ଡିଭିଲିୟର୍ସଙ୍କ ବିସ୍ଫୋରଣ: ମୁମ୍ବାଇ ଆଗରେ ୨୦୨ ରନ୍‌ର ଟାର୍ଗେଟ

ଦୁବାଇ: ଆଇପିଏଲରେ ମିଷ୍ଟର ୩୬୦ ଏବି ଡିଭିଲିୟର୍ସଙ୍କ ବିସ୍ଫୋରଣ ଦେଖିବାକୁ ମିଳିଛି। ଡିଭିଲିୟର୍ସଙ୍କ ୨୪ ବଲରେ ୫୫ ବଲରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ପ୍ରତିପକ୍ଷ ମୁମ୍ବାଇ ଇଣ୍ଡିଆନ୍ସ ଆଗରେ ବିଶାଳ ୨୦୨ ରନ୍‌ର ଟାର୍ଗେଟ ରଖିଛି। ବେଙ୍ଗାଲୁରୁ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୩ ୱିକେଟ ହରାଇ ୨୦୧ ରନ୍‌ କରିଛି। ଦଳ ପକ୍ଷରୁ ଡିଭିଲିୟର୍ସ ୫୫ ରନ୍‌ କରିଥିବା ବେଳେ ଶେଷ ଭାଗରେ ଶୁବମ ଦୁବେ ମାତ୍ର ୧୦ଟି ବଲରେ ୨୭ ରନ୍‌ […]

cfr

cfr

Hemant Lenka
  • Published: Monday, 28 September 2020
  • Updated: 28 September 2020, 09:22 PM IST

ଦୁବାଇ: ଆଇପିଏଲରେ ମିଷ୍ଟର ୩୬୦ ଏବି ଡିଭିଲିୟର୍ସଙ୍କ ବିସ୍ଫୋରଣ ଦେଖିବାକୁ ମିଳିଛି। ଡିଭିଲିୟର୍ସଙ୍କ ୨୪ ବଲରେ ୫୫ ବଲରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ପ୍ରତିପକ୍ଷ ମୁମ୍ବାଇ ଇଣ୍ଡିଆନ୍ସ ଆଗରେ ବିଶାଳ ୨୦୨ ରନ୍‌ର ଟାର୍ଗେଟ ରଖିଛି। ବେଙ୍ଗାଲୁରୁ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୩ ୱିକେଟ ହରାଇ ୨୦୧ ରନ୍‌ କରିଛି। ଦଳ ପକ୍ଷରୁ ଡିଭିଲିୟର୍ସ ୫୫ ରନ୍‌ କରିଥିବା ବେଳେ ଶେଷ ଭାଗରେ ଶୁବମ ଦୁବେ ମାତ୍ର ୧୦ଟି ବଲରେ ୨୭ ରନ୍‌ କରିଥିଲେ।

ଦୁବାଇ ଇଣ୍ଟରନ୍ୟାଶନାଲ ଷ୍ଟାଡିୟମରେ ମୁମ୍ବାଇ ଅଧିନାୟକ ରୋହିତ ଶର୍ମା ଟସ୍‌ ଜିତି ବେଙ୍ଗାଲୁରୁକୁ ପ୍ରଥମେ ବ୍ୟାଟିଂ ପାଇଁ ନିମନ୍ତ୍ରଣ କରିଥିଲେ। ଦଳର ଦୁଇ ଓପନର ଆରୋନ ଫିଞ୍ଚ ଓ ଯୁବ ତାରକା ଦେବଦୂତ ପାଡିକ୍କଲ ଦମରଦାର ବ୍ୟାଟିଂ କରିଥିଲେ। ବିଶେଷ କରି ଫିଞ୍ଚ ଆଟାକିଂ କ୍ରିକେଟ ଖେଳିଥିଲେ। ଉଭୟ ପ୍ରଥମ ୬ ଓଭରରେ ବିନା ୱିକେଟରେ ୫୯ ରନ ହାସଲ କରିଥିଲେ।

ଫିଞ୍ଚ ୩୫ଟି ବଲରେ ୫୨ ରନ୍‌ କରିଥିବା ବେଳେ ଟ୍ରେଣ୍ଟ ବୋଲ୍ଟ ତାଙ୍କୁ ଆଉଟ କରି ଦେଇଥିଲେ। ପୂର୍ବ ଦୁଇ ମ୍ୟାଚ୍‌ ଭଳି ଅଧିନାୟକ ବିରାଟ କୋହଲି ଆଜି ବି ଫେଲ ମାରିଥିଲେ। ବିରାଟ ୧୧ଟି ବଲ ଖେଳିଥିଲେ ହେଁ ମାତ୍ର ୩ ରନ୍‌ କରିବାକୁ ସକ୍ଷମ ହୋଇଥିଲେ। ବିରାଟ ଆଉ ହେବା ପରେ ଡିଭିଲିୟର୍ସ ଓ ପାଡିକ୍କଲ ସ୍ଥିତି ସମ୍ଭାଳିଥିଲେ। ଏଥିସହ ପାଡିକ୍କଲ ନିଜର ଅର୍ଦ୍ଧଶତକ ମଧ୍ୟ ହାସଲ କରିଥିଲେ। ବଡ଼ ଶଟ ଖେଳିବା ଲୋଭରେ ପାଡିକ୍କଲ(୫୪) ଆଉଟ ହୋଇଥିଲେ।

ଏହାପରେ ଆରମ୍ଭ ହୋଇଥିଲା ମିଷ୍ଟର ୩୬୦ଙ୍କ ଜଲୱା। ତାଙ୍କୁ ଶୁବମ ଦୁବେ ପୂରା ସହଯୋଗ କରିଥିଲେ। ଉଭୟ ଶେଷ ଯାଏ ଅପରାଜିତ ରହିଥିଲେ। ଡିଭିଲିୟର୍ସ ୨୪ ବଲରେ ୪ ଛକା ଓ ୪ ଚୌକା ସହ ୫୫ ରନ୍‌ କରିଥିବା ବେଳେ ଦୁବେ ମାତ୍ର ୧୦ଟି ବଲରେ ୩ ଛକା ଓ ଗୋଟିଏ ଚୌକା ମାରି ୨୭ ରନ୍‌ ହାସଲ କରିବାକୁ ଦଳୀୟ ସ୍କୋର ୨୦୦ ପାର୍‌ କରିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos