‘ଡଙ୍ଗଲ’ରେ ଅଭିନୟ କରିବାକୁ ରିତୁଙ୍କୁ ମିଳିଥିଲା ଅଫର

ନୂଆଦିଲ୍ଲୀ: ‘ଡଙ୍ଗଲ’ରେ ଅଭିନୟ କରିବାକୁ ରିତୁ ଫୋଗତ୍‌ଙ୍କୁ ଦିଆଯାଇଥିଲା ଅଫର। ହେଲେ ବାପା ମହାବୀର ସିଂହ ଫୋଗତଙ୍କ ବାରଣ ଯୋଗୁଁ ସେ ଏଥିରେ ଅଭିନୟ କରିବାକୁ ମନା କରି ଦେଇଥିଲେ। ମହାବୀରଙ୍କ ଜୀବନକୁ ନେଇ ‘ଡଙ୍ଗଲ’ ନିର୍ମାଣ କରାଯାଇଛି। ରୁତୁ ମଧ୍ୟ ଜଣେ କୁସ୍ତିଯୋଦ୍ଧା। ଚଳିତବର୍ଷ ରୁତୁ ତାଙ୍କ କ୍ୟାରିୟରର ଦ୍ୱିତୀୟ ଗୋଲ୍ଡ ମେଡାଲ ଜିତିଛନ୍ତି। ରୁତୁ କହିଛନ୍ତି,“ମୋତେ ‘ଦଙ୍ଗଲ’ରେ ଅଭିନୟ କରିବାକୁ ଅଫର ମିଳିଥିଲା। ମୁଁ ମଧ୍ୟ ଅଭିନୟ କରିବାକୁ ଚାହୁଁ ଥିଲି। ହେଲେ ଏଥିପାଇଁ […]

dangal

dangal

Rakesh Mallick
  • Published: Friday, 30 December 2016
  • Updated: 30 December 2016, 06:25 PM IST

ନୂଆଦିଲ୍ଲୀ: ‘ଡଙ୍ଗଲ’ରେ ଅଭିନୟ କରିବାକୁ ରିତୁ ଫୋଗତ୍‌ଙ୍କୁ ଦିଆଯାଇଥିଲା ଅଫର। ହେଲେ ବାପା ମହାବୀର ସିଂହ ଫୋଗତଙ୍କ ବାରଣ ଯୋଗୁଁ ସେ ଏଥିରେ ଅଭିନୟ କରିବାକୁ ମନା କରି ଦେଇଥିଲେ। ମହାବୀରଙ୍କ ଜୀବନକୁ ନେଇ ‘ଡଙ୍ଗଲ’ ନିର୍ମାଣ କରାଯାଇଛି। ରୁତୁ ମଧ୍ୟ ଜଣେ କୁସ୍ତିଯୋଦ୍ଧା। ଚଳିତବର୍ଷ ରୁତୁ ତାଙ୍କ କ୍ୟାରିୟରର ଦ୍ୱିତୀୟ ଗୋଲ୍ଡ ମେଡାଲ ଜିତିଛନ୍ତି।

ରୁତୁ କହିଛନ୍ତି,“ମୋତେ ‘ଦଙ୍ଗଲ’ରେ ଅଭିନୟ କରିବାକୁ ଅଫର ମିଳିଥିଲା। ମୁଁ ମଧ୍ୟ ଅଭିନୟ କରିବାକୁ ଚାହୁଁ ଥିଲି। ହେଲେ ଏଥିପାଇଁ ମୋତେ ବାପାଙ୍କ ଅନୁମତି ମିଳି ନ ଥିଲା।”

ସେ କହିଛନ୍ତି,“ବାପା ମୋତେ କହିଥିଲେ ମୁଁ ଏବେ ମୋ କ୍ୟାରିୟର ଆରମ୍ଭ କରୁଛି। ଏହି ସମୟରେ ଖେଳ ବାହାରର ଅନ୍ୟ କିଛି ଉପରେ ନଜର ଦେବା ଠିକ୍‌ ହେବନାହିଁ। ମୁଁ ମଧ୍ୟ ଏଥିରେ ବାପାଙ୍କ ସହ ସହମତ ହୋଇଥିଲି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos