ପ୍ଲେଅଫରେ ଦିଲ୍ଲୀ କ୍ୟାପିଟାଲ୍ସ, ଆରସିବି ବିଦା

ନୂଆଦିଲ୍ଲୀ: ଶିଖର ଧୱନ୍ ଓ ଅଧିନାୟକ ଶ୍ରେୟସ ଆୟରଙ୍କ ଅର୍ଦ୍ଧଶତକ ସାଙ୍ଗକୁ ବୋଲରଙ୍କ ଶୃଙ୍ଖଳିତ ପ୍ରଦର୍ଶନ ବଳରେ ଦିଲ୍ଲୀ କ୍ୟାପିଟାଲ୍ସ ୧୬ ରନରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି)କୁ ହରାଇ ଚଳିତ ଆଇପିଏଲର ପ୍ଲେଅଫରେ ସ୍ଥାନ ପକ୍କା କରିନେଇଛି। ଅନ୍ୟପକ୍ଷରେ ପରାଜୟ ସହ ଆରସିବିର ପ୍ଲେଅଫ୍ ଆଶା ଧୂଳିସାତ୍ ହୋଇଛି। ରବିବାର ଖେଳାଯାଇଥିବା ଏହି ମ୍ୟାଚରେ ଦିଲ୍ଲୀ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୫ ୱିକେଟ୍ ହରାଇ ୧୮୭ ରନ୍ କରିଛି । ଦିଲ୍ଲୀ […]

dee

dee

Hemant Lenka
  • Published: Sunday, 28 April 2019
  • Updated: 28 April 2019, 07:38 PM IST

Sports

Latest News

ନୂଆଦିଲ୍ଲୀ: ଶିଖର ଧୱନ୍ ଓ ଅଧିନାୟକ ଶ୍ରେୟସ ଆୟରଙ୍କ ଅର୍ଦ୍ଧଶତକ ସାଙ୍ଗକୁ ବୋଲରଙ୍କ ଶୃଙ୍ଖଳିତ ପ୍ରଦର୍ଶନ ବଳରେ ଦିଲ୍ଲୀ କ୍ୟାପିଟାଲ୍ସ ୧୬ ରନରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି)କୁ ହରାଇ ଚଳିତ ଆଇପିଏଲର ପ୍ଲେଅଫରେ ସ୍ଥାନ ପକ୍କା କରିନେଇଛି। ଅନ୍ୟପକ୍ଷରେ ପରାଜୟ ସହ ଆରସିବିର ପ୍ଲେଅଫ୍ ଆଶା ଧୂଳିସାତ୍ ହୋଇଛି।

ରବିବାର ଖେଳାଯାଇଥିବା ଏହି ମ୍ୟାଚରେ ଦିଲ୍ଲୀ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୫ ୱିକେଟ୍ ହରାଇ ୧୮୭ ରନ୍ କରିଛି । ଦିଲ୍ଲୀ ପକ୍ଷରୁ ଧୱନ୍ (୫୦) ଓ ଆୟର (୫୨)ଙ୍କ ବ୍ୟତୀତ ଶେଷଭାଗରେ ଶେରଫାନେ ରଦରଫର୍ଡ (୨୮*) ଓ ଅକ୍ଷର ପଟେଲ (୧୬*) ଦ୍ରୁତ ରନ୍ କରିଥିଲେ। ଜବାବରେ ଆରସିବି ନିର୍ଦ୍ଧାରିତ ଓଭରରେ ୭ ୱିକେଟ୍ ହରାଇ ୧୭୧ ରନ୍ କରିବାକୁ ସକ୍ଷମ ହୋଇଛି।

୧୮୮ ରନର ବିଜୟଲକ୍ଷ୍ୟର ପିଛା କରୁଥିବା ଆରସିବିକୁ ଦୁଇ ଓପ୍ନର ପାର୍ଥିବ ପଟେଲ ଓ ଅଧିନାୟକ ବିରାଟ କୋହଲି ଭଲ ଷ୍ଟାର୍ଟ ଦେଇଥିଲେ। ଦୁହେଁ ୫.୫ ଓଭରରେ ୬୩ ରନ୍ ଯୋଡ଼ିଥିଲେ। ପାର୍ଥିବ ଦ୍ରୁତ ୩୯ (୨୦ ବଲ୍, ୭ ଚୌକା, ୧ ଛକା) ରନ୍ କରି କାଗିସୋ ରବାଡାଙ୍କ ଶିକାର ହୋଇଥିଲେ।

ଏହା ପରେ ବିରାଟ (୨୩)ଙ୍କୁ ଅକ୍ଷର ପଟେଲ ଆଉଟ୍ କରି ଦିଲ୍ଲୀକୁ ବଡ଼ ସଫଳତା ଦେଇଥିଲେ। ଭଲ ଆରମ୍ଭ ସତ୍ତେ୍ୱ ଆରସିବି ମଧ୍ୟକ୍ରମରେ ଲଗାତାର ତିନି ୱିକେଟ୍ ହରାଇ ବ୍ୟାକଫୁଟକୁ ଚାଲିଆସିଥିଲା। ତୃତୀୟ ସ୍ଥାନରେ ବ୍ୟାଟିଂ କରିବାକୁ ଆସିଥିବା ଏବି ଡି'ଭିଲିୟର୍ସ (୧୭) ଓ ଶିବମ ଦୁବେ (୨୪) ତୃତୀୟ ୱିକେଟ୍ ପାଇଁ ୩୫ ରନର ଭାଗୀଦାରୀ କରି ଟିମ ସ୍କୋରକୁ ୧୦୦ ଅତିକ୍ରମ କରାଇଥିଲେ ହେଁ, ତାହା ଯଥେଷ୍ଟ ହୋଇନଥିଲା।

ଦକ୍ଷିଣ ଆଫ୍ରିକା ବ୍ୟାଟ୍ସମ୍ୟାନ୍ ହେନରିଚ୍ କ୍ଲାସେନ୍ ମାତ୍ର ୩ ରନ୍ କରି ପ୍ୟାଭିଲିୟନ୍ ଫେରିଥିଲେ। ଏହା ପରେ ଗୁରକୀରତ ଓ ମାର୍କସ୍ ଷ୍ଟୋଇନିସ୍ ଲଢିଥିଲେ ହେଁ, ଟିମକୁ ଜିତାଇପାରି ନଥିଲେ। ଗୁରକୀରତ ୨୭ (୧୯ ବଲ୍, ୨ ଚୌକା, ୨ ଛକା) ରନ୍ କରି ଈଶାନ୍ତ ଶର୍ମାଙ୍କ ଶିକାର ହୋଇଥିଲେ। ତାଙ୍କ ସ୍ଥାନରେ ଆସିଥିବା ୱାଶିଂଟନ୍ ସୁନ୍ଦର ୧ ରନ୍ କରି ଆଉଟ୍ ହୋଇଥିଲେ। ଷ୍ଟୋଇନିସ୍ ୨୪ ବଲରେ ୩୨ ରନ୍ କରି ଅପରାଜିତ ଥିଲେ। ଦିଲ୍ଲୀ ପକ୍ଷରୁ ରବାଡା ଓ ଅମିତ୍ ମିଶ୍ର ୨ଟି ଲେଖାଏ ୱିକେଟ୍ ହାସଲ କରିଥିଲେ।

ଏହା ପୂର୍ବରୁ ଦିଲ୍ଲୀ କ୍ୟାପଟେନ୍ ଆୟର ଟସ୍ ଜିତି ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଟିମ୍ ପକ୍ଷରୁ ଓପନ୍ କରିବାକୁ ଆସିଥିବା ପୃଥ୍ୱୀ ଶ' ଓ ଧୱନ୍ ପ୍ରଥମ ୱିକେଟ୍ ପାଇଁ ୩୫ ରନ୍ ଯୋଡ଼ିଥିଲେ। ପୃଥ୍ୱୀ ମାତ୍ର ୧୮ ରନ୍ କରି ଉମେଶ ଯାଦବଙ୍କ ଶିକାର ହୋଇଥିଲେ। ଏହା ପରେ ଧୱନ୍ ଓ ଆୟର ଅର୍ଦ୍ଧଶତକ ମାରି ଟିମ୍ ସ୍କୋରକୁ ୧୦୦ରେ ପହଞ୍ଚାଇଥିଲେ।

ଟିମ୍ ସ୍କୋର ୧୦୩ ଥିବା ବେଳେ ଧୱନଙ୍କୁ ୟୁଜବେନ୍ଦ୍ର ଚହଲ୍ ପ୍ୟାଭିଲିୟନ୍ ପଠାଇଥିଲେ। ଧୱନ୍ ନିଜ ଇନିଂସରେ ୩୭ ବଲ୍ ଖେଳି ୫ ଚୌକା ଓ ୨ ଛକା ମାରିଥିଲେ। ଆୟର ମଧ୍ୟ ଅର୍ଦ୍ଧଶତକ ମାରି ସୁନ୍ଦରଙ୍କ ବଲରେ ଆରସିବି କ୍ୟାପଟେନ୍ କୋହଲିଙ୍କ ଦ୍ୱାରା କ୍ୟାଚ୍ ହୋଇଥିଲେ। ଆୟର୍ ୩୭ ବଲରେ ୨ ଚୌକା ଓ ୩ ଛକା ସହ ୫୨ ରନ୍ କରିଥିଲେ। ମଧ୍ୟକ୍ରମରେ ଋଷଭ ପନ୍ତ (୭) ଓ କଲିନ୍ ଇନଗ୍ରାମ୍ (୧୧) ନିରାଶ କରିଥିଲେ।

ତେବେ ଶେଷଭାଗରେ ରଦରଫର୍ଡ ଓ ଅକ୍ଷର ଷଷ୍ଠ ୱିକେଟ୍ ପାଇଁ ଦ୍ରୁତ ୪୬ ରନ୍ ଯୋଡ଼ି ଟିମ୍ ସ୍କୋରକୁ ୧୮୭ରେ ପହଞ୍ଚାଇଥିଲେ। ରଦରଫର୍ଡ ନିଜର ବିସ୍ଫୋରକ ଇନିଂସ୍ ମଧ୍ୟରେ ୧୩ ବଲ୍ ଖେଳି ୧ ଚୌକା ଓ ୩ ଛକା ଏବଂ ଅକ୍ଷର ୯ ବଲରେ ୩ ଚୌକା ମାରି ଅପରାଜିତ ଥିଲେ। ଆରସିବି ପକ୍ଷରୁ ଚହଲ୍ ୨ଟି, ଉମେଶ, ସୁନ୍ଦର ଓ ନବଦୀପ ସାଇନି ଗୋଟିଏ ଲେଖାଏ ୱିକେଟ୍ ନେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story