ବିରାଟଙ୍କ ପାଇଁ ଲଣ୍ଡନ ଗଲା 'ଆଶୀର୍ବାଦ'ର ମାଟି

ନୂଆଦିଲ୍ଲୀ: ବିଶ୍ୱକପ୍‌ ହାସଲ କରିବା ପାଇଁ ଇଂଲଣ୍ଡରେ ବିରାଟ୍‌ ଆଣ୍ଡ କୋ ଲଢ଼େଇ କରୁଛନ୍ତି। ବିଶ୍ୱକପ୍‌ରେ ପ୍ରଥମଥର ପାଇଁ ଟିମ୍ ଇଣ୍ଡିଆର ନେତୃତ୍ୱ ନେଉଥିବା ବିରାଟ୍‌ଙ୍କ ଉପରେ ଏବେ ସମସ୍ତଙ୍କ ନଜର। ସେ କ’ଣ କପିଲ ଦେବ(୧୯୮୩) ଓ ମହେନ୍ଦ୍ର ସିଂହ ଧୋନି(୨୦୧୧)ଙ୍କ ପରେ ତୃତୀୟ ଅଧିନାୟକ ଭାବେ ଦେଶ ପାଇଁ ବିଶ୍ୱକପ୍‌ ଜିତିପାରିବେ? ସାରା ଦେଶରେ ଏଭଳି ଚର୍ଚ୍ଚା ଚାଲିଥିବା ବେଳେ ଆଜି ଏକ ଅଜବ ଘଟଣା ସାମ୍ନାକୁ ଆସିଛି। ବିରାଟ୍‌ କୋହଲି ପିଲାବେଳେ ଯେଉଁ […]

vi

vi

Hemant Lenka
  • Published: Saturday, 08 June 2019
  • Updated: 08 June 2019, 06:37 PM IST

Sports

Latest News

ନୂଆଦିଲ୍ଲୀ: ବିଶ୍ୱକପ୍‌ ହାସଲ କରିବା ପାଇଁ ଇଂଲଣ୍ଡରେ ବିରାଟ୍‌ ଆଣ୍ଡ କୋ ଲଢ଼େଇ କରୁଛନ୍ତି। ବିଶ୍ୱକପ୍‌ରେ ପ୍ରଥମଥର ପାଇଁ ଟିମ୍ ଇଣ୍ଡିଆର ନେତୃତ୍ୱ ନେଉଥିବା ବିରାଟ୍‌ଙ୍କ ଉପରେ ଏବେ ସମସ୍ତଙ୍କ ନଜର। ସେ କ’ଣ କପିଲ ଦେବ(୧୯୮୩) ଓ ମହେନ୍ଦ୍ର ସିଂହ ଧୋନି(୨୦୧୧)ଙ୍କ ପରେ ତୃତୀୟ ଅଧିନାୟକ ଭାବେ ଦେଶ ପାଇଁ ବିଶ୍ୱକପ୍‌ ଜିତିପାରିବେ? ସାରା ଦେଶରେ ଏଭଳି ଚର୍ଚ୍ଚା ଚାଲିଥିବା ବେଳେ ଆଜି ଏକ ଅଜବ ଘଟଣା ସାମ୍ନାକୁ ଆସିଛି।

ବିରାଟ୍‌ କୋହଲି ପିଲାବେଳେ ଯେଉଁ ସ୍କୁଲରେ ପଢ଼ୁଥିଲେ ଏବେ ସେହି ସ୍କୁଲର ମାଟିକୁ ବିରାଟ୍‌ଙ୍କ ପାଇଁ ଆଶୀର୍ବାଦ ଆକାରରେ ପଠା ଯାଇଛି। ଦିଲ୍ଲୀର ଉତ୍ତମ ନଗରରେ ଥିବା ବିଶାଲ ଭାରତୀ ପବ୍ଲିକ ସ୍କୁଲରେ ବିରାଟ୍‌ ପାଠ ପଢ଼ୁଥିଲେ। ଏହି ଠାରୁ ହିଁ ତାଙ୍କର କ୍ରିକେଟ୍‌ ଜୀବନ ଆରମ୍ଭ ହୋଇଥିଲା। ସେ ଯେଉଁ ମାଟିରେ ପିଲାବେଳେ ଖେଳୁଥିଲେ ଏବେ ସେହି ମାଟିକୁ ଲଣ୍ଡନ ପଠାଯାଇଛି।

ସ୍କୁଲ କର୍ତ୍ତୃପକ୍ଷ ବିରାଟ୍‌ଙ୍କୁ ଶୁଭେଚ୍ଛା ଏବଂ ଆଶୀର୍ବାଦ ଜଣାଇବା ପାଇଁ ଏହି ମାଟି ପଠାଇଥିବା ଜଣାପଡ଼ିଛି। କୋହଲି ୯ମ ଗ୍ରେଡ୍‌ ଯାଏ ଏହି ବିଶାଲ ଭାରତୀ ପ୍ଲବିକ୍‌ ସ୍କୁଲରେ ପାଠପଢ଼ିବା ପରେ ଜାଭିୟର୍ସ କନଭେଣ୍ଟ ସ୍କୁଲକୁ ଚାଲି ଯାଇଥିଲେ। ୧୯୯୮ରେ ସେ ପଶ୍ଚିମ ଦିଲ୍ଲୀ କ୍ରିକେଟ୍‌ ଏକାଡେମୀରେ ଯୋଗ ଦେଇଥିଲେ। ଏହି ସମୟରେ ସେ ବିଶାଳ ଭାରତୀ ପ୍ଲବିକ୍‌ ସ୍କୁଲରେ ପଢ଼ୁଥିଲେ। ସେବେଠାରୁ ସେ କଠିନ ପରିଶ୍ରମ ଓ ସଂଘର୍ଷ କରି ୨୦୦୮ରେ ପ୍ରଥମଥର ଟିମ୍‌ ଇଣ୍ଡିଆ ପାଇଁ ଖେଳିଥିଲେ। ତା' ପରଠାରୁ ସେ ପଛକୁ ଚାହିଁନାହାନ୍ତି। ଆଜି ତାଙ୍କୁ ବିଶ୍ଵର ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ ବୋଲି କୁହାଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos