ଦୁନିଆର ସବୁଠାରୁ ଦାମୀ କାର୍‌ କିଣିଲେ ରୋନାଲ୍ଡୋ, ଦାମ ଶୁଣିଲେ ହୋସ ଉଡ଼ିଯିବ

ନୂଆଦିଲ୍ଲୀ: ଫୁଟବଲ ଜଗତର ମହାନ ଖେଳାଳି କ୍ରିଷ୍ଟିଆନୋ ରୋନାଲ୍ଡୋ ନିଜର ଲାଇଫଷ୍ଟାଇଲ ପାଇଁ ସବୁ ବେଳେ ଚର୍ଚ୍ଚାରେ ରହିଥାଆନ୍ତି। ଫୁଟବଲ ଜଗତର କିମ୍ବଦନ୍ତୀ ଭାବେ ଜଣାଶୁଣା ରୋନାଲ୍ଡୋ ନିକଟରେ ବିଶ୍ୱରୁ ସବୁଠାର ଦାମୀ କାର Bugatti La Voiture Noire କିଣିଛନ୍ତି। ଗାଡ଼ି ସହିତ ଉଠାଇଥିବା ଫଟୋକୁ ରୋନାଲ୍ଡୋ ନିଜ ଇନଷ୍ଟାଗ୍ରାମରେ ପୋଷ୍ଟ କରିଛନ୍ତି। ଏହାକୁ ଫ୍ୟାନମାନେ ବେଶ ପସନ୍ଦ କରିଛନ୍ତି। ରୋନାଲ୍ଡଙ୍କ ବ୍ୟତୀତ ଏହି ବୁଗାଟି କାର ବିଶ୍ୱର ଆଉ ୧୦ ଜଣ ଭାଗ୍ୟଶାଳୀ ବ୍ୟକ୍ତିଙ୍କ […]

r

r

Hemant Lenka
  • Published: Tuesday, 04 August 2020
  • Updated: 04 August 2020, 03:04 PM IST

Sports

Latest News

ନୂଆଦିଲ୍ଲୀ: ଫୁଟବଲ ଜଗତର ମହାନ ଖେଳାଳି କ୍ରିଷ୍ଟିଆନୋ ରୋନାଲ୍ଡୋ ନିଜର ଲାଇଫଷ୍ଟାଇଲ ପାଇଁ ସବୁ ବେଳେ ଚର୍ଚ୍ଚାରେ ରହିଥାଆନ୍ତି। ଫୁଟବଲ ଜଗତର କିମ୍ବଦନ୍ତୀ ଭାବେ ଜଣାଶୁଣା ରୋନାଲ୍ଡୋ ନିକଟରେ ବିଶ୍ୱରୁ ସବୁଠାର ଦାମୀ କାର Bugatti La Voiture Noire କିଣିଛନ୍ତି।

ଗାଡ଼ି ସହିତ ଉଠାଇଥିବା ଫଟୋକୁ ରୋନାଲ୍ଡୋ ନିଜ ଇନଷ୍ଟାଗ୍ରାମରେ ପୋଷ୍ଟ କରିଛନ୍ତି। ଏହାକୁ ଫ୍ୟାନମାନେ ବେଶ ପସନ୍ଦ କରିଛନ୍ତି। ରୋନାଲ୍ଡଙ୍କ ବ୍ୟତୀତ ଏହି ବୁଗାଟି କାର ବିଶ୍ୱର ଆଉ ୧୦ ଜଣ ଭାଗ୍ୟଶାଳୀ ବ୍ୟକ୍ତିଙ୍କ ପାଖରେ ରହିଛି। ଏହି କାରର ଦାମ ୮.୫ ମିଲିୟନ ୟୁରୋ ବା ପ୍ରାୟ ୭୫ କୋଟି ଟଙ୍କା।

୧୦ ଜଣ ଲୋକ କମ୍ପାନୀକୁ ଏହି କାର ତିଆରି କରିବାକୁ ଅର୍ଡର କରିଛନ୍ତି। ଅର୍ଡର ମିଳିବା ପରେ ଏହାର ନିର୍ମାଣ କାମ ଆରମ୍ଭ ହୋଇଛି। ୨୦୨୧ରେ ଏହି କାର ରୋନାଲ୍ଡୋଙ୍କ ପାଖରେ ପହଞ୍ଚିବ।

ରୋନାଲ୍ଡ କାର୍‌ ସହ ଗୋଟିଏ ଫଟୋ ପୋଷ୍ଟ କରି ୟୁ ଚୁଜ୍‌ ଦି ଭ୍ୟୁ ବୋଲି ଲେଖିଛନ୍ତି। ଏହି ରୟାଲ କାର ଘଣ୍ଟାପ୍ରତି ୩୮୦ କିମି ବେଗରେ ଗତି କରିପାରିବ। ମାତ୍ର ୨.୪ ସେକେଣ୍ଡରେ ଏହାର ବେଗ ୬୦ କିମି ଛୁଇଁ ପାରିବ। କମ୍ପାନୀ ପକ୍ଷରୁ ରୋନାଲ୍ଡଙ୍କ ପାଇଁ ତିଆରି କରାଯାଉଥିବା କାର୍‌ରେ ସିଆର୭ ଲେଖାଯାଇଛି। ରୋନାଲ୍ଡଙ୍କ ଜର୍ସି ନମ୍ବର ୭ ହୋଇଥିବାରୁ କାରରେ ତା’ର ବ୍ୟବସ୍ଥା କରାଯାଇଛି।

ରୋନାଲ୍ଡୋଙ୍କ କାର୍‌ ଚୟନ କଥା ଯଦି ବିଚାରକୁ ନେବା, ତା’ହେଲେ ତାଙ୍କ ପାଖରେ ଦୁନିଆର ଅନେକ ଦାମୀ କାର ରହିଛି। ଏବେ ସୁଦ୍ଧା ତାଙ୍କ ଗ୍ୟାରେଜରେ ମୋଟ ୨୬୪ କୋଟି ଟଙ୍କାର ବିଭିନ୍ନ କାର ରହିଛି। ଗତବର୍ଷ ରୋନାଲ୍ଡୋ ୫୫ ଲକ୍ଷ ପାଉଣ୍ଡ ବା ୫୪ କୋଟି ଟଙ୍କାର ପାଣି ଜାହଜ କିଣିଥିଲେ। ୮୮ ଫୁଟ ଲମ୍ବ ଏହି ଜାହଜରେ ୫ଟି ଭିନ୍ନ ଧରରଣ କ୍ୟାବିନ ଓ ଅନ୍ୟାନ୍ୟ ସୁବିଧା ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos