ୱାର୍ଣ୍ଣରଙ୍କ ବିସ୍ଫୋରକ ବ୍ୟାଟିଂ, ହାଇଦ୍ରାବାଦ ୨୧୨/୬

ହାଇଦ୍ରାବାଦ: ଚଳିତ ଆଇପିଏଲରେ ଜବରଦସ୍ତ ଫର୍ମରେ ଥିବା ଓପନିଂ ବ୍ୟାଟ୍ସମ୍ୟାନ୍ ଡେଭିଡ୍ ୱାର୍ଣ୍ଣରଙ୍କ ବିସ୍ଫୋରକ ଅର୍ଦ୍ଧଶତକ ବଳରେ ସନରାଇଜର୍ସ ହାଇଦ୍ରାବାଦ ଏଠାରେ ଖେଳାଯାଇଥିବା କିଙ୍ଗସ୍ ଇଲେଭେନ୍ ପଞ୍ଜାବ ବିପକ୍ଷ ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ନିର୍ଦ୍ଧାରିତ ୨୦ ଓଭରରେ ୬ ୱିକେଟ୍ ହରାଇ ୨୧୨ ରନର ବଡ଼ ସ୍କୋର କରିଛି। ଫଳରେ ଏହି ମ୍ୟାଚକୁ ଜିତିବା ପାଇଁ ପଞ୍ଜାବକୁ ନିର୍ଦ୍ଧାରିତ ଓଭରରେ ୨୧୩ ରନ୍ କରିବାକୁ ପଡ଼ିବ। ହାଇଦ୍ରାବାଦ ପକ୍ଷରୁ ଦୁଇ ଓପ୍ନର ୱାର୍ଣ୍ଣରଙ୍କ ଛାଡ଼ି ଦେଲେ ଋଦ୍ଧିମାନ ସାହା […]

dave war

dave war

Hemant Lenka
  • Published: Monday, 29 April 2019
  • Updated: 29 April 2019, 09:49 PM IST

Sports

Latest News

ହାଇଦ୍ରାବାଦ: ଚଳିତ ଆଇପିଏଲରେ ଜବରଦସ୍ତ ଫର୍ମରେ ଥିବା ଓପନିଂ ବ୍ୟାଟ୍ସମ୍ୟାନ୍ ଡେଭିଡ୍ ୱାର୍ଣ୍ଣରଙ୍କ ବିସ୍ଫୋରକ ଅର୍ଦ୍ଧଶତକ ବଳରେ ସନରାଇଜର୍ସ ହାଇଦ୍ରାବାଦ ଏଠାରେ ଖେଳାଯାଇଥିବା କିଙ୍ଗସ୍ ଇଲେଭେନ୍ ପଞ୍ଜାବ ବିପକ୍ଷ ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ନିର୍ଦ୍ଧାରିତ ୨୦ ଓଭରରେ ୬ ୱିକେଟ୍ ହରାଇ ୨୧୨ ରନର ବଡ଼ ସ୍କୋର କରିଛି। ଫଳରେ ଏହି ମ୍ୟାଚକୁ ଜିତିବା ପାଇଁ ପଞ୍ଜାବକୁ ନିର୍ଦ୍ଧାରିତ ଓଭରରେ ୨୧୩ ରନ୍ କରିବାକୁ ପଡ଼ିବ।

ହାଇଦ୍ରାବାଦ ପକ୍ଷରୁ ଦୁଇ ଓପ୍ନର ୱାର୍ଣ୍ଣରଙ୍କ ଛାଡ଼ି ଦେଲେ ଋଦ୍ଧିମାନ ସାହା (୨୮) ଓ ମନିଷ ପାଣ୍ଡେ (୩୬) ଟିମ୍ ପାଇଁ ଆବଶ୍ୟକ ଯୋଗଦାନ କରିଛନ୍ତି। ୱାର୍ଣ୍ଣର୍ ମାତ୍ର ୫୬ ବଲରେ ୭ ଚୌକା ଓ ୨ ଛକା ସହ ୮୧ ରନ୍ କରିଛନ୍ତି। ଅନ୍ୟପକ୍ଷରେ ପଞ୍ଜାବ ପକ୍ଷରୁ ଆଫଗାନିସ୍ତାନ ସ୍ପିନର ମୁଜୀବ-ଉର୍ ରେହମାନ୍ ଅଧିକ ମହଙ୍ଗା ସାବ୍ୟସ୍ତ ହୋଇଛନ୍ତି। ସେ ୪ ଓଭରରେ ୬୬ ରନ୍ ବ୍ୟୟ କରିଛନ୍ତି।

ସ୍ଥାନୀୟ ରାଜୀବ ଗାନ୍ଧି ଇଣ୍ଟରନ୍ୟାଶନାଲ୍ ଷ୍ଟାଡିୟମରେ ଅନୁଷ୍ଠିତ ଏହି ମ୍ୟାଚରେ କିଙ୍ଗସ୍ ଇଲେଭେନ୍ ପଞ୍ଜାବ ଅଧିନାୟକ ଅଶ୍ୱିନ୍ ଟସ୍ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଆମନ୍ତ୍ରଣ ପାଇ ବ୍ୟାଟିଂ କରିଥିବା ହାଇଦ୍ରାବାଦକୁ ୱାର୍ଣ୍ଣର ଓ ସାହା ଭଲ ଆରମ୍ଭ ଦେଇଥିଲେ।

ଚଳିତ ସିଜନରେ ନିଜର ଦ୍ୱିତୀୟ ମୁକାବିଲା ଖେଳୁଥିବା ସାହା ଅଧିକ ଆକ୍ରମଣାତ୍ମକ ବ୍ୟାଟିଂ କରିଥିଲେ। ଦୁହେଁ ପ୍ରଥମ ୱିକେଟ୍ ପାଇଁ ୩୮ ବଲରେ ୭୮ ରନ୍ ଯୋଡ଼ିଥିଲେ। ସାହା ୧୩ ବଲରେ ୩ ଚୌକା ଓ ୧ ଛକା ସହ ୨୮ ରନ୍ କରି ଆଉଟ୍ ହୋଇଥିଲେ। ତାଙ୍କ ସ୍ଥାନ ପୂରଣ କରିବାକୁ ଆସିଥିବା ମନିଷ ପାଣ୍ଡେ ନିଜର ଜବରଦସ୍ତ ଫର୍ମ ଜାରି ରଖି ୱାର୍ଣ୍ଣରଙ୍କୁ ଭରପୂର ସହଯୋଗ କରିଥିଲେ। ୱାର୍ଣ୍ଣର ୩୮ ବଲରେ ଅର୍ଦ୍ଧଶତକ ମାରିବା ପରେ ଦ୍ରୁତ ରନ୍ କରିଥିଲେ।

ଦ୍ୱିତୀୟ ୱିକେଟ୍ ପାଇଁ ଦୁହିଁଙ୍କ ମଧ୍ୟରେ ୮୮ ରନର ପାର୍ଟନରଶିପ୍ ହୋଇଥିଲା। ଟିମର ସ୍କୋର ୧୬୦ ଥିବା ବେଳେ ମନିଷ (୨୫ ବଲ୍, ୩୬ ରନ୍, ୩ ଚୌକା ଓ ୧ ଛକା)ଙ୍କୁ ଆର୍. ଅଶ୍ୱିନ୍ ପ୍ୟାଭିଲିୟନ୍ ପଠାଇଥିଲେ। ଏହି ଓଭରର ଅନ୍ତିମ ବଲରେ ଅଶ୍ୱିନ୍ ୱାର୍ଣ୍ଣରଙ୍କୁ ମଧ୍ୟ ନିଜର ଶିକାର ବନାଇଥିଲେ। ୱାର୍ଣ୍ଣରଙ୍କ ଆଉଟ୍ ପରେ ମହମ୍ମଦ ନବି ଓ ଅଧିନାୟକ କେନ୍ ୱିଲିୟମସନ୍ ଚତୁର୍ଥ ୱିକେଟ୍ ପାଇଁ ଦ୍ରୁତ ୩୪ ରନ୍ ଯୋଡ଼ି ଟିମ୍ ସ୍କୋରକୁ ୨୦୦ ନିକଟତର ପହଞ୍ଚାଇଥିଲେ।

ନବି ୧୦ ବଲରେ ୨ ଛକା ସହ ୨୦ ଏବଂ ୱିଲିୟମସନ୍ ୭ ବଲରେ ୧୪ ରନ୍ କରି ମହମ୍ମଦ ଶାମିଙ୍କ ଶିକାର ହୋଇଥିଲେ। ରଶିଦ୍ ଖାନ୍ ୧ ରନ୍ କରି ଆଉଟ୍ ହୋଇଥିବା ବେଳେ ବିଜୟ ଶଙ୍କର ୭ ଓ ଅଭିଷେକ ଶର୍ମା ୫ ରନ୍ କରି ଅପରାଜିତ ରହିଥିଲେ। ପଞ୍ଜାବ ପକ୍ଷରୁ ଆର୍. ଅଶ୍ୱିନ୍ ଓ ମହମ୍ମଦ ସାମି ୨ଟି ଲେଖାଏ ୱିକେଟ୍ ନେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story