ଗୁଜରାଟ ବିପକ୍ଷରେ ଟସ୍‌ ଜିତିଲା ଆରସିବି

ମୁମ୍ବାଇ: ଚଳିତ ଆଇପିଏଲର ୪୩ତମ ମ୍ୟାଚ୍‌ରେ ମୁହାଁମୁହିଁ ହେଉଛନ୍ତି ଶକ୍ତିଶାଳୀ ଗୁଜରାଟ ଟାଇଟନ୍ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ବା ଆରସିବି। ଏହି ମ୍ୟାଚ୍‌ରେ ଆରସିବି ଅଧିନାୟକ ଫାଫ ଡୁପ୍ଲେସିସ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଛନ୍ତି। ଏହାର ଅର୍ଥ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଗୁଜରାଟ ପ୍ରଥମେ ବୋଲିଂ କରିବ।

ଗୁଜରାଟ ଏବେ ପଏଣ୍ଟ ଟେବୁଲର ଶୀର୍ଷରେ ରହିଛି। ଦଳ ୮ଟି ମ୍ୟାଚ୍‌ ଖେଳିଥିବା ବେଳେ ୭ଟିରେ ଜିତିଛି। ସେହିପରି ଗୁଜରାଟ କ୍ରମାଗତ ୪ଟି ମ୍ୟାଚ୍‌ ମଧ୍ୟ ଜିତିଛି।

ହେଲେ ଆରସିବି କ୍ରମାଗତ ଦୁଇଟି ମ୍ୟାଚ୍‌ ହାରି ପଏଣ୍ଟ ଟେବୁଲର ୫ମ ସ୍ଥାନରେ ରହିଛି। ଆରସିବି ୯ଟି ମ୍ୟାଚ୍‌ ଖେଳିଥିବା ବେଳେ ୫ଟିରେ ଜିତିଛି। ତେଣୁ ଦଳ ପାଇଁ ଆଜିର ମ୍ୟାଚ୍‌ ବେଶ ଗୁରୁତ୍ୱପୂର୍ଣ୍ଣ। ଏହି ମ୍ୟାଚ୍‌ରେ ଆରସିବି ଗୋଟିଏ ପରିବର୍ତ୍ତନ କରିଛି। ସୂୟାଶ ପ୍ରଭୁଦେଶାଇଙ୍କ ବଦଳରେ ଅଲରାଉଣ୍ଡର ମହିପାଲ ଲୋମରୋର ଚୂଡ଼ାନ୍ତ ଏକାଦଶରେ ସ୍ଥାନ ପାଇଛନ୍ତି।

ସେହିପରି ଗୁଜରାଟ କ୍ରମାଗତ ୪ଟି ମ୍ୟାଚ୍‌ ଜିତିଥିଲେ ମଧ୍ୟ ଆଜି ଚୂଡ଼ାନ୍ତ ଏକାଦଶରେ ୨ଟି ପରିବର୍ତ୍ତନ କରିଛି। ପ୍ରଦୀପ ସାଙ୍ଗୱାନ ଓ ସାଇ ସୁଦର୍ଶନ ଦଳରେ ସ୍ଥାନରେ ପାଇଛନ୍ତି। ୟାଶ ଦୟାଲ ଓ ଅଭିନବ ମନୋହରଙ୍କୁ ଚୂଡ଼ାନ୍ତ ଏକାଦଶରୁ ବାଦ ଦିଆଯାଇଛି। ପ୍ରଦୀପ ଶେଷଥର ପାଇଁ ୨୦୧୮ରେ ମୁମ୍ବାଇ ପାଇଁ ଗୋଟିଏ ମ୍ୟାଚ୍‌ ଖେଳିଥିଲେ। ଏବେ ୪ ବର୍ଷର ବ୍ୟବଧାନ ପରେ ତାଙ୍କୁ ଆଇପିଏଲ ଖେଳିବାର ସୁଯୋଗ ମିଳିଛି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।