ଦିଲ୍ଲୀ ଡେୟାର ଡେଭିଲ୍ସର ଅଧା ମାଲିକାନା ବିକ୍ରି ହେଲା

ନୂଆଦିଲ୍ଲୀ: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍ (ଆଇପିଏଲ୍‌) ଯେତିକି ପାଖେଇ ଆସୁଛି ଏହାକୁ ନେଇ ଉତ୍କଣ୍ଠା ସେତେ ବଢ଼ିବାରେ ଲାଗିଛି। ମିଳିଥିବା ସଦ୍ୟ ସୂଚନା ଅନୁସାରେ ଦିଲ୍ଲୀ ଡେୟାର ଡେଭିଲ୍ସର ଅଧା ମାଲିକାନା ବିକ୍ରି ହୋଇଯାଇଛି। ଜିନ୍ଦଲ ସାଉଥ ୱେଷ୍ଟ (ଜେଏସ୍‌ଡବ୍ଲ୍ୟୁ) ଦିଲ୍ଲୀ ଡେୟାର ଡେଭିଲ୍ସର ୫୦ ପ୍ରତିଶତ ମାଲିକାନା କିଣି ନେଇଛି। ୨୦୦୮ରେ ଟିମ୍‌ ସବୁ ହେବା ପରେ ଏପରି ପ୍ରଥମ ଥର ହୋଇଛି ଯେ, କୌଣସି ଟିମ୍‌ର ଏତେ ବଡ ଅଂଶ କିଏ କିଣିଛି। ଆଇପିଏଲ୍‌ […]

Gautam

Gautam

Rakesh Mallick
  • Published: Saturday, 10 March 2018
  • Updated: 10 March 2018, 10:31 AM IST

Sports

Latest News

ନୂଆଦିଲ୍ଲୀ: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍ (ଆଇପିଏଲ୍‌) ଯେତିକି ପାଖେଇ ଆସୁଛି ଏହାକୁ ନେଇ ଉତ୍କଣ୍ଠା ସେତେ ବଢ଼ିବାରେ ଲାଗିଛି। ମିଳିଥିବା ସଦ୍ୟ ସୂଚନା ଅନୁସାରେ ଦିଲ୍ଲୀ ଡେୟାର ଡେଭିଲ୍ସର ଅଧା ମାଲିକାନା ବିକ୍ରି ହୋଇଯାଇଛି। ଜିନ୍ଦଲ ସାଉଥ ୱେଷ୍ଟ (ଜେଏସ୍‌ଡବ୍ଲ୍ୟୁ) ଦିଲ୍ଲୀ ଡେୟାର ଡେଭିଲ୍ସର ୫୦ ପ୍ରତିଶତ ମାଲିକାନା କିଣି ନେଇଛି। ୨୦୦୮ରେ ଟିମ୍‌ ସବୁ ହେବା ପରେ ଏପରି ପ୍ରଥମ ଥର ହୋଇଛି ଯେ, କୌଣସି ଟିମ୍‌ର ଏତେ ବଡ ଅଂଶ କିଏ କିଣିଛି। ଆଇପିଏଲ୍‌ ଗଭର୍ଣ୍ଣି ବଡ଼ି ଏହାକୁ ସବୁଜ ସଙ୍କେତ ଦେବା ପରେ ଏହି କିଣାବିକାରରେ ଅନ୍ତିମ ମୋହର ଲାଗିଯିବ।

ଜେଏସ୍‌ଡବ୍ଲ୍ୟୁ ଗ୍ରୁପ୍‌ ପୂର୍ବରୁ ଭାରତରେ ଫୁଟବଲ, କବାଡି ଓ କୁସ୍ତି ଲିଗ୍‌ର ଫ୍ରାଞ୍ଚାଇଜ୍‌ ପାଇଥିଲା। ଏବେ କ୍ରିକେଟ୍‌ରେ ସାମିଲି ହୋଇଛି।

ସୂଚନାଯୋଗ୍ୟ, ୨୦୦୮ରେ ଜିଏମ୍‌ଆର ଗ୍ରୁପ୍‌ ଦିଲ୍ଲୀକୁ ପ୍ରାୟ ସାଢ଼େ ୫୦୦ କୋଟି ଟଙ୍କାରେ କିଣିଥିଲା। କିଛିବର୍ଷ ହେବ ଜେଏସ୍‌ଡବ୍ଲ୍ୟୁ ଆଇପିଏଲ୍‌ରେ ଏଣ୍ଟ୍ରି କରିବାକୁ ଚେଷ୍ଟା କରୁଥିଲା। ଶେଷରେ ସଫଳ ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos