାବେ ଉପସ୍ଥିତ ଅଛନ୍ତି । ମୟଙ୍କ ୨୦୧୮ରୁ ୨୦୧୯ ମଧ୍ୟରେ ଟେଷ୍ଟ କ୍ରିକେଟରେ ଓପ୍ନର ଭାବେ ଖୁବ୍ ରନ୍ କରିଛନ୍ତି । ଅନ୍ତର୍ଜାତୀୟ କ୍ରିକେଟରେ ଡେବ୍ୟୁ ଅପେକ୍ଷାରେ ଥିବା ଈଶ୍ୱରନଙ୍କ ପାଖରେ ୬୪ ପ୍ରଥମଶ୍ରେଣୀ ମ୍ୟାଚ୍ ଖେଳିବାର ଅଭିଜ୍ଞତା ରହିଛି । କିନ୍ତୁ ଇଂଲଣ୍ଡ ଗସ୍ତ ବହୁତ ଲମ୍ବା । ଏଭଳି ସ୍ଥିତିରେ ତାଙ୍କ ଉପରେ ଟିମ୍ କେତେ ଭରସା ଦେଖାଉଛି, ତାହା ଦେଖିବାକୁ ବାକି ରହିଲା । ଏହି କାରଣରୁ ଟିମ୍ ଇଣ୍ଡିଆ ପୃଥ୍ୱୀଙ୍କୁ ଇଂଲଣ୍ଡ ଡକାଇ ପାରେ ।

ଟାଇମ୍ସ ଅଫ୍ ଇଣ୍ଡିଆ ସୂତ୍ରରେ କୁହାଯାଇଛି, ପୃଥ୍ୱୀ ଏବେ ଜବରଦସ୍ତ ଫର୍ମରେ ଅଛନ୍ତି । ବର୍ତ୍ତମାନ ସେ ଶ୍ରୀଲଙ୍କାରେ ସିରିଜ୍ ଖେଳିବାକୁ ଯାଇଛନ୍ତି । କିନ୍ତୁ ତାଙ୍କୁ ଇଂଲଣ୍ଡ ଯିବାକୁ ପଡ଼ିପାରେ । ଟିମ୍ ପାଖରେ ଲୋକେଶ ରାହୁଲ ମଧ୍ୟ ଅଛନ୍ତି, କିନ୍ତୁ ତାଙ୍କୁ ଟିମ୍ ମିଡଲ୍ ଅର୍ଡର୍ ବ୍ୟାଟ୍ସମ୍ୟାନ୍ ଭାବେ ରିପ୍ଲେସମେଣ୍ଟ କରିପାରେ । ଏଭଳି ମହତ୍ତ୍ୱପୂର୍ଣ୍ଣ ସିରିଜର ଈଶ୍ୱରନଙ୍କ ଅନଭିଜ୍ଞ ଓପ୍ନରଙ୍କୁ ନେଇ ଭାରତ ରିସ୍କ ନନେଇ ପାରେ । ଯେହେତୁ ସିରିଜ୍ ଲମ୍ବା ରହିଛି, ଏଭଳି ସ୍ଥିତିରେ ରୋହିତ୍ ଓ ମୟଙ୍କୁ ଗୋଟିଏ କିମ୍ବା ଦୁଇଟି ଟେଷ୍ଟରେ ଉପଲବ୍ଧ ନହେଲେ ସମସ୍ୟା ବଢ଼ିପାରେ । ଏସବୁ କାରଣରୁ ପୃଥ୍ୱୀଙ୍କୁ ଇଂଲଣ୍ଡ ଯିବାକୁ ପଡ଼ିପାରେ ।

ଯଦି ପୃଥ୍ୱୀଙ୍କୁ ଇଂଲଣ୍ଡ ଯିବାକୁ ପଡ଼େ, ତାହେଲେ ବିସିସିଆଇକୁ ଏହା ଉପରେ ଶୀଘ୍ର ନିଷ୍ପତ୍ତି ନେବାକୁ ପଡ଼ିବ । କାରଣ ଯଦି ପୃଥ୍ୱୀ ଇଂଲଣ୍ଡ ଯିବେ, ତାହେଲେ ତାଙ୍କୁ ଟିମ୍ ସହ ଯୋଗ ଦେବା ପୂର୍ବରୁ କରୋନା ପ୍ରୋଟୋକଲ ପାଳନ କରିବାକୁ ପଡ଼ିବ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story