ଷଷ୍ଠ ଦିନରେ ହୀନା ଦେଲେ ପ୍ରଥମ ସ୍ୱର୍ଣ୍ଣ

ଗୋଲ୍ଡକୋଷ୍ଟ: ଗୋଲ୍ଡକୋଷ୍ଟରେ ଚାଲିଥିବା ୨୧ତମ ରାଜ୍ୟଗୋଷ୍ଠୀ କ୍ରୀଡାର ଷଷ୍ଠ ଦିନରେ ଭାରତକୁ ପ୍ରଥମ ସ୍ୱର୍ଣ୍ଣ ମିଳିଛି। ସୁଟିଂ ବିଭାଗରୁ ଭାରତକୁ ଏହି ପଦକ ମିଳିଛି। ଭାରତର ଷ୍ଟାର ସୁଟର ହୀନା ସିଦ୍ଧୁ ୨୫ ମିଟର ପିସ୍ତଲ ବର୍ଗରେ ଏହି ସଫଳତା ପାଇଛନ୍ତି। ସିଦ୍ଧୁ ପଦକ ହାସଲ କରିବା ପରେ ଭାରତର ସ୍ୱର୍ଣ୍ଣ ଜିତିବା ୧୧କୁ ବୃଦ୍ଧି ପାଇଛି।