ରାଜ୍ୟଗୋଷ୍ଠୀ କ୍ରୀଡ଼ାର ଷଷ୍ଠ ଦିନ: ପଦକ ତାଲିକାରେ ଭାରତ ତୃତୀୟ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଗୋଲ୍ଡ କୋଷ୍ଟ ରାଜ୍ୟଗୋଷ୍ଠୀରେ ଭାରତର ପଦକ ବର୍ଷା ଜାରି ରହିଛି। ଆଜି ସୁଟର୍ ହୀନା ସିଦ୍ଧୁଙ୍କୁ ସ୍ୱର୍ଣ୍ଣପଦକ ମିଳିଛି।  ମହିଳା ୨୫ ମିଟର ପିସ୍ତର ଇଭେଣ୍ଟରେ ସେ ଗୋଲ୍ଡ ଜିତିଛନ୍ତି। ଭାରତ ପାଇଁ ଏହା ଏକାଦଶ ସ୍ୱର୍ଣ୍ଣପଦକ।  ଭାରତ ଏପର୍ଯ୍ୟନ୍ତ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ୨୧ଟି ପଦକ ସହ ତାଲିକାରେ ତୃତୀୟ ସ୍ଥାନରେ ପହଞ୍ଚିଛି। ୧୩୦ଟି ପଦକ ସହ ଅଷ୍ଟ୍ରେଲିଆ ପ୍ରଥମ ସ୍ଥାନରେ ରହିଥିବା ବେଳେ ଇଂଲଣ୍ଡ ୭୦ଟି ପଦକ ପାଇ ଦ୍ୱିତୀୟ ସ୍ଥାନରେ ଅଛି। […]

BBC-for-CommonWealth-Games-2018-Live-coverage

BBC-for-CommonWealth-Games-2018-Live-coverage

Rakesh Mallick
  • Published: Tuesday, 10 April 2018
  • Updated: 10 April 2018, 06:43 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଗୋଲ୍ଡ କୋଷ୍ଟ ରାଜ୍ୟଗୋଷ୍ଠୀରେ ଭାରତର ପଦକ ବର୍ଷା ଜାରି ରହିଛି। ଆଜି ସୁଟର୍ ହୀନା ସିଦ୍ଧୁଙ୍କୁ ସ୍ୱର୍ଣ୍ଣପଦକ ମିଳିଛି।  ମହିଳା ୨୫ ମିଟର ପିସ୍ତର ଇଭେଣ୍ଟରେ ସେ ଗୋଲ୍ଡ ଜିତିଛନ୍ତି। ଭାରତ ପାଇଁ ଏହା ଏକାଦଶ ସ୍ୱର୍ଣ୍ଣପଦକ।  ଭାରତ ଏପର୍ଯ୍ୟନ୍ତ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ୨୧ଟି ପଦକ ସହ ତାଲିକାରେ ତୃତୀୟ ସ୍ଥାନରେ ପହଞ୍ଚିଛି। ୧୩୦ଟି ପଦକ ସହ ଅଷ୍ଟ୍ରେଲିଆ ପ୍ରଥମ ସ୍ଥାନରେ ରହିଥିବା ବେଳେ ଇଂଲଣ୍ଡ ୭୦ଟି ପଦକ ପାଇ ଦ୍ୱିତୀୟ ସ୍ଥାନରେ ଅଛି। ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡାରେ ହୀନାଙ୍କ ଏହା ଦ୍ୱିତୀୟ ପଦକ ମଧ୍ୟ। ପୂର୍ବରୁ ସେ ୧୦ ମିଟର ଏୟାର ପିସ୍ତଲରେ ରୌପ୍ୟ ପଦକ ଜିତିଥିଲେ। ୨୫ମିଟର ପିସ୍ତଲ ଇଭେଣ୍ଟରେ ହୀନା ୩୮ ପଏଣ୍ଟ ପାଇ ରାଜ୍ୟଗୋଷ୍ଠୀ କ୍ରୀଡାରେ ନୂଆ ରେକର୍ଡ କରିଛନ୍ତି। ଅଷ୍ଟ୍ରେଲିଆର ଏଲିନାଙ୍କୁ ପଛରେ ପକାଇ ହୀନା ଏହି ସଫଳତା ପାଇଛନ୍ତି। ଅନ୍ୟପକ୍ଷରେ ଅନୁ ସିଂ ୨୫ମିଟର ପିସ୍ତଲ ଇଭେଣ୍ଟରୁ ବିଦାୟ ନେଇଛନ୍ତି। ସେପଟେ ଭାରତୀୟ ହକି ପ୍ରେମୀଙ୍କ ପାଇଁ ଖୁସି ଖବର। ଭାରତୀୟ ପୁରୁଷ ହକି ଦଳ  ଆଜି ମାଲେସିଆକୁ ୨-୧ ଗୋଲରେ ହରାଇ ସେମିଫାଇନାଲରେ ପ୍ରବେଶ କରିଛି। ଭାରତୀୟ ଦଳ ଆସନ୍ତାକାଲି ଇଂଲଣ୍ଡ ସହ ମ୍ୟାଚ ପରେ ଗ୍ରୁପରେ କିଏ ଟପ୍ପର ହେବ ତାହା ଜଣାପଡିବ। ତେବେ ଆଜି ନିରାଶ କରିଛନ୍ତି ଦୁଇ ଭାରତୀୟ ସୁଟର୍ ଗଗନ ନାରଙ୍ଗ ଓ ଚୈନ୍  ସିଂ। ୫୦ ମିଟର ରାଇଫଲ୍ ପ୍ରୋନ୍ର ଫାଇନାଲ୍ସରେ ଚୈନ୍  ସିଂ ଚତୁର୍ଥ ସ୍ଥାନରେ ଥିବା ବେଳେ ଗଗନ ନାରଙ୍ଗ ସପ୍ତମ ସ୍ଥାନରେ ରହିଥିଲେ।

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos