ପୁଲୱାମା ସହିଦ ପରିବାରଙ୍କୁ ଶାମିଙ୍କ ଆର୍ଥିକ ସହାୟତା ଘୋଷଣା

ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀର ପୁଲୱାମା ଆତଙ୍କବାଦୀ ହମ୍‌ଲାରେ ସହିଦ ହୋଇଥିବା ୪୦ ଜଣ ସିଆରପିଏଫ୍‌ ଯବାନଙ୍କ ପରିବାର ବର୍ଗକୁ ସାରା ଦେଶରୁ ସହାୟତାର ସୁଅ ଛୁଟିଛି। ଏହି କ୍ରମରେ ଭାରତୀୟ କ୍ରିକେଟର ମଧ୍ୟ ପଛରେ ପଡ଼ିନାହାନ୍ତି। ଆଜି ଟିମ୍‌ ଇଣ୍ଡିଆ ର ସ୍ପିଡଷ୍ଟର ମହମ୍ମଦ ଶାମି ସହିଦଙ୍କ ପରିବାର ବର୍ଗଙ୍କ ପ୍ରତି ସମବେଦନା ଜଣାଇବା ସହ ଆର୍ଥିକ ସହାୟତା ଦେବାକୁ ଘୋଷଣା କରିଛନ୍ତି। ୨୮ ବର୍ଷୀୟ ଦିଲ୍ଲୀର ଦ୍ରୁତ ବୋଲର ଶାମି କହିଛନ୍ତି, “ଆମେ ଆମ ଦେଶ ପାଇଁ […]

m

m

Hemant Lenka
  • Published: Monday, 18 February 2019
  • Updated: 18 February 2019, 05:16 PM IST

Sports

Latest News

ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀର ପୁଲୱାମା ଆତଙ୍କବାଦୀ ହମ୍‌ଲାରେ ସହିଦ ହୋଇଥିବା ୪୦ ଜଣ ସିଆରପିଏଫ୍‌ ଯବାନଙ୍କ ପରିବାର ବର୍ଗକୁ ସାରା ଦେଶରୁ ସହାୟତାର ସୁଅ ଛୁଟିଛି। ଏହି କ୍ରମରେ ଭାରତୀୟ କ୍ରିକେଟର ମଧ୍ୟ ପଛରେ ପଡ଼ିନାହାନ୍ତି। ଆଜି ଟିମ୍‌ ଇଣ୍ଡିଆ ର ସ୍ପିଡଷ୍ଟର ମହମ୍ମଦ ଶାମି ସହିଦଙ୍କ ପରିବାର ବର୍ଗଙ୍କ ପ୍ରତି ସମବେଦନା ଜଣାଇବା ସହ ଆର୍ଥିକ ସହାୟତା ଦେବାକୁ ଘୋଷଣା କରିଛନ୍ତି।

୨୮ ବର୍ଷୀୟ ଦିଲ୍ଲୀର ଦ୍ରୁତ ବୋଲର ଶାମି କହିଛନ୍ତି, “ଆମେ ଆମ ଦେଶ ପାଇଁ ଖେଳୁଥିବା ବେଳେ ଯବାନମାନେ ସୀମାରେ ଆମ ସୁରକ୍ଷା ପାଇଁ ଛିଡ଼ା ହୋଇଥାଆନ୍ତି। ଆମେ ଆମ ଯବାନଙ୍କ ପରିବାର ଲୋକଙ୍କ ସହ ଛିଡ଼ା ହେବା ଦରକାର। ଆମେ ସର୍ବଦା ସେମାନଙ୍କୁ ସହଯୋଗର ହାତ ବଢ଼ାଇବା ଉଚିତ।”

ଏହାପୂର୍ବରୁ ଟିମ୍‌ ଇଣ୍ଡିଆର ଓପନର ଶିଖର ଧୱନ ମଧ୍ୟ ସହିଦ ଯବାନଙ୍କ ପରିବାର ବର୍ଗଙ୍କୁ ଆର୍ଥିକ ସହାୟତା ଦେବେ ବୋଲି ଘୋଷଣା କରିଥିଲେ। ଏଥିସହ ଧୱନ ଅନ୍ୟମାନଙ୍କୁ ମଧ୍ୟ ସହଯୋଗ ପାଇଁ ଆଗେଇ ଆସିବାକୁ ଆହ୍ୱାନ ଦେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos