ଟସ୍‌ ଜିତିଲା ହାଇଦ୍ରାବାଦ, ପଞ୍ଜାବ ଟିମ୍‌କୁ ଫେରିଲେ ମୁଜିବ ଉର ରେହମାନ

ଦୁବାଇ: ଆଇପିଏଲର ୨୨ତମ ମୁକାବିଲାରେ ଆଜି ସନରାଇଜର୍ସ ହାଇଦ୍ରାବାଦ ଓ କିଙ୍ଗସ ଏକାଦଶ ପଞ୍ଜାବ ମୁହାଁମୁହିଁ ହେଉଛନ୍ତି। ଏହି ମ୍ୟାଚ୍‌ରେ ଡେଭିଡ ୱାର୍ଣ୍ଣର ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହାର ଅର୍ଥ କେଏଲ ରାହୁଲଙ୍କ ପଞ୍ଜାବ ପ୍ରଥମେ ବୋଲିଂ କରିବ।

ପଞ୍ଜାବ ଏଯାଏ ୫ଟି ମ୍ୟାଚ୍ ଖେଳିଥିବା ବେଳେ ଗୋଟିଏରେ ଜିତି ପଏଣ୍ଟ ଟେବୁଲର ସବୁଠାରୁ ତଳେ ରହିଛି। ସେହିପରି ହାଇଦ୍ରାବାଦ ସମାନ ସଂଖ୍ୟକ ମ୍ୟାଚ୍ ଖେଳି ୨ଟିରେ ଜିତିଛି। ତେଣୁ ଉଭୟ ଦଳ ମ୍ୟାଚ୍ ଜିତିବା ଲକ୍ଷ୍ୟରେ ପଡ଼ିଆକୁ ଓହ୍ଲାଇବେ।

ହାଇଦ୍ରାବାଦ ତା’ର ଚୂଡ଼ାନ୍ତ ଏକାଦଶରେ ଗୋଟିଏ ପରିବର୍ତ୍ତନ କରିଛି। ସିଦ୍ଧାର୍ଥ କୌଲଙ୍କ ବଦଳରେ ଖଲୀଲ ଅହମ୍ମଦଙ୍କୁ ଦଳ ପୁଣିଥରେ ସୁଯୋଗ ଦେଇଛି। ସେହିପରି ପଞ୍ଜାବ ଚୂଡ଼ାନ୍ତ ଏକାଦଶରେ ୩ଟି ପରିବର୍ତ୍ତନ କରିଛି।

ଆଇପିଏଲ ଆରମ୍ଭରୁ ବେଞ୍ଚରେ ବସିଥିବା ଆଫଗାନ ସ୍ପିନର ମୁଜିବ ଉର ରେହମାନ ଆଜି ଚୂଡ଼ାନ୍ତ ଏକାଦଶରେ ସ୍ଥାନ ପାଇଛନ୍ତି। ସେହିପରି ପ୍ରଭସିମରନ ସିଂହ ଓ ଅର୍ଶଦୀପ ସିଂହଙ୍କୁ ବି ଦଳ ସୁଯୋଗ ଦେଇଛି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।