ମୋଦି ଷ୍ଟାଡିୟମରେ ଖାତା ଖୋଲିପାରିଲେନି କୋହଲି

ଅହମ୍ମଦାବାଦ: ଟିମ୍ ଇଣ୍ଡିଆ କ୍ୟାପଟେନ୍ ବିରାଟ୍ କୋହଲିଙ୍କ ଖରାପ ଫର୍ମ ଲଗାତର ଜାରି ରହିଛି। ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯାଉଥିବା ପ୍ରଥମ ଟି-୨୦ ମ୍ୟାଚରେ କୋହଲି ଖାତା ଖୋଲିବାକୁ ସକ୍ଷମ ହୋଇନାହାନ୍ତି। ଇଂଲିଶ ଟିମର ସ୍ପିନର୍ ଆଦିଲ୍ ରଶିଦଙ୍କ ବଲରେ ବଡ଼ ଶଟ୍ ଖେଳିବାକୁ ଯାଇ କୋହଲି କ୍ରିସ୍ ଜୋର୍ଡାନଙ୍କ ଦ୍ୱାରା କ୍ୟାଚ୍ ଆଉଟ୍ ହୋଇଥିଲେ। କୋହଲି ୫ଟି ବଲ୍ ଖେଳି କୌଣସି ରନ୍ କରିନାହାନ୍ତି।

କୋହଲିଙ୍କ ପୂର୍ବରୁ ଶିଖର ଧୱନଙ୍କ ସହ ଓପନ୍ କରିବାକୁ ଆସିଥିବା ଲୋକେଶ ରାହୁଲ୍ ମଧ୍ୟ ନିରାଶ କରିଛନ୍ତି। ରାହୁଲ୍‌ ମାତ୍ର ୧ ରନ୍ କରି ଆର୍ଚରଙ୍କ ବଲରେ କ୍ଲିନ୍ ବୋଲ୍ଡ ହୋଇଛନ୍ତି। ସେହିପରି ଧୱନ୍ ମଧ୍ୟ ସୁଯୋଗର ଫାଇଦା ଉଠାଇପାରି ନାହାନ୍ତି। ଧୱନ୍ ମାତ୍ର ୪ ରନ୍ କରି ମାର୍କ ଉଡଙ୍କ ବଲରେ ପ୍ୟାଭିଲିୟନ୍ ଫେରିଛନ୍ତି। ଶେଷ ଖବର ଲେଖା ହେଲା ବେଳକୁ ଭାରତ ୩ ୱିକେଟ୍ ହରାଇ ୨୦ ରନ୍ କରିଛି।

ସୂଚନାଯୋଗ୍ୟ, ଆଜି ମ୍ୟାଚରେ ଭାରତର ନିୟମିତ ଓପ୍ନର ରୋହିତ୍ ଶର୍ମାଙ୍କୁ ବିଶ୍ରାମ ଦିଆଯାଇଛି। ରୋହିତଙ୍କ ବଦଳରେ ଧୱନଙ୍କ ସହ ରାହୁଲ୍ ଓପନ୍ କରିଥିଲେ। ସେହିପରି ଦଳକୁ ଭୁବନେଶ୍ୱର କୁମାର କମବ୍ୟାକ୍ କରିଥିବା ବେଳେ ତିନିଜଣ ସ୍ପିନର୍ ସ୍ଥାନ ପାଇଛନ୍ତି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।