ଚେନ୍ନାଇ ଆଗରେ ୧୭୬ ରନ୍‌ର ଟାର୍ଗେଟ, ଶ’ଙ୍କ ବିସ୍ଫୋରକ ୬୪

ଦୁବାଇ: ଭଲ ଆରମ୍ଭ ସତ୍ତ୍ୱେ ନିର୍ଦ୍ଧାରିତ ୨୦ ଓଭରରେ ମାତ୍ର ୧୭୫ ରନ୍‌ କରିବାକୁ ସକ୍ଷମ ହୋଇଛି ଦିଲ୍ଲୀ କ୍ୟାପିଟାଲ୍ସ। ଚେନ୍ନାଇ ଠାରୁ ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରୁଥିବା ଦିଲ୍ଲୀ ପକ୍ଷରୁ ଓପନର ପୃଥ୍ୱୀ ଶ’ ବିସ୍ଫୋରକ ୬୪ ରନ୍‌ ଇନିଂସ୍‌ ଖେଳିଥିଲେ। ଏଥିପାଇଁ ଦଳ ୧୭୫ ରନ୍‌ କରିବାକୁ ସକ୍ଷମ ହୋଇଛି। ଫଳରେ ଆଇପିଏଲ ୨୦୨୦ର ୭ମ ମୁକାବିଲା ଜିତିବା ପାଇଁ ମହେନ୍ଦ୍ର ସିଂହ ଧୋନିଙ୍କ ଚେନ୍ନାଇ ଆଗରେ ୧୭୬ ରନ୍‌ ଟାର୍ଗେଟ ରହିଛି। […]

cvc

cvc

Hemant Lenka
  • Published: Friday, 25 September 2020
  • Updated: 25 September 2020, 09:15 PM IST

Sports

Latest News

ଦୁବାଇ: ଭଲ ଆରମ୍ଭ ସତ୍ତ୍ୱେ ନିର୍ଦ୍ଧାରିତ ୨୦ ଓଭରରେ ମାତ୍ର ୧୭୫ ରନ୍‌ କରିବାକୁ ସକ୍ଷମ ହୋଇଛି ଦିଲ୍ଲୀ କ୍ୟାପିଟାଲ୍ସ। ଚେନ୍ନାଇ ଠାରୁ ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରୁଥିବା ଦିଲ୍ଲୀ ପକ୍ଷରୁ ଓପନର ପୃଥ୍ୱୀ ଶ’ ବିସ୍ଫୋରକ ୬୪ ରନ୍‌ ଇନିଂସ୍‌ ଖେଳିଥିଲେ। ଏଥିପାଇଁ ଦଳ ୧୭୫ ରନ୍‌ କରିବାକୁ ସକ୍ଷମ ହୋଇଛି। ଫଳରେ ଆଇପିଏଲ ୨୦୨୦ର ୭ମ ମୁକାବିଲା ଜିତିବା ପାଇଁ ମହେନ୍ଦ୍ର ସିଂହ ଧୋନିଙ୍କ ଚେନ୍ନାଇ ଆଗରେ ୧୭୬ ରନ୍‌ ଟାର୍ଗେଟ ରହିଛି।

ଆଜିର ମ୍ୟାଚ୍‌ରେ ଧୋନି ଟସ୍‌ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଦିଲ୍ଲୀ ପକ୍ଷରୁ ଶ’ ଓ ଶିଖର ଧୱନ ବିସ୍ଫୋରକ ଆରମ୍ଭ କରିଥିଲେ। ବିଶେଷ କରି ଶ’ ଆକ୍ରମଣାତ୍ମକ ଶଟ୍‌ ମାନ ଖେଳିଥିଲେ। ଧୱନ ତାଙ୍କୁ ଭରପୂର ସାଥ ଦେଇଥିଲେ। ଉଭୟ ପ୍ରଥମେ ୱିକେଟ ପାଇଁ ୧୦.୪ ଓଭରରେ ୯୪ ରନ୍‌ ସଂଗ୍ରହ କରିଥିଲେ।

ତେବେ ବଡ଼ ଶଟ୍‌ ଖେଳିବା ଲୋଭରେ ଶିଖର ଧୱନ ୩୫ ରନ୍‌ କରି ପୀୟୂଷ ଚାୱଲାଙ୍କ ବଲରେ ଏଲବି ଡବ୍ଲ୍ୟୁ ହୋଇଯାଇଥିଲେ। ଏହାର ପରବର୍ତ୍ତୀ ଓଭରରେ ଶ’ ମଧ୍ୟ  ୪୩ ବଲରେ ୬୪ ରନ୍‌ କରି ପ୍ୟାଭିଲିୟନ ଫେରିଥିଲେ। କିଛି ସମୟ ପାଇଁ ଶ୍ରେୟସ ଆୟର ଓ ଋଷଭ ପନ୍ତ ସ୍ଥିତି ସମ୍ଭାଳିବାକୁ ଚେଷ୍ଟା କରିଥିଲେ। ଉଭୟ ଆଟାକିଂ ଶଟ ଖେଳିବାକୁ ଚେଷ୍ଟା କରିଥିଲେ ହେଁ ଚେନ୍ନାଇ ବୋଲରମାନେ ଉଭୟଙ୍କୁ ବାନ୍ଧି ରଖିବାକୁ ସକ୍ଷମ ହୋଇଥିଲେ। ତଥାପି ଉଭୟ ଦଳୀୟ ସ୍କୋରକୁ ଆଗକୁ ନେବାକୁ ଚେଷ୍ଟା କରିଥିଲେ।

୧୯ ଓଭର ଶେଷ ବଲରେ ହିଁ ଆୟର ୨୬ ରନ୍‌ କରି ସାମ କୁରାନଙ୍କ ବଲରେ ଆଉଟ ହୋଇଥିଲେ। ୱିକେଟ ପଛରେ ଧୋନି ବେଶ ଚମତ୍କାର କ୍ୟାଚ୍‌ ଧରି ଆୟରଙ୍କୁ ପ୍ୟାଭିଲିୟନ ପଠାଇ ଦେଇଥିଲେ। ଶେଷ ଓଭରରେ ପନ୍ତ ଓ ମାର୍କସ ଷ୍ଟୋଇନିସ ୩ଟି ଚୌକା ମିଳିତ ଭାବେ ଜୋସ ହେଜେଲହୁଡଙ୍କ ବଲରୁ ଆଦାୟ କରିବାରୁ ଦଳ ୧୭୫ ରନ୍‌ କରିବାକୁ ସକ୍ଷମ ହୋଇଥିଲା।

ଚେନ୍ନାଇ ପକ୍ଷରୁ ପୀୟୂଷ ଚାୱଲା ୨ଟି ୱିକେଟ ନେଇଥିବା ବେଳେ ସାମ କୁରାନ ଗୋଟିଏ ୱିକେଟ ନେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos