କ୍ରିକେଟରଙ୍କ ଜର୍ସି ନମ୍ବର ପଛର ରହସ୍ୟ: ଜାଣନ୍ତୁ କିଏ କାହିଁକି ପିନ୍ଧନ୍ତି ନିର୍ଦ୍ଦିଷ୍ଟ ନମ୍ବରର ଜର୍ସି

କ୍ରିକେଟ ଜଗତରେ କିଛି ଖେଳାଳି ଅନ୍ଧବିଶ୍ୱାସରେ ବିଶ୍ୱାସ ରଖନ୍ତି। ଭାରତର ମଧ୍ୟ କିଛି ଖେଳାଳି ଏପରି ଅଛନ୍ତି ଯେଉଁମାନେ ଅନ୍ଧବିଶ୍ୱାସରେ କବଳିତ। ୱାନଡେ ଓ ଟି-ଟ୍ୱୋଣ୍ଟିରେ ଖେଳାଳି ପିନ୍ଧୁଥିବା ଜର୍ସି ପଛରେ ଥିବା ନମ୍ବରକୁ ନେଇ ରହିଛି କିଛି ଅକୁହା କାହାଣୀ। ଟି-ସାର୍ଟ ପଛରେ ନମ୍ବର ରହିବା ପ୍ରଥାଟି ୧୯୯୯ ମସିହା ବିଶ୍ୱକପ ମ୍ୟାଚରୁ ଆରମ୍ଭ ହୋଇଥିଲା।  ସେତେବେଳେ କ୍ୟାପଟେନ୍‌ ୧ ନମ୍ବର ଥିବା ଜର୍ସି ପିନ୍ଧୁଥିବା ବେଳେ ଅନ୍ୟ ଖେଳାଳି ମାନେ ୨ ରୁ ୧୫ ନମ୍ବର ଥିବା ଜର୍ସି ପିନ୍ଧୁଥିଲେ। କିନ୍ତୁ ଏବେ ଖେଳାଳି ମାନେ ନିଜ ମନ ପସନ୍ଦର ନମ୍ବର ଥିବା ଜର୍ସି ପିନ୍ଧି ପଡ଼ିଆକୁ ଓହ୍ଲାଉଛନ୍ତି। ତେବେ କିଛି ଖେଳାଳିଙ୍କ ଜର୍ସି ପଛରେ ଥିବା ନମ୍ବର ପଛରେ ରହିଛି ଗୁଢ଼ ରହସ୍ୟ। ଯେପରି ପ୍ରସିଦ୍ଧ କ୍ରିକେଟର ସଚିନ ତେନ୍ଦୁଲକର ସବୁବେଳେ ୧୦ ନମ୍ବର ଜର୍ସି ପିନ୍ଧି ଖେଳିଥାନ୍ତି। କାରଣ ତାଙ୍କର ସରନେମ୍‌ ବା ସାଙ୍ଗିଆ ଇଂରାଜୀ ଅକ୍ଷର TENରୁ ଆରମ୍ଭ ହୋଇଥାଏ। ତେବେ ଆସନ୍ତୁ ଜାଣିବା ଅନ୍ୟ କିଛି ଭାରତୀୟ ଖେଳାଳୀଙ୍କ ଜର୍ସି ପଛରେ ଥିବା ନମ୍ବରର ରହସ୍ୟ।

dhoniମହେନ୍ଦ୍ର ସିଂ ଧୋନି: ଭାରତୀୟ କ୍ରିକେଟ ଇତିହାସର ସଫଳତମ ଅଧିନାୟକ ମହେନ୍ଦ୍ର ସିଂ ଧୋନି । ୭ ନମ୍ବର ଜର୍ସି ପିନ୍ଧି ସେ ପଡ଼ିଆ ମଧ୍ୟକୁ ଓହ୍ଲାଇଥାନ୍ତି। ତେବେ ତାଙ୍କ ଜର୍ସି ପଛରେ କାହିଁକି ୭ ନମ୍ବର ଥାଏ ଜାଣିଛନ୍ତି କି?  କାରଣ ଧୋନିଙ୍କ ଜନ୍ମ ତାରିଖ ହେଉଛି ୭ ଜୁଲାଇ ଏବଂ ତାଙ୍କ ପ୍ରିୟ ଫୁଟବଲ୍‌ ଖେଳାଳୀ ରୋନାଲ୍ଡୋ ମଧ୍ୟ ୭ ନମ୍ବର ଜର୍ସି ପିନ୍ଧି ଖେଳିଥାନ୍ତି। ୭ ହେଉଛି ଧୋନିଙ୍କ ଲକି ନମ୍ବର । ଏପରିକି ଧୋନିଙ୍କ ସମସ୍ତ ଗାଡି ନମ୍ବରର ପ୍ରଥମ ନମ୍ବର ୭ରୁ ଆରମ୍ଭ ହୋଇଥାଏ।

ରୋହିତ ଶର୍ମା: ପଡ଼ିଆ ଭିତରେ ରୋହିତଙ୍କୁ ୪୫ ନମ୍ବର ଜର୍ସିରେ ଦେଖିବାକୁ ମିଳିଥାଏ। ରୋହିତଙ୍କ ଏହି ଜର୍ସି ପଛରେ ରହିଛି ଏକ ମା’ର ପ୍ରେମ। ରୋହିତ ଅଣ୍ଡର-୧୯ ବିଶ୍ୱକପ୍‌ କ୍ରିକେଟ ଖେଳିବା ସମୟରେ ତାଙ୍କ ୪୫ ନମ୍ବର ଜର୍ସି ବାଛିଥିଲେ। ସେବେଠାରୁ ଆଜି ପର୍ଯ୍ୟନ୍ତ ରୋହିତ ୪୫ ନମ୍ବର ଜର୍ସି ପିନ୍ଧି ଖେଳୁଛନ୍ତି।

 

ଯୁବରାଜ ସିଂ: କ୍ରିକେଟ ଜଗତରେ ଧୁଆଁଧାର ବ୍ୟାଟସ୍‌ମ୍ୟାନ ଭାବେ ଯୁବରାଜ ସିଂ ପରିଚିତ। ୧୨ ନମ୍ବର ଜର୍ସି ପିନ୍ଧି ପଡ଼ିଆକୁ ଓହ୍ଲାଇଥାନ୍ତି। ତାଙ୍କ ଜର୍ସିର ନମ୍ବର ପଛରେ ରହିଛି ଏକ ମଜାଦାର କାହାଣୀ। ଯୁବରାଜଙ୍କ ଜନ୍ମ ତାରିଖ ହେଉଛି ୧୨ ଡିସେମ୍ବର। ଅର୍ଥାତ ସେ ୧୨/୧୨ରେ ଜନ୍ମଗ୍ରହଣ କରିଥିଲେ। ଖାଲି ଏତିକି ନୁହେଁ ତାଙ୍କ ଜନ୍ମ ହୋଇଥିଲା ଠିକ୍‌ ୧୨ଟା ବେଳେ । ଏପରିକି ସେ ଜନ୍ମଗ୍ରହଣ କରିଥିବା ସ୍ଥାନଟି ମଧ୍ୟ ସେକ୍ଟର ୧୨ ଥିଲା। ଏହି କାରଣରୁ ସେ ୧୨ ନମ୍ବରକୁ ଲକି ବୋଲି ଭାବିଥାନ୍ତି।

ବିରାଟ କୋହଲି: ଭାରତୀୟ କ୍ରିକେଟ ଟିମ୍‌ର ଅଧିନାୟକ ବିରାଟ କୋହଲି।ତାଙ୍କ ବ୍ୟାଟିଂ ଯାଦୁରେ ସମସ୍ତଙ୍କୁ ବାନ୍ଧି ରଖି ପାରିଛନ୍ତି ସେ। ତାଙ୍କର ଜର୍ସିର ନମ୍ବର ହେଉଛି ୧୮। ତେବେ ଏହି ନମ୍ବର ପଛରେ ରହିଛି ବାପା-ପୁଅ ଭିତରେ ଥିବା ସ୍ନେହ ଓ ପ୍ରେମ। କୋହଲିଙ୍କ ପିତାଙ୍କ ଦେହାନ୍ତ ୨୦୦୬ ଡିସେମ୍ବର ୧୮ରେ ହୋଇଥିଲା। ପିତାଙ୍କ ସ୍ମୃତିକୁ ସର୍ବଦା ମନେ ରଖିବା ପାଇଁ କୋହଲି ଲକି ନମ୍ବର ଭାବେ ୧୮କୁ ବାଛି ନେଇଛନ୍ତି। ଏହି ନମ୍ବରର ଜର୍ସି ପିନ୍ଧି ସେ ଅଧିନାୟକ ଭାବେ ଜୁନିୟର ବିଶ୍ୱକପ୍‌ ବିଜୟୀ ମଧ୍ୟ ହୋଇଛନ୍ତି

ଆର. ଅଶ୍ୱିନ: ଅଶ୍ୱିନ ଜର୍ସି ପଛରେ ଥିବା ନମ୍ବରକୁ ବହୁତ ଭାବିଚିନ୍ତି ବାଛିଛନ୍ତି। ସେ ସ୍କୁଲରେ ପଢୁଥିବା ବେଳେ ତାଙ୍କର ଶ୍ରେଣୀର ରୋଲ୍‌ ନମ୍ବର ଥିଲା ୯। ଏଥିସହିତ ତାଙ୍କ ବେଷ୍ଟ ଫ୍ରେଣ୍ଡ୍‌ ପାର୍ଥିବ ପଟେଲଙ୍କ ଜର୍ସି ନମ୍ବର ମଧ୍ୟ ୯।  ଏହି ଦୁଇ ନମ୍ବରକୁ ଯୋଡି ଅଶ୍ୱିନ ତାଙ୍କ ଜର୍ସିର ନମ୍ବର ୯୯ ରଖିଛନ୍ତି।

ହାର୍ଦ୍ଦିକ ପାଣ୍ଡ୍ୟା: ମିଡିଲ ଅର୍ଡ଼ରରେ ଧୁଆଁଧାର ବ୍ୟାଟିଂ କରୁଥିବା ହାର୍ଦ୍ଦିକ ପାଣ୍ଡ୍ୟାକୁ ଆଇପିଏଲ ପରିଚୟ ଦେଇଛି। ତାଙ୍କ ନୀଳ ଜର୍ସିର ନମ୍ବର ହେଉଛି ୨୨୮। ଘରୋଇ କ୍ରିକେଟ ମ୍ୟାଚରେ ହାର୍ଦ୍ଦିକଙ୍କ ବେଷ୍ଟ ସ୍କୋର ୨୨୮ ତେଣୁ ସେ ଏହି ନମ୍ବରକୁ ଲକି ନମ୍ବର ମାନିଥାନ୍ତି।

sehwagବିରେନ୍ଦ୍ର ସେହୱାଗ: କେବେ ଆପଣ ବିରେନ୍ଦ୍ର ସେହୱାଗ୍‌ଙ୍କ ଜର୍ସିକୁ ଦେଖିଛନ୍ତି। ଯଦି ଦେଖି ନାହାନ୍ତି ତେବେ ଏକ ନୂଆ କଥା ଜାଣି ରଖନ୍ତୁ। ବିରେନ୍ଦ୍ର ସେହୱାଗଙ୍କ ଲକି ନମ୍ବର ହେଉଛି ୦୦। କିନ୍ତୁ ଆଇସିସି ନିୟମ ଅନୁଯାୟୀ କୌଣସି ଖେଳାଳି ୦ ନମ୍ବରର ଜର୍ସି ପିନ୍ଧି ଖେଳି ପାରିବେ ନାହିଁ। ତେଣୁ ବିରେନ୍ଦ୍ର ସେହୱାଗ ବିନା ନମ୍ବର ଥିବା ଜର୍ସି ପିନ୍ଧି ବୋଲରଙ୍କୁ ଖୁବ୍‌ ଧୁଲାଇ କରିଛନ୍ତି।