ବନ୍ଧୁତ୍ୱପୂର୍ଣ୍ଣ କ୍ରିକେଟ୍‌ ମ୍ୟାଚ୍‌: ଡାକ୍ତର ଏକାଦଶ ବିଜୟୀ

କଟକ: କଟକ ଏସ୍‌ସିବି ମେଡିକାଲ କଲେଜ ଖେଳ ପଡ଼ିଆରେ ସିନେଷ୍ଟାର ଓ ଡାକ୍ତରଙ୍କ ମଧ୍ୟରେ ଏକ ବନ୍ଧୁତ୍ୱପୂର୍ଣ୍ଣ କ୍ରିକେଟ ମ୍ୟାଚ ଅନୁଷ୍ଠିତ ହୋଇଯାଇଛି। ମ୍ୟାଚରେ ଅଭିନେତା ଏକାଦଶକୁ ହରାଇ ଡାକ୍ତର ଏକାଦଶ ବିଜୟୀ ହୋଇଛି।

ଏସ୍‌ସିବି ମେଡିକାଲ କଲେଜ ଅଧ୍ୟକ୍ଷ ଡାକ୍ତର ସିଦ୍ଧାର୍ଥ ଦସ ମୁଖ୍ୟଅତିଥି ଭାବେ ଯୋଗଦେଇ ମ୍ୟାଚକୁ ଉଦ୍‌ଘାଟନ କରିଥିଲେ। ଏଥିରେ ଅଭିନେତା ଅନୁଭବ ମହାନ୍ତି, ଶ୍ରୀତମ ଦାସ, ଦେବାଶିଷ ପାତ୍ର ଓ ସମ୍ବିତ ପ୍ରମୁଖ ବହୁ ସିନେ କଳାକାର ଓ ବିଭିନ୍ନ ବିଭାଗର ଡାକ୍ତରମାନେ ସାମିଲ ଥିଲେ।