ଭାରତ-ଇଂଲଣ୍ଡ ଦ୍ୱିତୀୟ ଦିନିକିଆ ପାଇଁ ପ୍ରସ୍ତୁତି ବୈଠକ, ମ୍ୟାଚ୍ ନ ହେବା ଆଶଙ୍କାକୁ ଖଣ୍ଡନ

କଟକ: ଜାନୁଆରୀ ୧୯ ତାରିଖରେ ବାରବାଟୀରେ ହେବାକୁ ଥିବା ଭାରତ-ଇଂଲଣ୍ଡ ଦ୍ୱିତୀୟ ଦିନିକିଆ ମ୍ୟାଚ୍ ପାଇଁ ଆଜି କଟକରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ କଟକ ଡିସିପି ସଞ୍ଜୀବ ଅରୋରାଙ୍କ ସହ ଓସିଏ କର୍ତ୍ତୃପକ୍ଷ ଏବଂ ବିସିସିଆଇର ଜିଏମ୍ କ୍ରିକେଟ୍ ଅପରେସନ୍ ଯୋଗ ଦେଇ ନ ଥିଲେ। ତେବେ ମ୍ୟାଚ୍ ଖେଳାଯିବା ଆଶଙ୍କାକୁ ବିସିସିଆଇର ଜିଏମ୍ ଏମ୍‌.ଭି ଶ୍ରୀଧର ଖଣ୍ଡନ କରିଛନ୍ତି। ଏହା ସହ ଆୟୋଜନକୁ ନେଇ ସନ୍ତୋଷ ପ୍ରକାଶ କରିଛନ୍ତି। କଟକ ଡିସିପି ଷ୍ଟାଡିୟମର ସୁରକ୍ଷା ଯାଞ୍ଚ କରିବା ସହିତ ଓସିଏ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିଥିଲେ।