ଆଇପିଏଲର ୪୨ତମ ମ୍ୟାଚ୍‌: ସାମ୍ନାସାମ୍ନି ହେବ, ସବୁଠୁ ଶକ୍ତିଶାଳୀ ଟିମ୍ ସହ ଲୁଜର୍‌ ଟିମ୍‌ର

ଚଳିତ ଆଇପିଏଲର ୪୨ ତମ ମ୍ୟାଚ୍‌ ଦିଲ୍ଲୀର ଫିରୋଜ ଶାହା କୋଟ୍‌ଲା ଷ୍ଟାଡ଼ିୟମରେ ଖେଳାଯିବ। ଯେଉଁଥିରେ ସାମ୍ନାସାମ୍ନି ହେବେ ସନରାଇଜର୍ସ ହାଇଦ୍ରାବାଦ ଓ ଦିଲ୍ଲୀ ଡେୟାର ଡେଭିଲ୍ସ। ଗୋଟିଏ ଟିମ୍‌ ଆଇପିଏଲ ପଏଣ୍ଟ ଟେବୁଲରେ ସର୍ବାଧିକ ଅଙ୍କ ସହ ଶୀର୍ଷ ସ୍ଥାନରେ ରହିଥିବା ବେଳେ ଅନ୍ୟ ଟିମ୍‌ଟି ପଏଣ୍ଟ ଟେବୁଲ୍‌ରେ ଶେଷରେ ରହିଛି। ହାଇଦ୍ରାବାଦ ଏପର୍ଯ୍ୟନ୍ତ ମୋଟ ୧୦ଟି ମ୍ୟାଚ୍‌ରୁ ୮ଟିରେ ବିଜୟ ଓ ୨ଟିରେ ପରାଜୟ ସହ ୧୬ ଅଙ୍କ ପାଇଥିବା ବେଳେ ଦିଲ୍ଲୀ ୧୦ଟି […]

IPL-2018

IPL-2018

Rakesh Mallick
  • Published: Thursday, 10 May 2018
  • Updated: 10 May 2018, 05:11 PM IST

Sports

Latest News

ଚଳିତ ଆଇପିଏଲର ୪୨ ତମ ମ୍ୟାଚ୍‌ ଦିଲ୍ଲୀର ଫିରୋଜ ଶାହା କୋଟ୍‌ଲା ଷ୍ଟାଡ଼ିୟମରେ ଖେଳାଯିବ। ଯେଉଁଥିରେ ସାମ୍ନାସାମ୍ନି ହେବେ ସନରାଇଜର୍ସ ହାଇଦ୍ରାବାଦ ଓ ଦିଲ୍ଲୀ ଡେୟାର ଡେଭିଲ୍ସ। ଗୋଟିଏ ଟିମ୍‌ ଆଇପିଏଲ ପଏଣ୍ଟ ଟେବୁଲରେ ସର୍ବାଧିକ ଅଙ୍କ ସହ ଶୀର୍ଷ ସ୍ଥାନରେ ରହିଥିବା ବେଳେ ଅନ୍ୟ ଟିମ୍‌ଟି ପଏଣ୍ଟ ଟେବୁଲ୍‌ରେ ଶେଷରେ ରହିଛି। ହାଇଦ୍ରାବାଦ ଏପର୍ଯ୍ୟନ୍ତ ମୋଟ ୧୦ଟି ମ୍ୟାଚ୍‌ରୁ ୮ଟିରେ ବିଜୟ ଓ ୨ଟିରେ ପରାଜୟ ସହ ୧୬ ଅଙ୍କ ପାଇଥିବା ବେଳେ ଦିଲ୍ଲୀ ୧୦ଟି ମ୍ୟାଚ୍‌ରୁ ୩ଟିରେ ବିଜୟ ଓ ୭ଟିରେ ପରାଜୟ ସହ ପଏଣ୍ଟ ତାଲିକାରେ ସବା ତଳେ ରହିଛି। ତେଣୁ ଦିଲ୍ଲୀର ପ୍ଲେ ଅଫ୍‌ ଖେଳିବା ସମ୍ଭାବନା ପ୍ରାୟ ନାହିଁ। ଏଭଳି ସ୍ଥିତିରେ ବାକିଥିବା ମ୍ୟାଚ୍‌ରେ ଜିତି ନିଜ ସମ୍ମାନ ବଞ୍ଚାଇବାକୁ ଚେଷ୍ଟା କରିବ। ଅନ୍ୟପେଟ ଚଳିତ ଆଇପିଏଲର ସବୁଠୁ ଶକ୍ତିଶାଳୀ ଟିମ୍‌ ସାବ୍ୟସ୍ତ ହୋଇଥିବା ହାଇଦ୍ରାବାଦ ଆଜିର ମ୍ୟାଚ୍‌ରେ ଜିତି ପ୍ଲେ ଅଫ୍‌ର ନିଜ ସ୍ଥିତିକୁ ଦୃଢ କରିବ। ଏହାସହ ଅଧିକରୁ ଅଧିକ ମ୍ୟାଚ୍ ଜିତି ପ୍ଲେ-ଅଫ୍‌ରେ ଟପ୍‌-୪ଟି ଟିମ୍‌ ମଧ୍ୟରୁ ହାଇଦ୍ରାବାଦ ପ୍ରଥମ ସ୍ଥାନରେ ରହିବାକୁ ଚେଷ୍ଟା କରିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos