ପୁଲୱାମା: କ୍ରିକେଟ୍‌ ଦୁନିଆ ସ୍ତବ୍ଧ, ହାତରେ କଳାପଟି ବାନ୍ଧି ଖେଳିଲେ ମ୍ୟାଚ୍‌

ନାଗପୁର: ଜମ୍ମୁ-କଶ୍ମୀର ପୁଲୱାମାଠାରେ ଗୁରୁବାର ଘଟିଥିବା ଭୟଙ୍କର ଆତଙ୍କବାଦୀ ଆକ୍ରମଣରେ ୪୦ ଜଣ ଯବାନ ସହିଦ ହୋଇଛନ୍ତି। ସମସ୍ତେ ଏହି ଘଟଣାରେ ଗଭୀର ଭାବେ ଆଘାତ ପାଇଥିବା ବେଳେ ପାକିସ୍ତାନଠାରୁ ପ୍ରତିଶୋଧ ନେବାକୁ ଦାବି କରିବା ଆରମ୍ଭ କରିଛନ୍ତି। ଏହି ଦୁଃଖଦ ଓ ହୃଦୟଥରା ଘଟଣାର ପ୍ରଭାବ କ୍ରିକେଟ୍‌ ଜଗତ ଉପରେ ମଧ୍ୟ ପଡ଼ିଛି। ସବୁ କ୍ରିକେଟର ସହିଦ ଯବାନଙ୍କ ବଳିଦାନ ଆତ୍ମାର ସଦଗତି କାମନା କରିବା ସହ ଏଭଳି ଆକ୍ରମଣକୁ ନିନ୍ଦା କରିଛନ୍ତି। ସେହିପରି ବିଦର୍ଭ […]

ea

ea

Hemant Lenka
  • Published: Friday, 15 February 2019
  • Updated: 15 February 2019, 05:11 PM IST

Sports

Latest News

ନାଗପୁର: ଜମ୍ମୁ-କଶ୍ମୀର ପୁଲୱାମାଠାରେ ଗୁରୁବାର ଘଟିଥିବା ଭୟଙ୍କର ଆତଙ୍କବାଦୀ ଆକ୍ରମଣରେ ୪୦ ଜଣ ଯବାନ ସହିଦ ହୋଇଛନ୍ତି। ସମସ୍ତେ ଏହି ଘଟଣାରେ ଗଭୀର ଭାବେ ଆଘାତ ପାଇଥିବା ବେଳେ ପାକିସ୍ତାନଠାରୁ ପ୍ରତିଶୋଧ ନେବାକୁ ଦାବି କରିବା ଆରମ୍ଭ କରିଛନ୍ତି। ଏହି ଦୁଃଖଦ ଓ ହୃଦୟଥରା ଘଟଣାର ପ୍ରଭାବ କ୍ରିକେଟ୍‌ ଜଗତ ଉପରେ ମଧ୍ୟ ପଡ଼ିଛି। ସବୁ କ୍ରିକେଟର ସହିଦ ଯବାନଙ୍କ ବଳିଦାନ ଆତ୍ମାର ସଦଗତି କାମନା କରିବା ସହ ଏଭଳି ଆକ୍ରମଣକୁ ନିନ୍ଦା କରିଛନ୍ତି।

ସେହିପରି ବିଦର୍ଭ ଓ ଅବଶିଷ୍ଟ ଭାରତ ମଧ୍ୟରେ ଚାଲିଥିବା ମ୍ୟାଚ୍‌ରେ ଦୁଇ ଦଳର ଖେଳାଳିମାନେ ହାତରେ କଳା ପଟି ବାନ୍ଧି ପଡ଼ିଆକୁ ଓହ୍ଲାଇଥିଲେ। ଏଥିସହ ସମସ୍ତ ଖେଳାଳି ପଡ଼ିଆ ମଝିରେ ଯବାନଙ୍କ ସମ୍ମାନର୍ଥେ ଶୋକ ମଧ୍ୟ ବ୍ୟକ୍ତ କରିଥିଲେ। ଯବାନଙ୍କ ବଳିଦାନ ପାଇଁ ପଡ଼ିଆରେ ଥିବା ଦୁଇ ଅମ୍ପାୟାର ନନ୍ଦନ ଓ ନୀତୀନ ମେନନ୍‌ ମଧ୍ୟ ହାତରେ କଳା ପଟି ପରିଧାନ କରିଥିଲେ।

ଏମାନଙ୍କ ବ୍ୟତୀତ ଟ୍ୱିଟର ଜରିଆରେ ବିରାଟ୍‌ କୋହଲି, ବୀରେନ୍ଦ୍ର ସେହୱାଗ, ହରଭଜନ ସିଂହ, ଭିଭିଏସ୍‌ ଲକ୍ଷ୍ମଣ, ସାନିଆ ମିର୍ଜା, ସାଇନା ନେହ୍ୱାଲ, ବୀଜେନ୍ଦର ସିଂହ ପ୍ରମୁଖ ଶୋକ ବ୍ୟକ୍ତ କରିବା ସହ ଘଟଣାକୁ ନିନ୍ଦା କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos