ରିଓ ଡି ଜେନେରିଓ: ଭାରତୀୟ ନୌଚାଳକ ଦତ୍ତୁ ଭୋକାନାଲ ଶନିବାର ରିଓ ଅଲିମ୍ପିକ୍ର ପୁରୁଷ ସିଙ୍ଗିଲ୍ ସ୍କଲ୍ସର (ଆହୁଲା ମାରି ନୌଚାଳନା) କ୍ୱାର୍ଟରଫାଇନାଲ୍ରେ ପ୍ରବେଶ କରିଛନ୍ତି। ସେ ତୃତୀୟ ସ୍ଥାନରେ ରହିଥିଲେ।
୨୫ ବର୍ଷୀୟ ଏହି ନୌଚାଳକ ୭:୨୧.୬ରେ ଫିନିସିଂ ଲାଇନ୍ ଅତିକ୍ରମ କରିଥିଲେ।
କ୍ୟୁବାର ଏଞ୍ଜେଲ୍ ଫର୍ଣ୍ଣିୟର ରୋଡ୍ରିଗେଜ୍ ପ୍ରଥମ ସ୍ଥାନରେ ରହିଥିବା ବେଳେ ମେକ୍ସିକୋର ଜୁଆନ୍ କାର୍ଲୋସ୍ ଦ୍ୱିତୀୟ ସ୍ଥାନରେ ରହିଥିଲେ।
ଏଫ୍ଆଇଏସ୍ଏ ଏସିଆନ୍ ଓ ଓସିନିଆ ରୋଇଂ ଚାମ୍ପିଅନ୍ସିପ୍ରେ ରୌପ୍ୟ ପଦକ ଜିତି ଦତ୍ତୁ ଭୋକାନାଲ ରିଓ ଅଲିମ୍ପିକ୍ ପାଇଁ ଟିକେଟ୍ ପାଇଥିଲେ।