ଅଷ୍ଟମଥର ଆଇପିଏଲ୍ ଫାଇନାଲରେ ଚେନ୍ନାଇ

ବିଶାଖାପଟ୍ଟନମ୍: ଚଳିତ ଆଇପିଏଲର ଫାଇନାଲ୍ ଲାଇନଅପ୍ ଚୂଡ଼ାନ୍ତ ହୋଇଛି। ଲଗାତାର ଭଲ ଫର୍ମରେ ଥିବା ଚେନ୍ନାଇ ସୁପର କିଙ୍ଗସ୍ ଶୁକ୍ରବାର ଦ୍ୱିତୀୟ କ୍ୱାଲିଫାୟରରେ ଦିଲ୍ଲୀ କ୍ୟାପିଟାଲ୍ସକୁ ୬ ୱିକେଟରେ ପରାସ୍ତ କରି ଅଷ୍ଟମଥର ଆଇପିଏଲ୍ ଫାଇନାଲରେ ସ୍ଥାନ ହାସଲ କରିଛି। ଅନ୍ୟପକ୍ଷରେ ଦିଲ୍ଲୀର ପ୍ରଥମଥର ଫାଇନାଲ୍ ପହଞ୍ଚିବାର ଆଶା ଧୂଳିସାତ୍ ହୋଇଯାଇଛି। ରବିବାର ହାଇଦ୍ରାବାଦରେ ଫାଇନାଲ୍ ମୁକାବିଲା ଚେନ୍ନାଇ ସୁପର କିଙ୍ଗସ୍ ଓ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ଖେଳାଯିବ। ଦୁଇ ଟିମ୍ ଚତୁର୍ଥଥର ଟାଇଟଲ୍ ପାଇଁ ପରସ୍ପରକୁ […]

chennai

chennai

Hemant Lenka
  • Published: Saturday, 11 May 2019
  • Updated: 11 May 2019, 03:21 PM IST

Sports

Latest News

ବିଶାଖାପଟ୍ଟନମ୍: ଚଳିତ ଆଇପିଏଲର ଫାଇନାଲ୍ ଲାଇନଅପ୍ ଚୂଡ଼ାନ୍ତ ହୋଇଛି। ଲଗାତାର ଭଲ ଫର୍ମରେ ଥିବା ଚେନ୍ନାଇ ସୁପର କିଙ୍ଗସ୍ ଶୁକ୍ରବାର ଦ୍ୱିତୀୟ କ୍ୱାଲିଫାୟରରେ ଦିଲ୍ଲୀ କ୍ୟାପିଟାଲ୍ସକୁ ୬ ୱିକେଟରେ ପରାସ୍ତ କରି ଅଷ୍ଟମଥର ଆଇପିଏଲ୍ ଫାଇନାଲରେ ସ୍ଥାନ ହାସଲ କରିଛି।

ଅନ୍ୟପକ୍ଷରେ ଦିଲ୍ଲୀର ପ୍ରଥମଥର ଫାଇନାଲ୍ ପହଞ୍ଚିବାର ଆଶା ଧୂଳିସାତ୍ ହୋଇଯାଇଛି। ରବିବାର ହାଇଦ୍ରାବାଦରେ ଫାଇନାଲ୍ ମୁକାବିଲା ଚେନ୍ନାଇ ସୁପର କିଙ୍ଗସ୍ ଓ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ଖେଳାଯିବ। ଦୁଇ ଟିମ୍ ଚତୁର୍ଥଥର ଟାଇଟଲ୍ ପାଇଁ ପରସ୍ପରକୁ ଭେଟିବେ।

ଦ୍ୱିତୀୟ କ୍ୱାଲିଫାୟରରେ ଦିଲ୍ଲୀ ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୯ ୱିକେଟ୍ ହରାଇ ୧୪୭ ରନ୍ କରିଥିଲା। ଜବାବରେ ଚେନ୍ନାଇ ଫାଫ୍ ଡୁପ୍ଲେସିସ୍ ଓ ଶେନ୍ ୱାଟସନଙ୍କ ଅର୍ଦ୍ଧଶତକ ବଳରେ ୧୯ ଓଭରରେ ୪ ୱିକେଟ୍ ହରାଇ ୧୫୧ ରନ୍ କରି ବିଜୟ ହାସଲ କରିଥିଲା। ୩୯ ବଲରେ ୭ ଚୌକା ଓ ୧ ଛକା ସହ ୫୦ ରନର ଇନିଂସ୍ ଖେଳିଥିବା ଡୁପ୍ଲେସିସ୍ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଥିଲେ।

୧୪୮ ରନର ସହଜ ଲକ୍ଷ୍ୟର ପିଛା କରୁଥିବା ଚେନ୍ନାଇର ଦୁଇ ଓପ୍ନର ଡୁପ୍ଲେସିସ୍ ଓ ୱାଟସନଙ୍କୁ ଆରମ୍ଭରୁ ଦିଲ୍ଲୀ ବୋଲରଙ୍କୁ ଉଚିତ୍ ମୁକାବିଲା କରିପାରିନଥିଲେ। କିନ୍ତୁ ଦୁହେଁ ସେଟ୍ ହେବା ପରେ ଦମଦାର ବ୍ୟାଟିଂ କରି ପ୍ରଥମ ୱିକେଟ୍ ପାଇଁ ୮୧ ରନର ଭାଗୀଦାରୀ କରିଥିଲେ। ଡୁପ୍ଲେସିସ ଅର୍ଦ୍ଧଶତକ ମାରିବା ପରେ ଟ୍ରେଣ୍ଟ ବୋଲ୍ଟଙ୍କ ଶିକାର ହୋଇଥିଲେ। ୱାଟସନ୍ ୩୨ ବଲରେ ୩ ଚୌକା ଓ ୪ ଛକା ସହ ୫୦ ରନ୍ କରି ଅମିତ୍ ମିଶ୍ରଙ୍କ ବଲରେ ଆଉଟ୍ ହୋଇଥିଲେ।

ମଧ୍ୟକ୍ରମରେ ସୁରେଶ ରାଇନା (୧୧) ଓ ମହେନ୍ଦ୍ର ସିଂହ ଧୋନି (୯) ନିରାଶ କରିଥିଲେ ହେଁ, ଅମ୍ବାତି ରାୟୁଡୁ (୨୦*) ଅପରାଜିତ ରହି ଟିମକୁ ବିଜୟୀ କରାଇଥିଲେ। ଦିଲ୍ଲୀ ପକ୍ଷରୁ ବୋଲ୍ଟ, ଈଶାନ୍ତ, ଅକ୍ଷର ପଟେଲ ଓ ଅମିତ୍ ମିଶ୍ର ଗୋଟିଏ ଲେଖାଏ ୱିକେଟ୍ ହାସଲ କରିଥିଲେ।

ଏହା ପୂର୍ବରୁ ଆମନ୍ତ୍ରଣ ପାଇ ବ୍ୟାଟିଂ କରିଥିବା ଦିଲ୍ଲୀ ଆରମ୍ଭରୁ ନିୟମିତ ବ୍ୟବଧାନରେ ୱିକେଟ୍ ହରାଇଥିଲା। ଇନଫର୍ମ ଋଷଭ ପନ୍ତଙ୍କୁ ଛାଡ଼ି ଦେଲେ ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ୍ ସେତେଟା ପ୍ରଭାବୀ ବ୍ୟାଟିଂ କରିପାରି ନଥିଲେ। ପନ୍ତ ୨୫ ବଲରେ ୨ ଚୌକା ଓ ୧ ଛକା ସହ ୩୮ ରନ୍ କରି ଆଉଟ୍ ହୋଇଥିଲେ।

ଅନ୍ୟମାନଙ୍କ ମଧ୍ୟରେ କଲିନ୍ ମୁନରୋ ୨୭, ଶିଖର ଧୱନ୍ ୧୮, ଅଧିନାୟକ ଶ୍ରେୟସ ଆୟର୍ ୧୩, ଶେରଫେନ୍ ରଦରଫର୍ଡ ୧୦ ଓ ଈଶାନ୍ତ ଶର୍ମା ଅପରାଜିତ ୧୦ ରନ୍ କରିଥିଲେ। ଯାହା ଫଳରେ ଦିଲ୍ଲୀ ନିର୍ଦ୍ଧାରିତ ଓଭରରେ ୧୪୭ ରନ୍ କରିବାକୁ ସକ୍ଷମ ହୋଇଥିଲା। ଚେନ୍ନାଇ ପକ୍ଷରୁ ଦୀପକ ଚହର୍, ରବୀନ୍ଦ୍ର ଜାଡେଜା ଓ ହରଭଜନ ସିଂହ ୨ଟି ଲେଖାଏ ୱିକେଟ୍ ହାସଲ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story