ଆଇପିଏଲ ପୂର୍ବରୁ ଆରସିବିକୁ ଝଟକା, ପଦ ଛାଡ଼ିଲେ ମୁଖ୍ୟ କୋଚ୍‌

ବେଙ୍ଗାଲୁରୁ: ସେପ୍ଟେମ୍ବର ୧୯ରୁ କରୋନା ପାଇଁ ଅଧାରେ ଅଟକିଥିବା ଆଇପିଏଲର ୧୩ର ବଳକା ମ୍ୟାଚ୍‌ ଆରମ୍ଭ ହେବ। ଦୁବାଇରେ ଖେଳା ଯିବାକୁ ଥିବା ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେବା ପୂର୍ବରୁ ବିରାଟ କୋହଲିଙ୍କ ଆରସିବିକୁ ଜୋରଦାର ଝଟକା ଲାଗିଛି। ଦଳର ମୁଖ୍ୟକୋଚ୍‌ ସିମୋନ କାଟିଚି ହଠାତ୍‌ ନିଜ ପଦରୁ ଓହରି ଯାଇଛନ୍ତି। ବ୍ୟକ୍ତିଗତ କାରଣ ପାଇଁ ସେ ଆରିସିବି ସହ ଚଳିତ ଆଇପିଏଲ ସଂସ୍କରଣରେ କାମ କରିବେ ନାହିଁ ବୋଲି କହିଛନ୍ତି। ଏ ସମ୍ପର୍କରେ ଆଜି ଆରିସିବି ପକ୍ଷରୁ […]

RCB

Hemant Lenka
  • Published: Saturday, 21 August 2021
  • , Updated: 21 August 2021, 06:17 PM IST

ବେଙ୍ଗାଲୁରୁ: ସେପ୍ଟେମ୍ବର ୧୯ରୁ କରୋନା ପାଇଁ ଅଧାରେ ଅଟକିଥିବା ଆଇପିଏଲର ୧୩ର ବଳକା ମ୍ୟାଚ୍‌ ଆରମ୍ଭ ହେବ। ଦୁବାଇରେ ଖେଳା ଯିବାକୁ ଥିବା ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେବା ପୂର୍ବରୁ ବିରାଟ କୋହଲିଙ୍କ ଆରସିବିକୁ ଜୋରଦାର ଝଟକା ଲାଗିଛି। ଦଳର ମୁଖ୍ୟକୋଚ୍‌ ସିମୋନ କାଟିଚି ହଠାତ୍‌ ନିଜ ପଦରୁ ଓହରି ଯାଇଛନ୍ତି।

ବ୍ୟକ୍ତିଗତ କାରଣ ପାଇଁ ସେ ଆରିସିବି ସହ ଚଳିତ ଆଇପିଏଲ ସଂସ୍କରଣରେ କାମ କରିବେ ନାହିଁ ବୋଲି କହିଛନ୍ତି। ଏ ସମ୍ପର୍କରେ ଆଜି ଆରିସିବି ପକ୍ଷରୁ ଘୋଷଣା କରାଯାଇଛି। କାଟିଚ ପଦ ଛାଡ଼ିଥିବାରୁ ଦଳର କ୍ରିକେଟ ନିର୍ଦ୍ଦେଶକ ମାଇକ ହେନସନ ଆଇପିଏଲ ୨୦୨୧ରେ ଆରସିବିର ମୁଖ୍ୟ କୋଚ୍‌ ଦାୟିତ୍ୱ ତୁଲାଇବେ। ଆଜି କାଟିଚଙ୍କ ୪୫ତମ ଜନ୍ମ ଦିନ ହୋଇଥିବା ବେଳେ ସେ ଆରସିବିର ମୁଖ୍ୟ କୋଚ୍‌ ପଦ ଛାଡ଼ିଛନ୍ତି।

ଅଷ୍ଟ୍ରେଲିଆର ପୂର୍ବତନ ଓପନର କାଟିଚି ଆଇପିଏଲର ଦୁଇଟି ସଂସ୍କରଣରେ ଆରସିବିର ମୁଖ୍ୟ କୋଚ୍‌ ଭୂମିକା ତୁଲାଇଛନ୍ତି। କାଟିଚିଙ୍କ କୋଚିଂ ବଳରେ ଆରସିବି ୨୦୨୦ରେ ପ୍ଲେ-ଅଫକୁ ଯାଇଥିଲା। ୨୦୧୬ ପରେ ଦଳ ପ୍ରଥମଥର ପାଇଁ ପ୍ଲେଅଫ ଖେଳିବାର ଗୌରବ ଅର୍ଜନ କରିଥିଲା। 

ସୂଚନାଯୋଗ୍ୟ, ଆଇପିଏଲ ୨୦୨୧ ସଂସ୍କରଣ ଅଧାରୁ ବନ୍ଦ ହେବା ବେଳକୁ ଆରସିବି ୧୦ଟି ମ୍ୟାଚ୍‌ରୁ ୭ଟି ଜିତିଛି। ଦଳ ୩ ନଂ ସ୍ଥାନରେ ରହିଥିଲା। ଏହି ଠାରୁ ହିଁ ଆରସିବି ବାକି ମ୍ୟାଚ୍‌ ଖେଳିବା ଆରମ୍ଭ କରିବ।

Related story