ରୋହିତଙ୍କ ସହ କିଏ ଓପନ୍ କରିବେ, ସ୍ପଷ୍ଟ କଲେ କୋହଲି

ଅହମ୍ମଦାବାଦ: ଭାରତ ଓ ଇଂଲଣ୍ଡ ମଧ୍ୟରେ ପାଞ୍ଚମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ ଆସନ୍ତାକାଲିଠାରୁ ଆରମ୍ଭ ହେବ। ସିରିଜର ପ୍ରଥମ ଟି-୨୦ ମ୍ୟାଚରେ କିଏ ଓପନ୍ କରିବେ, ସେ ନେଇ ଟିମ୍ ଇଣ୍ଡିଆ କ୍ୟାପଟେନ୍ ବିରାଟ୍ କୋହଲି ବଡ଼ ବୟାନ ଦେଇଛନ୍ତି। ବିରାଟ୍ କହିଛନ୍ତି, ପ୍ରଥମ ମ୍ୟାଚରେ ରୋହିତ୍ ଶର୍ମାଙ୍କ ସହ ନିୟମିତ ଓପ୍ନର ଶିଖର ଧୱନ୍ ଓପନ୍ କରିବେନି। ରୋହିତଙ୍କ ସହ ଲୋକେଶ ରାହୁଲ୍ ଓପନ୍ କରିବେ ବୋଲି କୋହଲି ସ୍ପଷ୍ଟ କରିଛନ୍ତି। ଅର୍ଥାତ୍ ଶୁକ୍ରବାର ପ୍ରଥମ ଦିନିକିଆରେ ଧୱନଙ୍କୁ ବାହାରେ ବସିବାକୁ ପଡ଼ିବ।

କୋହଲି କହିଛନ୍ତି, ‘ରାହୁଲ୍ ଓ ରୋହିତ୍ ମ୍ୟାଚରେ ଟପ୍ ଅର୍ଡରରେ ବ୍ୟାଟିଂ କରିବେ। ଯଦି ରୋହିତ୍ କିମ୍ବା ରାହୁଲଙ୍କୁ ଆରାମ ଦିଆଯାଏ, ତାହେଲେ ଧୱନ୍ ବ୍ୟାକଅପ୍ ଓପ୍ନର ଭାବେ ଖେଳିବେ। ଆମେ ଫ୍ରୀ ହୋଇ କ୍ରିକେଟ୍ ଖେଳିବାକୁ ଚାହୁଁଛୁ। ଆମ ପାଖରେ ଅନେକ ଆକ୍ରମଣାତ୍ମକ ଖେଳାଳି ଅଛନ୍ତି। ଟିମରେ ଏମିତି କିଛି କ୍ରିକେଟର୍ ଅଛନ୍ତି, ଯିଏ ବିନା ଚାପରେ ବ୍ୟାଟିଂ କରିପାରିବେ। ତେଣୁ ଆମେ ପ୍ରଥମ ଟି-୨୦ରେ ସେହିଭଳି ଖେଳାଳିଙ୍କୁ ସୁଯୋଗ ଦେବୁ।’ ମିଡିଲ୍ ଅର୍ଡରରେ କୋହଲିଙ୍କ ପରେ ଶ୍ରେୟସ୍ ଆୟର୍, ହାର୍ଦ୍ଦିକ ପାଣ୍ଡ୍ୟା, ଋଷଭ ପନ୍ତ ଆଦି ବ୍ୟାଟ୍ସମ୍ୟାନଙ୍କୁ ସୁଯୋଗ ମିଳିପାରେ।

ଇଂଲଣ୍ଡ ବିପକ୍ଷ ଟି-୨୦ ସିରିଜ୍ ଜରିଆରେ ଭାରତ ଚଳିତ ବର୍ଷ ହେବାକୁଥିବା ଟି-୨୦ ୱାର୍ଲ୍ଡ କପ୍ ପାଇଁ ସନ୍ତୁଳିତ ଟିମ୍ ପ୍ରସ୍ତୁତ କରିବାକୁ ଲକ୍ଷ୍ୟ ରଖିଛି। ଏହି ସିରିଜରେ ଯେଉଁ ଖେଳାଳି ଭଲ ପ୍ରଦର୍ଶନ କରିବେ, ସେମାନେ ହିଁ ୱାର୍ଲ୍ଡ କପ୍ ପାଇଁ ସ୍ଥାନ ପକ୍କା କରିପାରିବେ। ଏଭଳି ସ୍ଥିତିରେ ପ୍ରତିଟି ଖେଳାଳି ଉନ୍ନତ ପ୍ରଦର୍ଶନ କରିବାକୁ ଲକ୍ଷ୍ୟ ରଖିଛନ୍ତି।

ଭାରତ: ବିରାଟ୍ କୋହଲି (କ୍ୟାପଟେନ୍), ରୋହିତ୍ ଶର୍ମା (ଭାଇସ୍ କ୍ୟାପଟେନ୍), ଲୋକେଶ ରାହୁଲ୍, ଶିଖର ଧୱନ୍, ଶ୍ରେୟସ୍ ଆୟର୍, ସୂର୍ଯ୍ୟକୁମାର ଯାଦବ, ଋଷଭ ପନ୍ତ (ୱିକେଟକିପର), ହାର୍ଦ୍ଦିକ ପାଣ୍ଡ୍ୟା, ୟୁଜବେନ୍ଦ୍ର ଚହଲ୍, ଭୁବନେଶ୍ୱର କୁମାର, ଅକ୍ଷର ପଟେଲ୍, ୱାଶିଂଟନ୍ ସୁନ୍ଦର, ଶାର୍ଦ୍ଦୁଲ ଠାକୁରଯ, ନବଦୀପ ସାଇନି, ଦୀପକ ଚହଲ, ରାହୁଲ୍ ତେୱାତିଆ, ଇଶାନ୍ କିଶନ (ରିଜର୍ସ ୱିକେଟକିପର)।

ଇଂଲଣ୍ଡ: ଇଅନ୍ ମୋର୍ଗାନ୍ (କ୍ୟାପଟେନ୍), ଜୋସ୍ ବଟଲର୍, ଜେସନ୍ ରୟ, ଲିଆନ୍ ଲିଭିଙ୍ଗଷ୍ଟୋନ୍, ଡେଭିଡ୍ ମଲାନ୍, ବେନ୍ ଷ୍ଟୋକ୍ସ, ମୋଇନ୍ ଅଲୀ, ଆଦିଲ୍ ରଶିଦ୍, ରୀସେ ଟପେଲ, କ୍ରିସ୍ ଜୋର୍ଡାନ୍, ମାର୍କ ଉଡ୍, ସାମ୍ କୁରାନ୍, ଟମ୍ କୁରାନ୍, ସାମ୍ ବିଲିଙ୍ଗସ୍, ଜନ୍ନି ବେୟାରଷ୍ଟୋ, ଜୋଫ୍ରା ଆର୍ଚର୍।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।